Advertisment

ନାବାଳିକା ଦୁଷ୍କର୍ମ ପରେ ହତ୍ୟା; ଦୋଷୀକୁ ଫାଶି ଦଣ୍ଡାଦେଶ

ଗାଁ ଓ ପରିବାର ଲୋକଙ୍କ ତଥ୍ୟ ଆଧାରରେ ପୁଲିସ୍‌ ସଞ୍ଜୀବ କେରକେଟାକୁ ଉଠାଇ ଆଣି ଘନଘନ ଜେରା କରିଥିଲା। ଜେରା ବେଳେ ସବୁ ସତକଥା ଓଗାଳି ପକାଇଥିଲା ସଞ୍ଜୀବ। ଦୁଷ୍କର୍ମ ପରେ ହତ୍ୟା କରିଥିବା ସ୍ୱୀକାର କରିଥିଲା।

author-image
Manoranjan Sial
Judgment

Judgment

ମାଆ ପାଖରେ ଶୋଇଥିଲା ୪ ବର୍ଷ କୁନି ଝିଅ। ରାତି ଅଧରେ ତାକୁ ଘରୁ ଉଠାଇ ଆଣି ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ସୁନ୍ଦରଗଡ଼ ସ୍ୱତନ୍ତ୍ର ପକ୍ସୋ କୋର୍ଟ ମାମଲା ବିଚାର କରି ଅଭିଯୁକ୍ତକୁ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି।

Advertisment

୨୦୧୬ ମସିହା ଅକ୍ଟୋବର ୨୧ ତାରିଖ ରାତିରେ ମାଆ ଓ ବଡ଼ ଭଉଣୀ ସହିତ ଶୋଇଥିଲା ୪ ବର୍ଷର ବାପ ଛେଉଣ୍ଡ କୁନି ଝିଅ। ହେଲେ ରାତିରେ ନିଦ ଭାଙ୍ଗିଲା ବେଳକୁ ପାଖରେ ଝିଅ ନଥିଲା। ତେଣୁ ଝିଅକୁ ଚାରିଆଡ଼େ ଖୋଜାଖୋଜି କରିଥିଲେ ମାଆ। ମାତ୍ର ତାଙ୍କର ପତ୍ତା ପାଇନଥିଲେ। ୨୨ ତାରିଖରେ ଏନେଇ ସୁନ୍ଦରଗଡ଼ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ ନାବାଳିକାଙ୍କ ମାଆ।

ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଥାନାରେ ଅଭିଯୋଗ ହେବାର ୩ ଦିନ ପରେ ଏକ ନିର୍ମାଣାଧୀନ ଘର ଭିତରୁ ପୁଲିସ୍‌ ନାବାଳିକାଙ୍କ ମୃତଦେହ ପାଇଥିଲା। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ମାମଲାର ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ ପୁଲିସ୍‌ର ସନ୍ଦେହୀ ଆଖି ପଡ଼ୋଶୀ ସଞ୍ଜୀବ କେରକେଟାଙ୍କ ଉପରକୁ ଯାଇଥିଲା।

Advertisment

ଗାଁ ଓ ପରିବାର ଲୋକଙ୍କ ତଥ୍ୟ ଆଧାରରେ ପୁଲିସ୍‌ ସଞ୍ଜୀବ କେରକେଟାକୁ ଉଠାଇ ଆଣି ଘନଘନ ଜେରା କରିଥିଲା। ଜେରା ବେଳେ ସବୁ ସତକଥା ଓଗାଳି ପକାଇଥିଲା ସଞ୍ଜୀବ। ଦୁଷ୍କର୍ମ ପରେ ହତ୍ୟା କରିଥିବା ସ୍ୱୀକାର କରିଥିଲା। ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ଦୁଷ୍କର୍ମ ହୋଇଥିବା ଜଣାପଡ଼ିଥିଲା। ଏହା ପରେ ପୁଲିସ୍‌ ସଞ୍ଜୀବ କେରକେଟାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ୩୫ ଜଣ ସାକ୍ଷୀ ଓ ଅନ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି ସୁନ୍ଦରଗଡ଼ ପକ୍ସୋ କୋର୍ଟ।

ରିପୋର୍ଟ- ସୁନ୍ଦରଗଡ଼ରୁ ଦେବବ୍ରତ

Crime Sundargarh