Advertisment

ଯୁବକଙ୍କୁ ମାରି ଫିଙ୍ଗିଦେଲେ

ଶିବଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
undefined

Murder

ଧାରୁଆ ଅସ୍ତ୍ରରେ ହାଣି ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ଅନ୍ତର୍ଗତ ଚୌକାମାଲ ଗାଁର। ମୃତ ବ୍ୟକ୍ତି ଜଣଙ୍କ ହେଲେ ଶିବ ବରିହା। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ହୋଇଛି।

Advertisment

ଗତକାଲି ଶିବ ନିଜ ଗାଁ ଛକ ନିକଟକୁ କୌଣସି କାମରେ ଯାଇଥିଲେ। ହେଲେ ଦୀର୍ଘ ସମୟ ଯାଏ ସେ ଘରକୁ ଫେରି ନଥିଲେ। ପରେ ଶିବଙ୍କ ମୃତଦେହ ଗାଁ ପାଖରେ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପରିବାର ଲୋକେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଡୁଙ୍ଗୁରିପାଲି ଡାକ୍ତରଖାନା ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଶିବଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ଶିବଙ୍କୁ ଧାରୁଆ ଅସ୍ତ୍ରରେ ଚୌକାମାଲ ଗାଁର ବିଶ୍ଵ ମହାନନ୍ଦ ହାଣି ହତ୍ୟା କରିଥିବ ପରିବାର ଲୋକେ ଲଛିପୁର ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ ଘଟଣାର ତଦନ୍ତ କରୁଛି। 

Advertisment
Murder Deadbody Sonepur