Advertisment

'ଦିଲ୍ଲୀ ବନେଗା ଖଲିସ୍ତାନ' ନାରାରେ ଭର୍ତ୍ତି ମେଟ୍ରୋ କାନ୍ଥ

ଦିଲ୍ଲୀର ଅନେକ ମେଟ୍ରୋ ଷ୍ଟେସନର ଭାରତ ବିରୋଧୀ ନାରା। 'ଦିଲ୍ଲୀ ବନେଗା ଖଲିସ୍ତାନ' ଏବଂ 'ଖଲିସ୍ତାନ ଜିନ୍ଦାବାଦ' ଭଳି ନାରାରେ ଭର୍ତ୍ତି ହୋଇଯାଇଛି ଦିଲ୍ଲୀ ମେଟ୍ରୋ ଷ୍ଟେସନ କାନ୍ଥ।

ଅଦ୍ୟତନ ହୋଇଛି
Graffiti In Delhi Metro

Graffiti In Delhi Metro

Advertisment

ଦିଲ୍ଲୀର ଅନେକ ମେଟ୍ରୋ ଷ୍ଟେସନର ଭାରତ ବିରୋଧୀ ନାରା। ମେଟ୍ରୋ ଷ୍ଟେସନ କାନ୍ଥରେ 'ଦିଲ୍ଲୀ ବନେଗା ଖଲିସ୍ତାନ' ଏବଂ 'ଖଲିସ୍ତାନ ଜିନ୍ଦାବାଦ' ଭଳି ନାରା ଦିଯାଇଥିବା ଦେଖିବାକୁ ମିଳିଛି। ଆସନ୍ତା 9-10ରେ ଦିଲ୍ଲୀରେ ଜି-20 ଶିଖର ସମ୍ମିଳନୀ ଥିବାବେଳେ ଏପରି ନାରା ପୁଲିସକୁ ଚିନ୍ତାରେ ପକାଇଛି।

Advertisment

ପଞ୍ଜାବୀ ବାଗରୁ ଶିବାଜୀ ପାର୍କ, ମଦିପୁରରୁ ପାଶ୍ଚିମ ବିହାର, ଉଦ୍ୟୋଗ ନଗର ଏବଂ ମହାରାଜା ସୁରଜମଲ ଷ୍ଟାଡିୟମ ମେଟ୍ରୋ ଷ୍ଟେସନ କାନ୍ଥରେ ଏହିପରି ଭାରତ ବିରୋଧୀ ନାରା ଦେଖିବାକୁ ମିଳିଛି। ଏସବୁ ନାରା କଳା ରଙ୍ଗରେ ଲେଖାଯାଇଛି। ଭାରତ ବିରୋଧୀ ନାରା ଲେଖା ଯାଇଥିବା ସମସ୍ତ ମେଟ୍ରୋ ଷ୍ଟେସନ ପଶ୍ଚିମ ଦିଲ୍ଲୀରେ ଅବସ୍ଥିତ। ଦିଲ୍ଲୀ ପୁଲିସ କହିଛି ଯେ, ଶିଖ୍ ଫର ଜଷ୍ଟିସ୍ (SFJ)ର କର୍ମକର୍ତ୍ତାମାନେ ଏପରି କରିଛନ୍ତି। 

Advertisment

ଏମାନେ ଖଲିସ୍ତାନ ସମର୍ଥନରେ ଦିଲ୍ଲୀ ମେଟ୍ରୋ କାନ୍ଥରେ ଭାରତ ବିରୋଧୀ ନାରା ଲେଖିଛନ୍ତି। ମେଟ୍ରୋ ଡିସିପି କହିଛନ୍ତି ଯେ, ଏସବୁ ନାରାକୁ ହଟାଇ ଦିଆଯାଇଛି। ସ୍ଥାନୀୟ ଅଞ୍ଚଳରେ ପୁଲିସଙ୍କୁ ନିୟୋଜିତ କରାଯଆଇଛି। ଏପରି ଲେଖିଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରାଯାଉଛି।

Delhi Metro Khalistan Supporter Delhi Police SFJ G20 Summit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe