Advertisment

କାଲି ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ, ଆଜି ମିଳିଲା ମୃତଦେହ

ନିଜ କାମ ପାଇଁ ଗତକାଲି ଜଗନ୍ନାଥ ସମ୍ପର୍କୀୟ ମାମୁଁ ଶଶୁର ଘର ଝୁପୁଡ଼ିପଡ଼ାସ୍ଥିତ ସତ୍ୟନାରାୟଣ ବାଗ ଘରକୁ ଯାଇଥିଲେ। ମାତ୍ର ଆଜି ସକାଳେ ପରିବାର ଲୋକେ ତାଙ୍କ ମୃତଦେହ ରାସ୍ତା କଡ଼ରୁ ପାଇଥିଲେ।

DeadBody

DeadBody

Advertisment

ଗତକାଲି ରାତିରେ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ହସଖୁସିରେ ଖାଇପିଇ ଶୋଇଥିଲ। ମାତ୍ର ଆଜି ସକାଳେ ପରିବାର ଲୋକେ ରାସ୍ତା ଉପରେ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ତେବେ କିଏ ଓ କାହିଁକି ଏପରି ହତ୍ୟାକାଣ୍ଡ ଘଟାଇଛି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌ । ଏପରି ଏକ ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଝୁପୁଡ଼ିପଡ଼ାରେ ଘଟିଛି। ମୃତକଜଣକ ହେଲେ ଭବାନୀପାଟଣା ଅଞ୍ଚଳର ଜଗନ୍ନାଥ ଗହିର ।

Advertisment

ନିଜ କାମ ପାଇଁ ଜଗନ୍ନାଥ ସମ୍ପର୍କୀୟ ମାମୁଁ ଶଶୁର ଘର ଝୁପୁଡ଼ିପଡ଼ାସ୍ଥିତ ସତ୍ୟନାରାୟଣ ବାଗ ଘରକୁ ଯାଇଥିଲେ। ମାତ୍ର ଆଜି ସକାଳେ ପରିବାର ଲୋକେ ତାଙ୍କୁ ଘରେ ଖୋଜି ପାଇ ନ ଥିଲେ। ଏହାପରେ ବାହାରେ ଖୋଜାଖୋଜି କରିବା ପରେ ପାଖ ରାସ୍ତା କଡରେ ଜଗନ୍ନାଥ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ।

ସତ୍ୟନାରାୟଣ ବାଗ ତୁରନ୍ତ ତାଙ୍କୁ କଣ୍ଟାବାଞ୍ଜି ଡାକ୍ତଖାନାକୁ ଚିକିତ୍ସା ପାଇଁ ଆଣିଥିବା ବେଳେ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ପ୍ରବଳ ମାଡ଼ ଯୋଗୁ ଜଗନ୍ନାଥ ଙ୍କ ମୁଣ୍ଡ , ଦେହ ଓ ଶରୀରର ଅନ୍ୟାନ୍ୟ ସ୍ଥଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଗତକାଲି ରାତିରେ କେହି ହତ୍ୟା କରି ପିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି l

Advertisment

ଖବର ପାଇ ହସ୍ପିଟାଲରେ କଣ୍ଟାବାଞ୍ଜି ପୁଲିସ ପହଞ୍ଚି ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି l ଏନେଇ ପୁଲିସ୍‌ ତାଙ୍କ ମାମୁଁ ଶ୍ୱଶୁରଙ୍କୁ ପଚରାଉଚରା କରୁଛି।

Murder Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe