Advertisment

ରାତିରେ ଭୋଜି ପାଇଁ ଘରୁ ଡାକିନେଲେ, ସକାଳୁ ପୋଖରୀରୁ ମିଳିଲା ମୃତଦେହ

ରାତିରେ ଭୋଜି ହେଉଛି କହି ଘରୁ ଡାକି ଆଣିଲେ। ମାତ୍ର ଆଉ ଘରକୁ ଫେରିଲେନି। ସକାଳୁ ପୋଖରୀରୁ ମିଳିଲା ମୃତଦେହ। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

DedaBody in Pond

DedaBody in Pond

Advertisment

ରାତିରେ ଭୋଜି ହେଉଛି କହି ଘରୁ ଡାକି ଆଣିଲେ। ମାତ୍ର ଆଉ ଘରକୁ ଫେରିଲେନି। ସକାଳୁ ପୋଖରୀରୁ ମିଳିଲା ମୃତଦେହ। ଏପରି ଏକ ଚାଞ୍ଚଲ୍ୟକର ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିରସୋତୀ ଗାଁରେ ଘଟିଛି। ମୃତକ ହେଲେ କାହ୍ନୁଚରଣ ନାଥ । ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Advertisment

ମୃତକଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ସମୟରେ କାହ୍ନୁ ଚିକେନ ଧରି ଘରକୁ ଫେରିଥିଲେ। ନିଜେ ରୋଷେଇ କରି ପରିବାର ଲୋକଙ୍କୁ ଖାଇବାକୁ ଦେଇଥିଲେ। ଏହାପରେ ସମସ୍ତେ ଶୋଇ ପଡ଼ିଥିଲେ।

ରାତି ପ୍ରାୟ ୧୧ଟା ପରେ ଭୋଜି ହେଉଛି କହି କିଛି ବନ୍ଧୁ ଘରୁ ଡାକି ନେଇଥିଲେ l ମାତ୍ର ବିଳମ୍ବିତ ରାତି ସୁଦ୍ଧା କାହ୍ନୁ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ଫୋନ୍‌ ବାରମ୍ବାର କରିଥିବା ବେଳେ ସେ ଆଉ ଫୋନ୍‌ ଉଠାଇ ନ ଥିଲେ। ଏହାପରେ ଖୋଜାଖୋଜି କରିବାରୁ ତାଙ୍କ ଲୁଙ୍ଗି, ଗାମୁଛା ଓ ମୋବାଇଲ ଫୋନ୍‌ ପାଇଥିଲେ ବି କାହ୍ନୁଙ୍କ ସନ୍ଧାନ ପାଇ ନ ଥିଲେ।

Advertisment

ଆଜି ସକାଳେ ବିରସୋତୀ ଗାଁରେ ଥିବା ପାଟ ପୋଖରୀରେ କାହ୍ନୁଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ପରିବାର ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ପରିବାର ଲୋକେ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଏହା ଏକ ହତ୍ୟା ଘଟଣା ଓ ଷଡଯନ୍ତ୍ର କରି ସ୍ୱାମୀଙ୍କୁ କେହି ମାରି ଦେଇଥିବା କାହ୍ନୁଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ତେବେ କିଏ ଓ କାହିଁକି କାହ୍ନୁକୁ ମାରିଛି ଓ ଏହା ପଛର ରହସ୍ୟ କ’ଣ ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌।

Murder Deadbody Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe