Advertisment

ପାଟ୍ରୋଲିଂ ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲକୁ ମାଡ଼ିବସିଲା ପୁଲିସ

ମଙ୍ଗଳବାର ରାତିରେ ଡେଲାଙ୍ଗଥାନା ପୁଲିସ ହାଟଡେଲାଙ୍ଗ କୁଆପଦା ରାସ୍ତାରେ ପାଟ୍ରୋଲିଂ କରୁଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Gun

Gun

ପାଟ୍ରୋଲିଂ ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ଜେନାକୁ ମାଡ଼ିବସିଲା ପୁଲିସ। ଘଟଣା ଘଟିଛି ପୁରୀ ଜିଲ୍ଲା ହାଟଡେଲାଙ୍ଗ କୁଆପଦା ରାସ୍ତାରେ। ସୁନିଲ ଜେନାଠାରୁ ବନ୍ଧୁକ ସହ ୨ଟି ଗୁଳି ଜବତ କରିଛି ପୁଲିସ।

Advertisment

ମଙ୍ଗଳବାର ରାତିରେ ଡେଲାଙ୍ଗଥାନା ପୁଲିସ ହାଟଡେଲାଙ୍ଗ କୁଆପଦା ରାସ୍ତାରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ସୁନିଲ ଓ ତାର ସହଯୋଗୀ ସେହି ରାସ୍ତା ଦେଇ ବାଇକରେ ଯାଉଥିଲା।

ପୁଲିସ ପାଟ୍ରୋଲିଂ ଦେଖି ସୁନିଲ ଖସି ଯିବାକୁ ଉଦ୍ୟମ କରିଥିଲା। ହେଲେ ପୁଲିସ ତାକୁ ଗୋଡ଼େଇ ଗୋଡ଼େଇ  ଧରିଥିଲା। ପରେ ପୁଲିସ ତା’ଠାରୁ ବନ୍ଧୁକ ସହ ୨ଟି ଗୁଳି ଜବତ କରିଛି। ପୁଲିସ ସୁନିଲକୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି। 

Advertisment
Puri