Advertisment

ବାପାକୁ ମୃତ୍ୟୁ ଦଣ୍ଡ ଓ ପୁଅକୁ ଆଜୀବନ ଶୁଣାଇଲେ ଏଡିଜେ

୨୦୨୦ ମସିହା ଅକ୍ଟୋବର ୨୧ ତାରିଖରେ ଜମି ବାଡ଼ି ବିବାଦରୁ ମହୁଲପାଲି ଥାନା ଲପଡା ଗାଁରେ ଗୋଟିଏ ପରିବାରର ଗିରିଧାରୀ ସାହୁ, ତାଙ୍କ ସ୍ତ୍ରୀ ସାବିତ୍ରୀ ସାହୁ ଓ ଶାଶୁ ପିରୋବତୀ ବେହେରାଙ୍କୁ ପଡୋଶୀ ନବୀନ ଦେହୁରୀ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ।

Kuchinda

Kuchinda

Advertisment

୨୦୨୦ ମସିହାରେ ସମ୍ୱଲପୁର ଜିଲ୍ଲାରେ ଘଟିଥିବା ଲୋମହର୍ଷଣକାରୀ ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଛି। ହତ୍ୟାକାରୀ ବାପାକୁ ମୃତ୍ୟୁ ଦଣ୍ଡାଦେଶ ଓ ପୁଅକୁ ଆଜୀବନ ଜେଲ ଶୁଣାଇଲେ କୁଚିଣ୍ଡା ଏଡିଜେ। ଆଜୀବନ ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତକୁ ଜରିମାନା ମଧ୍ୟ କରିଛନ୍ତି କୋର୍ଟ।

Advertisment

୨୦୨୦ ମସିହା ଅକ୍ଟୋବର ୨୧ ତାରିଖରେ ଜମି ବାଡ଼ି ବିବାଦରୁ ମହୁଲପାଲି ଥାନା ଲପଡା ଗାଁରେ ଗୋଟିଏ ପରିବାରର ଗିରିଧାରୀ ସାହୁ, ତାଙ୍କ ସ୍ତ୍ରୀ ସାବିତ୍ରୀ ସାହୁ ଓ ଶାଶୁ ପିରୋବତୀ ବେହେରାଙ୍କୁ ପଡୋଶୀ ନବୀନ ଦେହୁରୀ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡରେ ନବୀନକୁ ତା’ ପୁଅ ହେମାନନ୍ଦ ଦେହୁରୀ ସହଯୋଗ କରିଥିଲା। ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ନବୀନ ଓ ତାଙ୍କ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ମହୁଲପାଲି ଥାନା ପୁଲିସ୍‌।

ଆଜି ଏହି ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ସାକ୍ଷୀଙ୍କ ବୟାନ, ସାଇଣ୍ଟିଫିକ୍‌ ତଥ୍ୟ ଓ ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରି କୁଚିଣ୍ଡା ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡର ରାୟ ଶୁଣାଇଛି। ମୁଖ୍ୟ ଅଭିଯୁକ୍ତ ନବୀନ ଦେହୁରୀଙ୍କୁ ମୃତ୍ୟୁଦଣ୍ଡା ଦେହ ଶୁଣାଇଛନ୍ତି। ଏଥିସହ ନବୀନଙ୍କ ପୁଅ ହେମାନନ୍ଦଙ୍କୁ ଆଜୀବନ କାରାଦଣ୍ଡାଦେଶ ଓ ଲକ୍ଷେ ଟଙ୍କା ଜରିମାନା କରିଛନ୍ତି। ସରକାରୀ ଓକିଲ ରବୀନ୍ଦ୍ର କୁମାର ନାଏକ ଏନେଇ ସୂଚନା ଦେଇଛନ୍ତି।

Advertisment

ରିପୋର୍ଟ- କୁଚିଣ୍ଡାରୁ ଦେବେନ୍ଦ୍ର ବେହେରା

Murder Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe