Advertisment

ମାଟି ତଳୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଆଜି ସକାଳେ ଠାକୁରମୁଣ୍ଡା ଥାନା ଅନ୍ଧାରିଖମଣ ଗାଁ ପାଖରେ ଜଙ୍ଗଲରେ ଦୁର୍ଗନ୍ଧ ହେଉଥିଲା। ସ୍ଥାନୀୟ ଲୋକେ ଖୋଜାଖୋଜି କରିବାରୁ ଜଙ୍ଗଲ ଯିବା ରାସ୍ତା ପାର୍ଶ୍ୱରେ ଏକ ଗଛ ମୂଳରେ ମୃତଦେହ ପୋତା ହୋଇଥିବା ଦେଖିବାକୁ ମିଳିଥିଲା।

ଅଦ୍ୟତନ ହୋଇଛି
ଅଜଣା ଜୁବକଙ୍କର ଗଳିତ ମୃତଦେହ ଉଦ୍ଧାର

ଅଜଣା ଜୁବକଙ୍କର ଗଳିତ ମୃତଦେହ ଉଦ୍ଧାର

Advertisment

ମାଟି ତଳୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ। ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଞ୍ଚଳରୁ ଆସିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ମୃତ ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ି ନାହିଁ। 

Advertisment

ଆଜି ସକାଳେ ଠାକୁରମୁଣ୍ଡା ଥାନା ଅନ୍ଧାରିଖମଣ ଗାଁ ପାଖରେ ଜଙ୍ଗଲରେ ଦୁର୍ଗନ୍ଧ ହେଉଥିଲା। ସ୍ଥାନୀୟ ଲୋକେ ଖୋଜାଖୋଜି କରିବାରୁ ଜଙ୍ଗଲ ଯିବା ରାସ୍ତା ପାର୍ଶ୍ୱରେ ଏକ ଗଛ ମୂଳରେ ମୃତଦେହ ପୋତା ହୋଇଥିବା ଦେଖିବାକୁ ମିଳିଥିଲା। ପରେ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ସରପଞ୍ଚ ଓ ପୁଲିସକୁ ଖବର ଦେଇଥିଲେ। ଗାଁ ଲୋକଙ୍କଠାରୁ ଖବର ପାଇ ଏସ୍‌ଡ଼ିପିଓ ସୁବ୍ରତ କୁମାର, ଠାକୁରମୁଣ୍ଡା ଥାନା ଅଧିକାରୀ ସାବିତ୍ରୀ ଦଳେଇ ଓ ସାଇଣ୍ଟିଫିକ୍‌ ଟିମ୍‌ ଜଙ୍ଗଲରେ ପହଞ୍ଚିଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ପୁଲିସ୍‌ ମାଟି ଖୋଳି ମୃତଦେହ ବାହାର କରିଥିଲା।  

ପୁଲିସ୍‌ ଗଳିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ମୃତଦେହକୁ କମଳରେ ଘୋଡ଼ାଇ ରଶୀରେ ବାନ୍ଧି ପୋତି ଦେଇଥିବା ଦେଖିବାକୁ ମିଳୁଛି। ହେଲେ ତାଙ୍କ ପରିଚୟ ମିଳିପାରି ନାହିଁ। ପ୍ରାଥମିକ ତଦନ୍ତରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

Advertisment

ରିପୋର୍ଟ- କରଞ୍ଜିଆରୁ ଦୀପକ କୁମାର ମହନ୍ତ

Murder Crime Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe