Advertisment

ଥାର୍ଡ଼ ଡିଗ୍ରୀ ପରେ ମୃତ୍ୟୁ !

ବନ ବିଭାଗ ହେପାଜତରେ ଅଭିଯୁକ୍ତର ମୃତ୍ୟୁକୁ ନେଇ ଲଙ୍କାକାଣ୍ଡ। କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅଧିନସ୍ଥ ବଡ଼ମ୍ବା ଅଞ୍ଚଳରେ ହାତୀ ଶିକାର ଓ ଦାନ୍ତ ଚୋରୀ ଅଭିଯୋଗରେ ବନ ବିଭାଗ ସ୍କ୍ୱାଡ୍ ଜଣେ ବ୍ୟକ୍ତିଙ୍କୁ ଉଠାଇ ନେବା ପରେ ତାଙ୍କ ମୃତ୍ୟୁ ହୋଇଥିଲା। ବନ ବିଭାଗ ଟିମ୍ ଏକ ଅଜଣା ସ୍ଥାନରେ ରଖି ପ୍ରବଳ ମାଡ଼ ମାରିବା ସହ ଥାର୍ଡ ଡିଗ୍ରୀ ବି ଦେଇଥିଲା। ମୃତ ବ୍ୟକ୍ତି ଜଣକ ଆଠଗଡ଼ ଥାନା ବଡ଼ମ୍ବା ରେଞ୍ଜ୍ ଅନ୍ତର୍ଗତ ସାତଗୋଛିଆ ଗାଁର ଧନେଶ୍ୱର ବେହେରା।

author-image
Manoj Swain
Cuttack Odisha Forest Department