Advertisment

ଦୁଇ ଦିନ ହେଲା ହୋଟେଲରେ କାମ କରୁଥିଲେ, ମିଳିଲା ଝୁଲନ୍ତା ମୃତଦେହ

ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ କାମ ଖୋଜୁଥିବା ଭିକାରୀଙ୍କୁ ରାୟଗଡ଼ାର ଏକ ହୋଟେଲରେ କାମ ମିଳିଥିଲା।

author-image
Niharika Rout
sopt verify

sopt verify

କାମ ଅନ୍ୱେଷଣରେ ଦୁଇ ଦିନ ତଳେ ହୋଟେଲରେ ପହଞ୍ଚିଥିଲେ। ମାତ୍ର ହୋଟେଲରେ କାମ କରିବା ବେଳେ ନେଲେ ଚରମ ନିଷ୍ପତ୍ତି ଓ ସେହିଠାରେ ହିଁ ଝୁଲି ପଡ଼ିଲେ। ଏପରି ଏକ ଅଭାବନୀୟ ଘଟଣା ରାୟଗଡ଼ା ଜିଲା ପଦ୍ମପୁର ସୁନାରୀ ଘାଇ ଛକରେ ଘଟିଛି ।

Advertisment

ମୃତକ ଜଣକ ହେଲେ ୩୦ ବର୍ଷୀୟ ଭିକାରୀ ପ୍ରଧାନ । ତାଙ୍କ ଘର ସମ୍ବଲପୁର ଜିଲ୍ଲାର ହୀରାକୁଦରେ ବୋଲି ଜଣାଯାଇଛି। ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ କାମ ଖୋଜୁଥିବା ଭିକାରୀଙ୍କୁ ରାୟଗଡ଼ାର ଏକ ହୋଟେଲରେ କାମ ମିଳିଥିଲା। ଫଳରେ ହୀରାକୁଦରୁ ସେ ରାୟଗଡ଼ା ଯାଇଥିଲେ। ମାତ୍ର ସେଠାରେ ଦୁଇ ଦିନ କାମ କରିବା ପରେ ଉକ୍ତ ଦୋକାନରେ ହିଁ ସେ ଝୁଲି ପଡ଼ିଛନ୍ତି।

କୌଣସି କାମରେ ବାହାରକୁ ଯାଇଥିବା ଦୋକାନ ମାଲିକ ଫେରିବା ପରେ ଏହା ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚି ମୃତଦେହ ଜବତ କରି ତଦନ୍‌ତ ଆରମ୍ଭ କରିଛି।

Advertisment

ଏନେଇ ଭିକାରୀଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ତେବେ ରୋଜଗାର ପାଇଁ ଘରୁ ଗୋଡ଼ କାଢ଼ିଥିବା ପୁଅର ମୃତ୍ୟୁ ଖବରକୁ ପରିବାର ଲୋକେ ବିଶ୍ୱାସ କରି ପାରୁ ନ ଥିବା ବେଳେ କାନ୍ଦିବୋବାଳିରେ ଫାଟୁଛି ଘର।

ତେବେ ଦୁଇ ଦିନ ତଳେ କାମ ପାଇଁ ଆସିଥିବା ଜଣେ ଯୁବକ କ’ଣ ପାଇଁ ଆତ୍ମହତ୍ୟା କଲେ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

Suicide Rayagada