Advertisment

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

କଏଦୀ ଜଣଙ୍କ ପାଇଖାନା ବାହାରେ ଥିବା ପାଣି ପାଇପରେ ଗାମୁଛା ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ସୂଚନା ମିଳିଛି।

author-image
Tapaswini Nayak
 Keonjhar Jail

Keonjhar Jail

କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତ କଏଦୀ ଜଣଙ୍କ ହେଲେ ୨୫ ବର୍ଷୀୟ ଅଜୟ ଦାସ।

Advertisment

ଗତକାଲି କେନ୍ଦୁଝର ଜେଲରେ ଅଜୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପାଇଖାନା ବାହାରେ ଥିବା ପାଣି ପାଇପରେ ଗାମୁଛା ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।

ଅଜୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କେନ୍ଦୁଝର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏକ ଦୁଷ୍କର୍ମ ଅଭିଯୋଗ ମାମଲାରେ ଗିରଫ ହୋଇ ବିଚାରଧୀନ ବନ୍ଦୀ ଭାବେ ଜୀବନ ବିତାଉଥିଲେ ଅଜୟ।

Advertisment

କେନ୍ଦୁଝର ଜେଲର ଜେଲ୍ ସୁପରିଟେଣ୍ଡେଣ୍ଟ କୁଅଁର ମାରାଣ୍ଡି କହିଛନ୍ତି, ଗତକାଲି କଏଦୀ ଜଣଙ୍କ ପରିବାର ଲୋକଙ୍କ ସହ କଥା ହୋଇଥିଲା। ପରେ ପାଇଖାନା ଯାଇଥିଲା। ପାଇଖାନା ବାହାରେ ଥିବା ପାଣି ପାଇପରେ ଗାମୁଛା ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ଏ ସଂପର୍କରେ କେନ୍ଦୁଝର ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି।

Kendujhar