Advertisment

ଗୁରୁ-ଶିଷ୍ୟ ପରମ୍ପରାରେ କଳଙ୍କ ! ଶିକ୍ଷକଙ୍କ ଗଳାକାଟି ହତ୍ୟା କଲା ଛାତ୍ର

ଗୁରୁ-ଶିଷ୍ୟ ପରମ୍ପରାରେ ଲାଗିଲା କଳଙ୍କ। ଯୌନ ନିର୍ଯାତନା ଦେଉଥିବାରୁ ଶିକ୍ଷକଙ୍କ ଗଳା କାଟି ହତ୍ୟା କଲା ଛାତ୍ର।

Representative Image

Representative Image

Advertisment

ଗୁରୁ-ଶିଷ୍ୟ ପରମ୍ପରା କର୍ତ୍ତବ୍ୟନିଷ୍ଠ ଆଉ ଦାୟିତ୍ୱବୋଧତାକୁ ପ୍ରତିପାଦନ କରେ। ହେଲେ ମଣିଷର ନିହିତ ସ୍ୱାର୍ଥ ବାରମ୍ୱାର ଏହି ପରମ୍ପରାକୁ କଳଙ୍କିତ କରୁଛି। ଆଗକୁ ଗୁରୁଦିବସ ଭଳି ପବିତ୍ର ଅବସର ଥିବାବେଳେ ନିକଟରେ ଏହିପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଶିକ୍ଷକଙ୍କ ଗଳାକାଟି ଛାତ୍ର ହତ୍ୟା କରିବା ଭଳି ସଙ୍ଗୀନ ମାମଲା ସାମ୍ନାକୁ ଆସିଛି।

Advertisment

ବାରମ୍ବାର ଯୌନ ଶୋଷଣ କରିବା ସହ ଭିଡିଓ ସୁଟ୍ କରି ବ୍ଲାକମେଲ୍ କରୁଥିବାରୁ ଶିକ୍ଷକଙ୍କୁ ହତ୍ୟା କରିଥିବା ମାନିଛି ଅଭିଯୁକ୍ତ ଛାତ୍ର। ଏପରି ଏକ ଘଟଣା ଘଟିଛି ଜାତୀୟ ରାଜଧାନୀ ଦିଲ୍ଲୀରେ। ମୃତଦେହ ଜବତ କରି ଖୋଳତାଡ କରିବା ପରେ ପୂରା ମାମଲାର ପର୍ଦ୍ଦାଫାସ କରିଛି ପୁଲିସ।

ପୁଲିସ କହିବା ଅନୁସାରେ, ଅଗଷ୍ଟ 30, 2023 ରେ, ରାତି ପ୍ରାୟ 2ଟା 15 ମିନିଟ ସମୟରେ ଜାମିଆ ନଗର ଅଞ୍ଚଳର ଏକ ଘରେ ମୃତଦେହ ପଡିଥିବାର ଖବର ମିଳିଥିଲା। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଜବତ କରାଯାଇଥିଲା। ଏକ ହତ୍ୟା ମାମଲା ରୁଜୁ କରାଯଇ ତଦନ୍ତ ଆରମ୍ଭ ହୋଇଥିଲା। 

Advertisment

ତଦନ୍ତ ବେଳେ ମୃତ ବ୍ୟକ୍ତି ଜଣକ 28 ବର୍ଷିୟ ମହମ୍ମଦ ୱାସିମ, ସେ ଏକ କୋଚିଂ ସେଣ୍ଟରରେ ଶିକ୍ଷକତା କରୁଥିଲେ ବୋଲି ଜାଣିବାକୁ ପାଇଥିଲା ପୁଲିସ। ସିସିଟିଭି ଫୁଟେଜ ଆଧାରରେ ସେହି କୋଚିଂ ସେଣ୍ଟରର ଜଣେ 16 ବର୍ଷିୟ ନାବାଳକକୁ ତଦନ୍ତ ପରିସରଭୁକ୍ତ କରିଥିଲା। ପଚରାଉଚରା ସମୟରେ ନାବାଳକ ସବୁ ସତ ମାନିଛି। ସେହି ହିଁ ତାଙ୍କ ଶିକ୍ଷକଙ୍କ ହତ୍ୟା କରିଥିବା ସ୍ୱୀକାର କରିଛି। ଅଭିଯୁକ୍ତ ନାବାଳକ କହିଛନ୍ତି ଯେ, ୱାସିମ ଜଣେ ସମଲିଙ୍ଗୀ ଥିଲେ। ସେ ତାଙ୍କୁ ବାରମ୍ବାର ଯୌନ ଶୋଷଣ କରିଥିଲେ। ଏପରିକି ଭିଡିଓ ସୁଟ୍ କରି ତାଙ୍କୁ ବ୍ଲାକମେଲ୍ ମଧ୍ୟ କରୁଥିଲେ।

ଏଥିରେ ସେ ଅତିଷ୍ଟ ହୋଇ ଏକ ପେପର୍ କଟରରେ ତାଙ୍କ ଗଳା କାଟି ହତ୍ୟା କରିଥିବା ମାନିଛନ୍ତି। ପୁଲିସ ସମ୍ପୃକ୍ତ ନାବାଳକଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି। 

Murder Delhi Police Crime News Student Killed Teacher
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe