Advertisment

ରାତିରେ କଥା କଟାକଟି, ସକାଳୁ ରେଳ ଧାରଣାରୁ ମିଳିଲା ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ

ସ୍ୱାମୀଙ୍କ ସହ କଥା କଟାକଟି ଅତିଷ୍ଠ କଲା। ତେଣୁ ଘର ସଂସାରର ମୋହ ବି ତୁଛ ଲାଗିଲା। ଏପରି ସମୟରେ ବଞ୍ଚିବାଠୁ ମରିବାକୁ ଶ୍ରେୟକର ଭାବି ରାତି ଅଧରେ ଘର ଛାଡ଼ିଲେ ମହିଳା।

Deadbody

Deadbody

Advertisment

ସ୍ୱାମୀଙ୍କ ସହ କଥା କଟାକଟି ଅତିଷ୍ଠ କଲା। ତେଣୁ ଘର ସଂସାରର ମୋହ ବି ତୁଛ ଲାଗିଲା। ଏପରି ସମୟରେ ବଞ୍ଚିବାଠୁ ମରିବାକୁ ଶ୍ରେୟକର ଭାବି ରାତି ଅଧରେ ଘର ଛାଡ଼ିଲେ ମହିଳା। ଆଉ ଆଜି ସକାଳେ ସେହି ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ରେଲୱେ ଟ୍ରାକ୍‌ରୁ ମିଳିଛି।

Advertisment

ଏପରି ଏକ ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ଅଞ୍ଚଳରେ ଘଟିଛି। ସିରୋଲ ଗାଁ ରେଳ ଧାରଣାରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଜଣକ ହେଲେ ୨୫ ବର୍ଷୀୟା କମଳା ରଣା ।

କମଳା ୮ ବର୍ଷ ପୂର୍ବେ ଟିଟିଲାଗଡ ଥାନା ତେନ୍ତୁଲିଖୁଟି ଗାଁର କୁମାରମଣି ରଣାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ଛୋଟ ଛୁଆ ଅଛନ୍ତି। କୌଣସି କାରଣକୁ ନେଇ ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଗତ ରାତିରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ କମଳା ଗତ ରାତିରେ ଘରୁ କେଉଁଆଡ଼େ ପଳାଇଥିଲେ। ପରିବାର ଲୋକେ ରାତି ସାରା ଖୋଜାଖୋଜି କରିଥିଲେ ବି ତାଙ୍କ ପତ୍ତା ପାଇ ପାରି ନ ଥିଲେ।

Advertisment

ଆଜି ସକାଳୁ ସିରୋଲ ଗାଁ ରେଳ ଧାରଣାରେ ଏକ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ଜିଆରପିକୁ ଖବର ଦେଇଥିଲେ। ଜିଆରପି କର୍ମଚାରୀ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏହାର ତଦନ୍ତ ଆରମ୍ଭ କରିଛି।

ଖବର ପାଇ କମଳା ରଣାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ମାମଲାର ଅଧିକ ତଦନ୍ତ ଚାଲିଥିବା ଜିଆରପି ଅଧିକାରୀ କହିଛନ୍ତି।

Deadbody Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe