Advertisment

ଟୟଲେଟ୍ ଯାଇଥିଲେ ଦୀପିକା; ତାଲା ପକାଇ ଦେଲେ ଦିନେଶଙ୍କ ବାପାମା’

ପୁଅକୁ ବାପାର ହକ ଓ ବୋହୂର ମାନ୍ୟତା ଦାବିରେ ପ୍ରେମିକ ଦିନେଶଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ଦୀପିକା।

ଅଦ୍ୟତନ ହୋଇଛି
 Deepika alligation

Deepika alligation

Advertisment

ଟୟଲେଟ୍ ଯାଇଥିବା ବେଳେ ଦୀପିକାଙ୍କୁ ତାଲା ପକାଇ ଦେଲେ ଦିନେଶଙ୍କ ପରିବାର ଲୋକେ। ଏପରି ସଂଗୀନ ଅଭିଯୋଗ ଆଣିଛନ୍ତି ଦୀପିକା। ଦିନେଶଙ୍କ ବାପା ମାଆ ତାଙ୍କୁ ଗ୍ୟାରେଜରେ ତାଲା ପକାଇ ଦେଇଥିଲେ ବୋଲି ସେ ଥାନାରେ ଅଭିଯୋଗ କରିଛନ୍ତି। ଗତକାଲି ଏହି ଘଟଣା ଘଟିଥିବା ବେଳେ ଦିନେଶଙ୍କ ପରିବାର ଲୋକଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।

Advertisment

ଦୀପିକାଙ୍କ ଅଭିଯୋଗ ଅନୁସାରେ, ଦିନେଶଙ୍କ ଗ୍ୟାରେଜ ଖୋଲା ଥିଲା। ମୋତେ ଟୟଲେଟ୍ ଲାଗିବାରୁ ଗ୍ୟାରେଜକୁ ଯାଇଥିଲି। ଦିନେଶଙ୍କ ପରିବାର ଲୋକେ ସିସିଟିଭିରେ ମୋତେ ଗ୍ୟାରେଜକୁ ଟୟଲେଟ୍ ଯାଇଥିବାର ଦେଖି ସେମାନେ ତାଲା ପକାଇ ଦେଇଥିଲେ। ମୁଁ ଏନେଇ ବ୍ରହ୍ମପୁରଏସପି ସାରଙ୍କୁ ଫୋନ୍ କରି ଜଣାଇଥିଲି। ଏସ୍‌ପି ପୁଲିସ ପଠାଇ ମୋତେ ସେଠାରୁ ଉଦ୍ଧାର କରିଥିଲେ। ସେମାନେ ମୋତେ ମାରି ଦେବାକୁ ଚେଷ୍ଟା କରୁଥିଲେ।

ବ୍ରହ୍ମପୁର ବଡ଼ ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି, ଦୀପିକା ଟୟଲେଟ୍ ଯାଇଥିବା ବେଳେ ଦିନେଶଙ୍କ ବାପା ମା’ ଚାବି ପକାଇ ଦେଇଥିଲେ। ସେ ଆମକୁ ଫୋନ୍ କରି ଜଣାଇବା ପରେ ଆମେ ସେଠାରେ ପହଞ୍ଚିଥିଲୁ। ପରେ ଦିନେଶ ବାପାମା’ ତାଲା ଖୋଲି ଦେଇଥିଲେ। ଏନେଇ ଦୀପିକା ଲିଖିତ ଅଭିଯୋଗ କରିଛନ୍ତି। କେସ୍‌ ରୁଜୁ କରାଯାଇ ତଦନ୍ତ କରାଯିବ।

Advertisment

ପୁଅକୁ ବାପାର ହକ ଓ ବୋହୂର ମାନ୍ୟତା ଦାବିରେ ପ୍ରେମିକ ଦିନେଶଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ଦୀପିକା। ଗତବର୍ଷ ପ୍ରାୟ ୬ ମାସ କାଳ ପ୍ରେମିକର ଘର ଆଗରେ ଧାରଣାରେ ବସିଥିଲେ ସେ । ନ୍ୟାୟ ମିଳିବା ଆଶାରେ ଧାରଣାରୁ ଉଠିଯାଇଥିଲେ। ପୁଣି ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ଦୀପିକା। ନ୍ୟାୟ ମିଳିବା ବିଳମ୍ବିତ ହେଉଥିବା ଯୋଗୁ ସେ ବାଧ୍ୟ ହୋଇ ପୁଣି ଧାରଣାରେ ବସିଥିବା କହିଛନ୍ତି। ଏବେ ଦୀପିକାଙ୍କ କେସ ହାଇକୋର୍ଟରେ ବିଚାରାଧୀନ ରହିଛି।

Odisha Police Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe