Advertisment

କାର୍‌ ଭିତରୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ, ତଦନ୍ତ ଜାରି

ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ଓ ଫରେନ୍‌ସିକ୍ ଟିମ୍‌ ପୂରା ମାମଲାର ତଦନ୍ତ ଜାରି ରଖିଛି।

Body in blood

Body in blood

Advertisment

କାର୍‌ ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ମୃତଦେହ। ଏହାକୁ ନେଇ ଚାରିଆଡେ ଆତଙ୍କ ଖେଳିଯାଇଛି। ଏହି ମୃତଦେହଟି ଜଣେ ପୁରୁଷଙ୍କର। ପୁଲିସ ଓ ଫରେନ୍‌ସିକ୍‌ ଟିମ୍‌ ଘଟଣାର ତଦନ୍ତ ଜାରି ରଖିଛି। ମୃତଦେହ ଚିହ୍ନଟ ଉଦ୍ୟମ ଜାରି ରହିଛି। ଦିଲ୍ଲୀ ଗାଜିପୁରରୁ ସାମ୍ନାକୁ ଆସିଛି ଏଭଳି କିଛି ମାମଲା।

Advertisment

ଆଜି ସକାଳ ପ୍ରାୟ ୬ଟା ୧୮ରେ ପିସିଆର୍‌କୁ କଲ୍‌ ଆସିଥିଲା। କାର୍‌ ଭିତରେ ଜଣେ ବ୍ୟକ୍ତିଙ୍କୁ ଗୁଳି ମାଡ ହୋଇଛି। ସେ ଗୁରୁତର ଅଛନ୍ତି ବୋଲି କୁହାଯାଇଥିଲା। ଏଭଳି କିଛି ସୂଚନା ମିଳିବା ପରେ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଏଠାରେ ରାସ୍ତା ଉପରେ ଠିଆ ହୋଇଥିବା ଏକ ହୁଣ୍ଡାଇ କାର୍‌ ଭିତରେ ଜଣେ ବ୍ୟକ୍ତି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ପାଇଥିଲା ପୁଲିସ। ବ୍ୟକ୍ତି ଜଣଙ୍କୁ ଗୁଳି ମାଡ ହୋଇଥିବା ବେଳେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ମଧ୍ୟ ଲାଗିଥିଲା। ଏହାପରେ ଆମ୍ବୁଲାନ୍ସକୁ ଡକାଯାଇଥିଲା। ତେବେ ହସ୍ପିଟାଲ ନେବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା।

ମୃତକଙ୍କ ପରିଚୟ ଉତ୍ତରପ୍ରଦେଶ ବିଜନୋରର ଜୟପାଲ ସିଂହ ବୋଲି ଜଣାପଡିଛି। ତାଙ୍କ ବୟସ ୨୭ ବର୍ଷ। ତଦନ୍ତରୁ ଜଣାପଡିଛି ଯେ, ମୃତ ବ୍ୟକ୍ତି ଜଣକ ବର୍ଜ୍ୟବସ୍ତୁ ପରିଚାଳନା, ପାୱାର ପ୍ଲାଣ୍ଟ, ଗାଜିପୁର ଦୁଗ୍ଧ ଫାର୍ମର ଜଣେ କର୍ମଚାରୀ ଏବଂ ସେ ନିଜ ହୁଣ୍ଡାଇ କାର ନମ୍ବର UP 16DP 8432 ରେ କମ୍ପାନୀର ତିନିଜଣ କର୍ମଚାରୀଙ୍କ ସହ ଯାତ୍ରା କରୁଥିଲେ। ସୌରଭ କାର ଚଳାଉଥିଲେ। ବନ୍ଧୁ ଚନ୍ଦ୍ରପ୍ରକାଶ ପାଖ ସିଟ୍‌ରେ ବସିଥିଲେ। ତେବେ ଜୟପାଲ ସିଂହ ପଛ ସିଟ୍‌ରେ ବସିଥିଲେ। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ଓ ଫରେନ୍‌ସିକ୍ ଟିମ୍‌ ପୂରା ମାମଲାର ତଦନ୍ତ ଜାରି ରଖିଛି।

Advertisment

Crime News Crime Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe