Advertisment

ସାମ୍ବାଦିକାଙ୍କ ମୃତ୍ୟୁ ଘଟଣା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ମଧୁମିତାଙ୍କ ମୃତ୍ୟୁ ମାମଲାରେ ଧଉଳି ଥାନା ପୁଲିସ ସ୍ବାମୀ ଶ୍ରୀଧର ଜେନାଙ୍କୁ ଗିରଫ କରିଛି। ସ୍ବାମୀର ପରକୀୟା ସଂପର୍କରୁ ମଧୁମିତା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Madhumita

Madhumita

Advertisment

ଭୁବନେଶ୍ବରରେ ମହିଳା ସାମ୍ବାଦିକା ମଧୁମିତାଙ୍କ ମୃତ୍ୟୁ ମାମଲାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ। ମୃତ୍ୟୁ ପୂର୍ବରୁ ମଧୁମିତାଙ୍କ ଦେହରେ ଏକାଧିକ କ୍ଷତ ରହିଛି। ଟ୍ରେନ୍ ଆଗକୁ ଡେଇଁବା ପରେ କିଛି ବାଟ ଘୋଷାଡ଼ି ହେବା ପରେ କିଛି ସମୟ ପାଇଁ ବଞ୍ଚିଥିଲେ ମଧୁମିତା। ଏକାଧିକ କ୍ଷତ ପାଇଁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଥିଲା। ମଧୁମିତାଙ୍କ ମୃତ୍ୟୁ ମାମଲାରେ ଧଉଳି ଥାନା ପୁଲିସ ସ୍ବାମୀ ଶ୍ରୀଧର ଜେନାଙ୍କୁ ଗିରଫ କରିଛି। ସ୍ବାମୀର ପରକୀୟା ସଂପର୍କରୁ ମଧୁମିତା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

Advertisment

ଗତ ୨୪ ବୁଧବାର ରାତିରେ ମଧୁମିତା ଟ୍ରେନ୍‌ ଲାଇନ୍‌କୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଟ୍ରେନ୍‌ ଲାଇନ୍‌କୁ ଡେଇଁବା ପୂର୍ବରୁ ସେ ନିଜର ଇନ୍‌ଷ୍ଟାରେ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସେ ଆତ୍ମହତ୍ୟାର କାରଣ କହିଥିଲେ। ସେହି ଭିଡିଓ ସାମ୍ନାକୁ ଆସିବା ପରେ ମଧୁମିତାଙ୍କ ପରିବାର ଲୋକ ଓ ସାଙ୍ଗ ସାଥୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା।

ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ମଧୁମିତାଙ୍କ ସ୍ୱାମୀ ଶ୍ରୀଧର ଜେନାଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe