Advertisment

ମାଟି ତଳୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

ମହିଳାଙ୍କୁ କେହି ହତ୍ୟା କରି ପୋତି ଦେଇଥିବା ସନ୍ଦେହ କରାଯାଉଛି।

 Murder suspected

Murder suspected

Advertisment

ମାଟି ତଳୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ତାଳକୁଣ୍ଡି ପଞ୍ଚାୟତର ମଧ୍ୟପୁର ଗ୍ରାମରେ। ମୃତ ମହିଳାଙ୍କ ପରିଚୟ ମିଳିନାହିଁ।

Advertisment

ଆଜି ସକାଳେ ସ୍ଥାନୀୟ ଲୋକ ଛେଳି ଚରାଇବାକୁ ମଧ୍ୟପୁର ଗ୍ରାମ ନିକଟରେ ଥିବା ପଡ଼ିଆକୁ ଯାଇଥିଲେ। ଏହି ସମୟରେ କୁକୁର ମାଟି ତାଡ଼ୁଥିବା ଦେଖିଥିଲେ।  ସ୍ଥାନୀୟ ଲୋକ ପାଖକୁ ଯାଇ  ଶବ ପଡ଼ିଥିବା ଦେଖିଥିଲେ। ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲେ। କିଛି ଦିନରେ ଆଖପାଖ ଅଞ୍ଚଳରେ କାହାର ମୃତ୍ୟୁ ଘଟିନଥିବା ପୁଲିସ ଜାଣିବାକୁ ପାଇଥିଲା। 

ମହିଳାଙ୍କୁ କେହି ହତ୍ୟା କରି ପୋତି ଦେଇଥିବା ସନ୍ଦେହ କରାଯାଉଛି। ମହିଳାଙ୍କ ମୃତଦେହ ନିକଟରେ ଭଙ୍ଗା ଚୁଡି ଏବଂ ଶାଢ଼ି ପଡିଛି। ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛି।

Advertisment
Ganjam Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe