Advertisment

୬୦ ଥର ଛୁରୀ ଭୁଶି ହତ୍ୟା ପରେ ଶବ ଉପରେ ନାଚିଲା ଅଭିଯୁକ୍ତ

ଉତ୍ତର-ପୂର୍ବ ଦିଲ୍ଲୀର ୱେଲକମ୍ ଅଞ୍ଚଳରେ ଘଟିଛି ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ।

author-image
Debibandita Barick
CCTV Footage

CCTV Footage

ଦିନକୁ ଦିନ ଦିଲ୍ଲୀରେ ଅପରାଧିକ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏପରି ହତ୍ୟାକାଣ୍ଡ ଘଟୁଛି, ଯାହା ସିନେମାର ଭୟଙ୍କର ଦୃଶ୍ୟଠୁ ବି ଭୟଙ୍କର। ନିକଟରେ ଏପରି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି ଦିଲ୍ଲୀର ରାଜପଥରେ।

Advertisment

ଜଣେ ନାବାଳକ ଅନ୍ୟ ଜଣେ ଯୁବକଙ୍କୁ ଏକାଧିକ ଥର ଛୁରୀ ଭୁସି ହତ୍ୟା କରିବା ପରେ ଶବ ଉପରେ ଛିଡା ହୋଇ ନାଚିୁଥିବାର ଭିଡିଓ ସିସିଟିଭିରେ କଏଦ ହୋଇଛି। ଉତ୍ତର-ପୂର୍ବ ଦିଲ୍ଲୀର ୱେଲକମ୍ ଅଞ୍ଚଳରେ ଘଟିଛି ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ।

ପୂରା ଘଟଣାର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି। ଭିଡିଓରେ ଦେଖାଯାଉଛି ଯେ, ଜଣେ ପିଲା ଅନ୍ୟ ଜଣେ ଯୁବକଙ୍କୁ ଏକାଧିକ ଥର ଛୁରୀ ଭୁଶୁଛି। ସେ ତଳେ ପଡିଯିବା ପରେ ତାଙ୍କର ମୃତ୍ୟୁ ହୋଇଛି କି ନାହିଁ ପରୀକ୍ଷା କରୁଛି। କାଳେ ବଞ୍ଚି ଯିବ ଭାବି ବେକକୁ ବାରମ୍ବାର ଛୁରୀରେ କାଟୁଛି। ଏହାପରେ ଶବ ଉପରେ ଛିଡା ହୋଇ ନାଚୁଛି। ମୃତକଙ୍କୁ ୬୦ ଥର ଛୁରୀରରେ ଆକ୍ରମଣ କରାଯାଇଥିବା ପୁଲିସ କହିଛି।

Advertisment

ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏପରି ଏକ ଜଘନ୍ୟ ହତ୍ୟାକାଣ୍ଡ ଡକାୟତି ପାଇଁ ଘଟିଛି। ମୃତ ଯୁବକଙ୍କଠୁ ଅଭିଯୁକ୍ତ ନାବାଳ 350 ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ୨୧ ତାରିଖ ରାତିରେ ଘଟିଥିଲା। ପୁଲିସ ସିସିଟିଭି ଫୁଟେଜ ଆଧାର କରି ଅଭିଯୁକ୍ତକୁ ଗିରଫ କରିଛି। ଘଟଣାସ୍ଥଳରେ ଫରେନ୍ସିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

Crime Delhi Murder Case Delhi Crime