କେନାଲ ନିକଟରୁ ମିଳିଲା ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ମୃତଦେହ। ସନ୍ଦିଗ୍ଧ ଅବସ୍ଥାରେ ୫୪ ବର୍ଷୀୟ ଡେପୁଟି ସୁପରିଟେଣ୍ତେଣ୍ଟ ଅଫ୍ ପୁଲିସ ଦଲବୀର ସିଂହ ଦେଓଲଙ୍କ ମୃତଦେହ ମିଳିଛି। ଦଳବୀର ସିଂହ ଜଣେ ଜଣାଶୁଣା ଓ୍ୱେଟ୍ଲିଫ୍ଟର୍ ମଧ୍ୟ ଥିଲେ। ତାଙ୍କୁ ଅର୍ଜୁନ ପୁରଷ୍କାରରେ ସମ୍ମାନୀତ କରାଯାଇଥିଲା।
ସୂଚନା ମୁତାବକ ଆଜି ବସ୍ତି ବାଓ୍ୱା କେନାଲ ନିକଟରୁ ତାଙ୍କ ମୃତଦେହ ମିଳିଛି। ଦଳବୀର ସିଂହଙ୍କୁ ତାଙ୍କ ପରିଚିତମାନେ ଡ୍ରପ୍ କରିଥିଲେ। ଏହାପରେ ତାଙ୍କୁ ଏକ ଗାଡ଼ି ଧକ୍କା ଦେଇଥିବା କୁହାଯାଉଛି। ଡ୍ରାଇଭିଂ ଲାଇସେନ୍ସ ଓ ଆଇଇଡି ମଧ୍ୟ ଘଟଣାସ୍ଥଳରୁ ମିଳିଛି।
ପୁଲିସ କହିବା ମୁତାବକ, ମୃତଦେହରେ ଅନେକ କ୍ଷତ ଚିହ୍ନ ରହିଛି। ଆଜି ସକାଳ ପ୍ରାୟ ୬ଟାରେ କେନଳା ନିକଟରୁ ତାଙ୍କ ମୃତଦେହ ମିଳିଛି। ତେବେ ଦଳବୀରଙ୍କୁ ଯୋଜନାବଦ୍ଧ ରୂପେ ହତ୍ୟା କରାଯାଇଛି ନା ଏହା କେବଳ ଏକ ଦୁର୍ଘଟଣା ସେ ନେଇ ପୁଲିସ ତଦନ୍ତ ଜାରି ରହିଛି।
ଦଳବୀର ପୁଲିସ ମୁଖ୍ୟ କାର୍ଯ୍ୟାଳୟ ଜାଲନ୍ଧରରେ ନିୟୋଜିତ ଥିଲେ। ଡିଏସ୍ପିଙ୍କ ପରିବାର ଲୋକେ ଦୀର୍ଘ ସମୟ ହେବ ସେ ଘରକୁ ଆସିନଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଛାନଭିନ କରିଥିଲା। ପରିବାର ଲୋକଙ୍କ କହିବା ମୁତାବକ, ଶନିବାର ସନ୍ଧ୍ୟାରେ ସେ ନିଜ ସାଙ୍ଗ ସାଥୀଙ୍କ ସହ ବାହାରକୁ ଯାଇଥିଲେ। ଏହାପରେ ରାତିରେ ସେ ଆଉ ଫେରି ନଥିଲେ। ଆଜି ସକାଳୁ ତାଙ୍କ ମୃତଦେହ ମିଳିଛି।
ଉଲ୍ଲେଖଯୌଗ୍ୟ, ଦଲବୀର ସିଂହ ଓ୍ୱେଟ୍ ଲିଫ୍ଟରେ ଦଲବୀର ସିଂହ ଦେଓଲ ଗୋଲ୍ଡ ମେଡାଲ ହାସଲ କରିସାରିଛନ୍ତି। ୨୦୦୦ ମସିହାରେ ତାଙ୍କୁ ଅର୍ଜୁନ ପୁରଷ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।