Advertisment

କାଲି ଜେଲ୍‌କୁ ଆସିଥିଲେ, ଆଜି ମିଳିଲା ମୃତଦେହ

ସେ ଯୌତୁକ ନିର୍ଯାତନା ମାମଲାରେ ଅଭିଯୁକ୍ତ ଥିଲେ।

ଅଦ୍ୟତନ ହୋଇଛି
Dead Body

Dead Body

Advertisment

ସମ୍ବଲପୁର ମଣ୍ଡଳ କାରାଗାରରେ ଜଣେ ଅନ୍ତେବାସୀଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସେ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

Advertisment

ମୃତ ବ୍ୟକ୍ତିଙ୍କ ନାଁ ଧରଣୀଧର ମହାନନ୍ଦ। ତାଙ୍କ ଘର ସମ୍ବଲପୁର ସଦର ଥାନା ଅନ୍ତର୍ଗତ ତକବା ଗାଁରେ।

ଧରଣୀଧର ମହାନନ୍ଦ ଗତକାଲି ଜେଲକୁ ଆସିଥିଲେ। ଯୌତୁକ ନିର୍ଯାତନା ମାମଲାରେ ଗତକାଲି ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତା’ପରେ ତାଙ୍କୁ ଜେଲକୁ ଅଣାଯାଇଥିଲା। 

Advertisment

ଜେଲ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଧରଣୀଧର ଜେଲ୍ ପରିସରରେ ଥିବା ଏକ ପାଇଖାନାର ସ୍କାଏ ଲାଇଟରେ ଗାମୁଛା ସାହାଯ୍ୟରେ ଝୁଲି ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲ।

ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ।

Deadbody Death In Jail Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe