ସମ୍ବଲପୁର ମଣ୍ଡଳ କାରାଗାରରେ ଜଣେ ଅନ୍ତେବାସୀଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସେ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।
ମୃତ ବ୍ୟକ୍ତିଙ୍କ ନାଁ ଧରଣୀଧର ମହାନନ୍ଦ। ତାଙ୍କ ଘର ସମ୍ବଲପୁର ସଦର ଥାନା ଅନ୍ତର୍ଗତ ତକବା ଗାଁରେ।
ଧରଣୀଧର ମହାନନ୍ଦ ଗତକାଲି ଜେଲକୁ ଆସିଥିଲେ। ଯୌତୁକ ନିର୍ଯାତନା ମାମଲାରେ ଗତକାଲି ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତା’ପରେ ତାଙ୍କୁ ଜେଲକୁ ଅଣାଯାଇଥିଲା।
ଜେଲ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଧରଣୀଧର ଜେଲ୍ ପରିସରରେ ଥିବା ଏକ ପାଇଖାନାର ସ୍କାଏ ଲାଇଟରେ ଗାମୁଛା ସାହାଯ୍ୟରେ ଝୁଲି ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲ।
ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।