Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ

ଦୁର୍ବୃତ୍ତ ନିଜକୁ ଆଇଏସ୍ଆଇଏସ୍ ଆତଙ୍କୀ ବୋଲି ଦାବି କରିଛି। ମେସେଜ୍ ଆସିଥିବା ନମ୍ବରଟିର ଲୋକେସନ୍ ରାଜସ୍ଥାନର ଆଜମେର ବୋଲି ଜଣାପଡିଛି।

author-image
Debadatta Aryashrestha
undefined

PM Narendra Modi (File Photo)

ଆଜିକାଲି ବିଭିନ୍ନ ନେତା-ମନ୍ତ୍ରୀ ଓ ଅଭିନେତାଙ୍କୁ ହତ୍ୟା ଧମକ ମିଳିବା ନିତିଦିନିଆ କଥା ହେଇଗଲାଣି। ହେଲେ ଏଥର ସବୁ ସୀମା ଟପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଛି ହତ୍ୟା ଧମକ। ମୁମ୍ବାଇ ପୁଲିସକୁ ହ୍ୱାଟ୍ସଆପ୍ ଜରିଆରେ କେହି ଦୁର୍ବୃତ୍ତ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ନେଇ ଏକ ବାର୍ତ୍ତା ପଠାଇଥିବା ଜଣାପଡ଼ିଛି। ଦୁର୍ବୃତ୍ତ ନିଜକୁ ISIS ଆତଙ୍କୀ ବୋଲି ଦାବି କରିଛି।

Advertisment

ମିଳିଥିବା ସୂଚନା ଅନୁସାରେ ମୁମ୍ବାଇ ପୁଲିସର ଟ୍ରାଫିକ କଣ୍ଟ୍ରୋଲ ରୁମକୁ ହ୍ୱାଟ୍ସଆପ୍ ଜରିଆରେ ଏହି ଧମକପୂର୍ଣ୍ଣ ମେସେଜ ଆସିଛି। ଏହି ମେସେଜରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ISIS ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଦୁର୍ବୃତ୍ତ ନିଜକୁ ISIS ଆତଙ୍କୀ ବୋଲି ଦାବି କରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବୋମା ବିସ୍ଫୋରଣରେ ଉଡାଇ ଦିଆଯିବାକୁ ଯୋଜନା ହେଉଥିବା ଧମକ ଦେଇଛି। ପୁଲିସ ତୁରନ୍ତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପ୍ରାଥମିକ ତଦନ୍ତ ଭାବେ ପୁଲିସ ସାଇବର ସେଲ୍ ଜରିଆରେ ମେସେଜ୍ ଆସିଥିବା ନମ୍ବରର ଲୋକେସନ ଟ୍ରାକ୍ କରିବାରେ ସଫଳ ହୋଇଛି। ନମ୍ବରଟିର ଲୋକେସନ ରାଜସ୍ଥାନର ଆଜମେର ବୋଲି ଜଣାପଡିବା ପରେ ତୁରନ୍ତ ପୁଲିସ ଟିମ୍‌ ଘଟଣାସ୍ଥଳ ଅଭିମୁଖେ ବାହାରିଛି। ରାଜସ୍ଥାନ ପୁଲିସ ସହାୟତାରେ ମୁମ୍ବାଇ ପୁଲିସ ଦୁର୍ବୃତ୍ତକୁ ଚିହ୍ନଟ କରିବା ପାଇଁ ପ୍ରୟାସ ଚଳାଇଥିବା ମୁମ୍ବାଇ ପୁଲିସର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Advertisment

ଗୋଟିଏ ପଟେ ଆତଙ୍କବାଦ ଲିଙ୍କକୁ ରଖି କେହି ମାନସିକ ଭିନ୍ନକ୍ଷମ ବ୍ୟକ୍ତି ମଧ୍ୟ ଏଭଳି କରିଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି। କାରଣ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଓ ଅନ୍ୟ କିଛି ବରିଷ୍ଠ ନେତାଙ୍କୁ ମଧ୍ୟ ଅତୀତରେ ଏପରି ଧମକ ମିଳିସାରିଛି। ନିକଟରେ ଏକାଧିକ ଏୟାରପୋର୍ଟକୁ ବିସ୍ଫୋରଣରେ ଉଡାଇବା ନେଇ କ୍ରମାଗତ ଧମକ ସାୟମିକ ଭାବେ ବିମାନ ସେବାରେ ମଧ୍ୟ ଅଚଳାବସ୍ଥା ସୃଷ୍ଟି କରିଥିଲା। ହେଲେ ପରବର୍ତ୍ତୀ ସମୟରେ ବିଭିନ୍ନ ଘଟଣାରେ ଏହା ଫେକ୍ କଲ୍‌ ବୋଲି ଜଣାପଡିଥିବାବେଳେ କିଛି ରାଜନେତାଙ୍କୁ ଧମକପୂର୍ଣ୍ଣ ଫୋନ ଓ ମେସେଜ କ୍ଷେତ୍ରରେ ଅଭିଯୁକ୍ତ ଭିନ୍ନକ୍ଷମ ବ୍ୟକ୍ତିବିଶେଷ ବୋଲି ଜଣାପଡିଥିଲା।

Narendra Modi PM Modi Mumbai Police Death Threat Death Threat To PM Modi