Advertisment

ଯାହାଙ୍କୁ ଅନାଇ ବସିଥିଲେ ପରିବାର ଲୋକେ, କେନାଲରେ ଭାସୁଥିଲା ତାଙ୍କ ମୃତଦେହ

ସକାଳୁ ସାହି ପଡ଼ିଶାଙ୍କ ଡାକରେ ନିଦରୁ ଉଠି ଦେଖିଲା ବେଳକୁ ଉଜୁଡ଼ି ଯାଇଥିଲା ସଂସାର। ଯାହାକୁ ରାତି ସାରା ଅନାଇ ରହିଥିଲେ, ତାଙ୍କ ମୃତଦେହ କେନାଲରେ ଭାସୁଥିଲା।

Tension

Tension

Advertisment

ଘର ଲୋକ ଭାବିଥିଲେ, ଦୋକାନ କାମ ସରିଲେ ସଅଳ ଫେରି ଆସିବେ। ମାତ୍ର ଫେରିବା ବିଳମ୍ବ ହେବାରୁ କାମ ସରି ନ ଥିବ ଭାବି ଶୋଇ ପଡ଼ିଲେ ପରିବାର ଲୋକେ। ସକାଳୁ ସାହି ପଡ଼ିଶାଙ୍କ ଡାକରେ ନିଦରୁ ଉଠି ଦେଖିଲା ବେଳକୁ ଉଜୁଡ଼ି ଯାଇଥିଲା ସଂସାର। ଯାହାକୁ ରାତି ସାରା ଅନାଇ ରହିଥିଲେ, ତାଙ୍କ ମୃତଦେହ କେନାଲରେ ଭାସୁଥିଲା।

Advertisment

ଏପରି ଏକ ଦୁଃଖଦ ଘଟଣା କଟକ ଜିଲ୍ଲା ସାଲେପୁର ଥାନା ଜିଗ୍ନିପୁର ଅଞ୍ଚଳରେ ଗତକାଲି ଘଟିଛି। ମୃତକ ହେଲେ ମର୍କତପୁର ଗାଁର ଦୋଳ ଗୋବିନ୍ଦ ଦାସ। ଦୋଳ ଗୋବିନ୍ଦଙ୍କର ଏକ ସିମେଣ୍ଟ ଗୋଦାମ ଥିବା ବେଳେ ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା।

ସବୁ ଦିନ ପରି ଗତକାଲି ବି ଦୋଳଗୋବିନ୍ଦ ନିଜ ଗୋଦାମକୁ ଯାଇଥିଲେ। ମାତ୍ର ରାତିରେ ସିମେଣ୍ଟ ଗାଡ଼ି ଆସିବାକୁ ଥିବାରୁ ଫେରିବା ବିଳମ୍ବ ହେବ ବୋଲି ଘରେ କହିଥିଲେ। ମାତ୍ର ବିଳମ୍ବିତ ରାତି ପର୍ଯ୍ୟନ୍ତ ନ ଫେରିବାରୁ କାମ ସରି ନ ଥିବା ଭାବି ପରିବାର ଲୋକେ ଶୋଇ ପଡ଼ିଥିଲେ।

Advertisment

ମାତ୍ର ସକାଳୁ ଦୋକାନଠୁ କିଛି ଦୂର କେନାଲରେ ମୃତଦେହ ଭାସୁଥିବା ଖବର ପାଇ ପରିବାର ଲୋକେ ସେଠାକୁ ଯାଇଥିଲେ। ସେଠାରେ ସେମାନେ ଦୋଳ ଗୋବିନ୍ଦଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ମୃତଦେହର ବେକରୁ ମୁଣ୍ଡ ପର୍ଯ୍ୟନ୍ତ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି।

ତେଣୁ କେହି ଦୋଳଗୋବିନ୍ଦଙ୍କୁ ହତ୍ୟା କରି କେନାଲରେ ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ - ସାଲେପୁରରୁ ମନୋଜ ଆଚାର୍ଯ୍ୟ

Murder Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe