Advertisment

ରେଳ ଧାରଣାରୁ ମିଳିଲା ଏବିଡିଓଙ୍କ ମୃତଦେହ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ଏବିଡିଓଙ୍କ ମୃତ୍ୟୁର କାରଣ ଜଣାପଡ଼ି ନଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।

Train

Train

Advertisment

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ରେଳ ଷ୍ଟେସନ ନିକଟସ୍ଥ ରେଳ ଧାରଣା ଉପରୁ ହରିଚନ୍ଦନପୁର ବ୍ଲକ ଏବିଡିଓ ବିଧୁଭୂଷଣ ଜେନାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। 

Advertisment

ଆଜି ସକାଳେ ସ୍ଥାନୀୟ ଲୋକେ ମୃତଦେହକୁ ପୁଲିସ୍‌କୁ ଖବର ଦେଇଥିଲେ। ଖବର ପାଇଁ ଘଟଣାସ୍ଥଳରେ ରେଳବାଇ ପୁଲିସ ଓ ହରିଚନ୍ଦନପୁର ଥାନା ପୁଲିସ ପହଞ୍ଚି ଥିଲେ। ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ରେଳବାଇ ପୁଲିସ ଘଟଣାର ତଦନ୍ତ କରୁଛି। 

ଏବିଡିଓ ବିଧୁଭୂଷଣ ଜେନାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

Advertisment

ହରିଚନ୍ଦନପୁର ବିଡିଓ କହିଛନ୍ତି, ସକାଳ ପ୍ରାୟ ୧୦ଟା ବେଳେ ଆମେ ଘଟଣା ସଂପର୍କରେ ଖବର ପାଇଥିଲୁ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁଲିସ୍ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ କାରଣ ଜଣାପଡ଼ିବ। କାମର ଚାପ ତ ରୁହେ। କିନ୍ତୁ ସେମିତି କିଛି ଅଧିକ ଚାପ ନଥିଲା ତାଙ୍କ ଉପରେ। ତଦନ୍ତ ପରେ ଜଣାପଡ଼ିବ କ’ଣ ଘଟିଥିଲା ତାଙ୍କ ସହିତ। 

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ ପାଣି

Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe