Advertisment

ଶୁଣି ପାରୁ ନଥିବା ଓ କହି ପାରୁ ନଥିବା ମହିଳାଙ୍କୁ ଅପହରଣ ପରେ ଗଣଦୁର୍ଷ୍କମ

୧୪ ସେକେଣ୍ଡର ଭିଡିଓକୁ ଆଧାର କରି ପୁଲିସ୍‌ ଦୁଷ୍କର୍ମକାରୀଙ୍କ ପାଖରେ ପହଞ୍ଚିବାକୁ ସକ୍ଷମ ହୋଇଥିଲା।

UP

UP

Advertisment

ଘରୁ ଫେରୁଥିବା ବେଳେ ଜଣେ ଶ୍ରବଣ ବାଧିତ ଓ ବାକ ବାଧିତ ମହିଳାଙ୍କୁ ବିଚ ରାସ୍ତାରୁ ଅପହରଣ କରି ନେଇ ଗଣଦୁଷ୍କର୍ମ କରାଯାଇଛି। ଉତ୍ତର ପ୍ରଦେଶର ବଳରାମପୁରରୁ ଏପରି ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଜିଲ୍ଲାର ପ୍ରମୁଖ ଅଧିକାରୀମାନେ ରହୁଥିବା ବାସଭବନ ଠାରୁ ମାତ୍ର କିଛି ମିଟର ଦୂରରେ ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି। ହେଲେ ଘଟଣା ବେଳେ ସିସିଟିଭି ଚାଲୁ ନଥିଲା। ତଥାପି ପୁଲିସ୍ ଦୁଇ ଅଭିଯୁକ୍ତଙ୍କୁ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ଏନକାଉଣ୍ଟର କରି ଧରିବାକୁ ସକ୍ଷମ ହୋଇଛି।

Advertisment

ବଳରାମପୁର ହରର: କ’ଣ, କେତେବେଳେ ଓ କେମିତି

ସୋମବାର ସନ୍ଧ୍ୟାରେ ଦିବ୍ୟାଙ୍ଗ ମହିଳା ଜଣଙ୍କ ତାଙ୍କ ମାମୁ ଘରୁ ବଳରାମପୁର ଜିଲ୍ଲାରେ ଥିବା ନିଜ ଘରକୁ ଆସୁଥିଲେ। ହେଲେ ଅଧା ରାସ୍ତାରେ ଦୁଇ ଜଣ ବ୍ୟକ୍ତି ତାଙ୍କୁ ପିଛା କରିଥିଲେ। ସେ ଭୟରେ ବିଚ ରାସ୍ତାରେ ଦୌଡ଼ଥିଲେ ହେଁ ଦୁଇ ବ୍ୟକ୍ତି ବାଇକରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ। ଏହାପରେ ତାଙ୍କୁ ସେଠାରୁ ଗୋଟିଏ ନିଛାଟିଆ ପଡ଼ିଆକୁ ନେଇ ଯାଇଥିଲେ। ସେଠାରେ ତାଙ୍କୁ ଉଭୟ ଦୁଷ୍କର୍ମ କରିଥିଲେ।

ମହିଳା ଜଣଙ୍କ ଶୁଣି ପାରୁ ନଥିବାରୁ ଓ କଥା କହି ପାରୁ ନଥିବାରୁ ଅପହରଣ ବେଳେ ଚିତ୍କାର କରି ସାହାଯ୍ୟ ମଧ୍ୟ ମାଗି ପାରି ନଥିଲେ। ଏପଟେ ମହିଳା ଜଣଙ୍କ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି ଆରମ୍ଭ କରିଥିଲେ।

Advertisment

ବେଶ କିଛି ସମୟରେ ଖୋଜା ଖୋଜି ପରେ ଗୋଟିଏ ପୁଲିସ୍‌ ପୋଷ୍ଟ ନିକଟରେ ଥିବା ପଡ଼ିଆରୁ ତାଙ୍କୁ ଉଦ୍ଧାର କରାଯାଇଥିଲା। ତୁରନ୍ତ ତାଙ୍କୁ ଜିଲ୍ଲା ମହିଳା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ସ୍ଥିର ରହିଛି। କିନ୍ତୁ ସେ ଘଟଣା ପରେ ପୂରା ସ୍ତବ୍ଧ ହୋଇ ଯାଇଛନ୍ତି।

ପୁଲିସ୍‌ର ତଦନ୍ତ

ମହିଳାଙ୍କ ଭାଇ ଘଟଣା ସମ୍ପର୍କରେ ପୁଲିସ୍‌କୁ ଜଣାଇବା ସହ ଅଭିଯୋଗ ଦାଖଲ କରିଥିଲେ। ଏହାପରେ ପୁଲିସ୍‌ ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତ ଅଙ୍କୁର ବର୍ମା ଓ ହର୍ଷିତ ପାଣ୍ଡେଙ୍କୁ ଗିରଫ କରିଛି। ଏସ୍‌ପି ବିକାଶ କୁମାର କହିଛନ୍ତି, “ମିଳିଥିବା ପ୍ରମାଣ ଓ ସିସିଟିଭି ଫୁଟେଜ ଆଧାରରେ ଆମେ ଦୁଇ ଜଣଙ୍କୁ ଚିହ୍ନଟ କରିଥିଲୁ। ସେମାନଙ୍କୁ ଏନକାଉଣ୍ଟର ପରେ ଗିରଫ କରାଯାଇଛି। ଏନକାଉଣ୍ଟର ଯୋଗୁ ସେମାନଙ୍କ ଗୋଡ଼ରେ ଗୁଳି ବାଜିଛି। ଏବେ ଉଭୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନେ ନିଜର ଅପରାଧକୁ ମଧ୍ୟ ସ୍ୱୀକାର କରିନେଇଛନ୍ତି।”

ସ୍କାନରେ ୟୁପି ସରକାରଙ୍କ ଅପରେସନ ତ୍ରିନେତ୍ର

ଉତ୍ତର ପ୍ରଦେଶ ସରକାର ଅପରେସନ ତ୍ରିନେତ୍ର ଜରିଆରେ ବିଭିନ୍ନ ସ୍ଥାନରେ ଶତାଧିକ ସିସିଟିଭି କ୍ୟାମେରା ଲଗାଇଥିବା ଦାବି କରୁଛନ୍ତି। ଅପରାଧୀଙ୍କ ଉପରେ ଏହା ତୃତୀୟ ନୟନ ଭାବେ ନଜର ରଖିବ ବୋଲି ସରକାର କହି ଚାଲିଛନ୍ତି। ହେଲେ ଏହି ଘଟଣା ସରକାରଙ୍କ ସବୁ ଦାବିକୁ ପଦାରେ ପକାଇଛି। ମହିଳାଙ୍କ ପରିବାର ଘଟଣା ପାଇଁ ପ୍ରଶାସନ ଓ ସରକାରଙ୍କ ଅବହେଳାକୁ ଦାୟୀ କରିଛନ୍ତି।

ସେମାନଙ୍କ କହିବା କଥା ଯେ ଉକ୍ତ ଅଞ୍ଚଳରେ ଲାଗିଥିବା ୩ରୁ ୪ଟି ସିସିଟିଭି କ୍ୟାମେରା ବନ୍ଦ ରହିଛି। ତେବେ ଏସ୍‌ପିଙ୍କ ଘର ନିକଟରେ ଲାଗିଥିବା ସିସିଟିଭିରେ ମହିଳା ଜଣଙ୍କ ଦୌଡ଼ୁ ଥିବା ବେଳେ ତାଙ୍କ ପିଛା ଦୁଇ ଜଣ ବାଇକରେ କରୁଥିବା କଏଦ ହୋଇଥିଲା। ଏହି ୧୪ ସେକେଣ୍ଡର ଭିଡିଓକୁ ଆଧାର କରି ପୁଲିସ୍‌ ଦୁଷ୍କର୍ମକାରୀଙ୍କ ପାଖରେ ପହଞ୍ଚିବାକୁ ସକ୍ଷମ ହୋଇଥିଲା।

Stop Rape Crime Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe