Advertisment

ଗାର୍ଲଫ୍ରେଣ୍ଡଙ୍କ ସହ ଝଗଡ଼ା ହେଲା; ଅଚିହ୍ନା ନାବାଳିକାଙ୍କୁ ଏସିଡ ମାଡ଼ କଲେ ନାବାଳକ

ନାବାଳକଜଣକ ନିଜ ହିତାହିତ ଜ୍ଞାନ ହରାଇ ବସି ଘଟାଇଲେ ଅଜବ କାଣ୍ଡ। ଗାର୍ଲଫ୍ରେଣ୍ଡଙ୍କ ଉପରେ ଥିବା ରାଗ ସେ ରାସ୍ତାରେ ଯାଉଥିବା ଜଣେ ନାବାଳିକାଙ୍କ ଉପରେ ଶୁଝାଇଲେ।

Acid Attack

Acid Attack

Advertisment

ଗାର୍ଲଫ୍ରେଣ୍ଡଙ୍କ ସହ ହୋଇଥିବା ଝଗଡ଼ା ଉଗ୍ର ରୂପ ଧାରଣ କଲା। ଏହାପରେ ନାବାଳକଜଣକ ନିଜ ହିତାହିତ ଜ୍ଞାନ ହରାଇ ବସି ଘଟାଇଲେ ଅଜବ କାଣ୍ଡ। ଗାର୍ଲଫ୍ରେଣ୍ଡଙ୍କ ଉପରେ ଥିବା ରାଗ ସେ ରାସ୍ତାରେ ଯାଉଥିବା ଜଣେ ନାବାଳିକାଙ୍କ ଉପରେ ଶୁଝାଇଲେ। ଯାହାକୁ ଚିହ୍ନି ନାହାନ୍ତି, ଜାଣି ନାହାନ୍ତି ତାଙ୍କ ଉପରକୁ କଲେ ଏସିଡ ମାଡ଼ ।

Advertisment

ଏପରି ଏକ ଅଭାବନୀୟ ଘଟଣା ରାଜଧାନୀ ଦିଲ୍ଲୀର ବିଚ୍‌ ରାସ୍ତାରେ ଘଟି ଯାଇଛି। ଦିଲ୍ଲୀର ବୁରାରି ସ୍କୁଲ ନିକଟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଘଟଣାର ଅଭିଯୁକ୍ତଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।

ପୁଲିସ୍‌ ସୂଚନା ଅନୁଯାୟୀ, ନାବାଳକଙ୍କର ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ସହ ଉଚ୍ଚବାଚ ହୋଇଥିଲା। ଏହାପରେ ସେ ଉତ୍ତ୍ୟକ୍ତ ହୋଇ ଯାଇଥିଲେ । ରାଗ ନ ଥମିବାରୁ ସେ ରାସ୍ତାରେ ଯାଉଥିବା ଜଣେ ନାବାଳିକାଙ୍କ ଉପରୁ ହଠାତ୍‌ ଏସିଡ ମାଡ଼ କରିଥିଲେ। ନାବାଳିକାଜଣକ ନିଜର ସମ୍ପର୍କୀୟ ଭାଇକୁ ନେବାକୁ ସ୍କୁଲ ଯାଉଥିଲେ।

Advertisment

ଏସିଡ ମାଡ଼ ପରେ ସେ ରାସ୍ତାରେ ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କ ମୁହଁ, ଆଖି, କାନ, ନାକରେ ଏସିଡ ମାଡ଼ ହୋଇଥିବା ଜଣାଯାଇଛି।

ଖବର ପାଇ ପୁଲିସ୍‌ ତୁରନ୍ତ ଅଭିଯୁକ୍ତଙ୍କୁ କାବୁ କରିଛି। ପଚରାଉଚରା ବେଳେ ସେ ଏସିଡ ମାଡ଼ କରିଥିବା ନାବାଳିକାଙ୍କଚୁ ଚିହ୍ନି ନ ଥିବା କହିଥିଲେ। ପୁଲିସ୍‌ ତାଙ୍କ ନିକଟରୁ ଏସିଡ ବଟଲ, କେମିକାଲ, ଗାମୁଛା ଆଦି ବିଭିନ୍ନ ଜିନିଷ ଜବତ କରିଛି।

Delhi Acid Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe