Advertisment

ସ୍କୁଲରୁ ରାତ୍ରି ଜଗୁଆଳିଙ୍କ ମୃତଦେହ ଉଦ୍ଧାର

ଆଜି ସକାଳେ ବିଦ୍ୟାଳୟ ପରିସରରେ ରହୁଥିବା ଏକ କୋଠରୀରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା।

Death person

Death person

Advertisment

ସ୍କୁଲ କୋଠରୀରୁ ରାତ୍ରି ଜଗୁଆଳିଙ୍କ ମୃତଦେହ ଉଦ୍ଧାର କରାଯାଇଛି। କଟକ ଜିଲ୍ଲା ଚୌଦ୍ଵାର ଓଟିଏମ୍ ହାଇସ୍କୁଲରୁ ଝୁଲନ୍ତା ଅବସ୍ଥାରେ ଜଗୁଆଳିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ ଜ୍ଞାନରଞ୍ଜନ ବେଉରିଆ। ସେ ଓଟିଏମ୍ ସ୍କୁଲରେ ରାତ୍ରି ଜଗୁଆଳି ଭାବେ କାର୍ଯ୍ୟରତ ଥିଲେ।

Advertisment

ଆଜି ଶିଶୁ ଦିବସ ଥିବାରୁ ଜ୍ଞାନରଞ୍ଜନ ଗତକାଲି ରାତିରେ ଶିକ୍ଷକମାନଙ୍କ ସହ ମିଶି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି କରିଥିଲେ। ଏହାପରେ ଶିକ୍ଷକମାନେ ନିଜ ନିଜ ଘରକୁ ପଳାଇ ଯାଇଥିଲେ। ଜ୍ଞାନରଞ୍ଜନ ସ୍କୁଲରେ ରହିଥିଲେ।

ଆଜି ସକାଳେ ବିଦ୍ୟାଳୟ ପରିସରରେ ରହୁଥିବା ଏକ କୋଠରୀରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଏନେଇ ସ୍କୁଲର ପ୍ରଧାନଶିକ୍ଷକ ଜ୍ଞାନରଞ୍ଜନଙ୍କ ପରିବାର ଲୋକଙ୍କୁ ଖବର ଦେବା ସହ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ତେବେ ଜ୍ଞାନରଞ୍ଜନ କାହିଁକି ଆତ୍ମହତ୍ୟା, ଏହା ପଛରେ କ’ଣ କାରଣ ରହିଛି ତାହା ଜଣାପଡ଼ି ନାହିଁ।

Advertisment
Cuttack Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe