Advertisment

ନଦୀ କୂଳରେ ପଡ଼ିଥିଲା ଅଖା, ଅଖାରୁ ବାହାରିଲା ଯୁବତୀଙ୍କ ମୃତଦେହ

କଣାସ ଗଡ଼ିଶାଗଦା ଥାନା ନୂଆଗାଁ ନିକଟ ଦୟାନଦୀ କୂଳରେ ଗତକାଲି ରାତିରେ ଏକ ଅଖା ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।

LADY

LADY

Advertisment

ନଦୀ କୂଳରୁ ମିଳିଲା ଯୁବତୀଙ୍କ ମୃତଦେହ । ତାହା ପୁଣି ଅଖା ଭଭିତରେ ପଶିଥିବା ବେଳେ ହାତଗୋଡ଼ ବନ୍ଧା ଯାଇଥିଲା। ଏପରି ଏକ ଅଭାବନୀୟ ଘଟଣା ପୁରୀ ଜିଲ୍ଲା କଣାସ ବ୍ଲକରେ ଘଟିଛି।

Advertisment

କଣାସ ଗଡ଼ିଶାଗଦା ଥାନା ନୂଆଗାଁ ନିକଟ ଦୟାନଦୀ କୂଳରେ ଗତକାଲି ରାତିରେ ଏକ ଅଖା ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଉକ୍ତ ଅଖା ଖୋଲିବାରୁ ତା’ ଭିତରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ଭର୍ତ୍ତି ହୋଇଥିବା ଦେଖିବାକୁ ପାଇଥିଲେ ।

ଏହି ଖବର ପ୍ରଚାରିତ ହେବାରୁ ସମଗ୍ର ଗାଁରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଯୁବତୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନି। ଯୁବତୀଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରାଯାଇଥିବା ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି ପୁଲିସ।

Advertisment
Puri Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe