Advertisment

ଟ୍ରେନ୍ ଲାଇନରୁ ହୋମଗାର୍ଡଙ୍କ ମୃତଦେହ ଠାବ

ଟ୍ରେନ୍ ଲାଇନରୁ ଠାବ ହେଲା ହୋମଗାର୍ଡଙ୍କ ମୃତଦେହ । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

author-image
Niharika Rout
Dead Body

Dead Body

ଟ୍ରେନ୍ ଲାଇନରୁ ଠାବ ହେଲା ହୋମଗାର୍ଡଙ୍କ ମୃତଦେହ । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏପରି ଏକ ଘଟଣା ରାୟଗଡ଼ାରେ ଘଟିଛି। ମୃତକ ହେଲେ ହୋମଗାର୍ଡ ଇଶ୍ବର ରାଓ । ସେ SPଙ୍କ ରେସିଡେନ୍ସ ଅଫିସରେ ନିୟୋଜିତ ଥିଲେ ।

Advertisment

ରାୟଗଡ଼ାରେ ନିଜ ପରିବାର ସହ ରହୁଥିବା ଇଶ୍ୱର ରାୟ ଛୁଟି ନେଇ ଗତ ୩ ଦିନ ବିଶାଖାପାଟଣା ଯାଇଥିଲେ। ସମ୍ପର୍କୀୟଙ୍କ ଦଶାହରେ ଯୋଗ ଦେବାକୁ ସେ ଏକା ଯାଇଥିଲେ। ସେଠାରୁ ଗତ ରାତିରେ ସେ ରାୟଗଡ଼ା ଫେରୁଥିଲେ।

ମାତ୍ର ରାୟଗଡ଼ା ଷ୍ଟେଶନର ୫୦ ମିଟର ପୂର୍ବରୁ ଟ୍ରାକରୁ ତାଙ୍କ ମୃତଦେହ ଠାବ କରାଯାଇଛି। ଗତ ରାତିରେ ଏ ନେ ଖବର ପ୍ରଚାରିତ ହେବା ପରେ ରେଳ ବିଭାଗ କର୍ତ୍ତୃପକ୍ଷ, ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମା ଘଟଣାସ୍ଥଳରେ ପହଞ୍ଚିଥିଲେ। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରଖାଯାଇଛି।

Advertisment

ଇଶ୍ୱରଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଲାଗି ରହିଛି। ଏହା ଦୁର୍ଘଟଣାଜନିତ ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇ ପାରି ନ ଥିବା ବେଳେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

Rayagada