Advertisment

ଇଚ୍ଛା ଥିଲା ବିଜ୍ଞାନ ପଢିବାକୁ, ସିଟ୍ ନ ମିଳିବାରୁ ଜୀବନ ହାରିଦେଲେ

ଛାତ୍ରାବାସରୁ କୁନାଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।

author-image
Debibandita Barick
Police Van

Police Van

ଯୁକ୍ତ ଦୁଇରେ ବିଜ୍ଞାନ ପଢ଼ିବାକୁ ଇଚ୍ଛାଥିଲା। କିନ୍ତୁ କୌଣସି କଲେଜରେ ଆସନ ନ ମିଳିବାରୁ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ଜଣକ ହେଉଛନ୍ତି କୁନାଲ ରାୟ(16)।

Advertisment

ସୂଚନା ଅନୁସାରେ, କୁନାଲ ଦଶମ ଶ୍ରେଣୀ ପରୀକ୍ଷା ପରେ ବିଜ୍ଞାନ ପଢିବାକୁ ମନସ୍ତ କରିଥିଲେ। ଏଥିପାଇଁ ବିଭିନ୍ନ କଲେଜରେ ସାଇନ୍ସ ଷ୍ଟ୍ରିମ୍ ପାଇଁ ଫର୍ମ ପକାଇବା ସହ କୋଚିଂ ମଧ୍ୟ ନେଉଥିଲେ। ତାଙ୍କ ସାଙ୍ଗମାନଙ୍କୁ ସେମାନଙ୍କ ମନ ମୁତାବକ କଲେଜରେ ସିଟ୍ ମିଳି ଯାଇଥିଲେ ମଧ୍ୟ ତାଙ୍କୁ କୌଣସ କଲେଜରେ ସିଟ୍ ମିଳିନଥିଲା। ଏହାକୁ ନେଇ ସେ ଚିନ୍ତାରେ ରହିବା ସହ ଆତ୍ମହତ୍ୟା କରିଥିବା କୁହାଯାଉଛି।

ଦିଲ୍ଲୀର କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋଶାଲ ସାଇନ୍ସ ସ୍କୁଲ୍ର ଏକ ଛାତ୍ରାବାସରୁ କୁନାଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

କୁନାଲ ଦିଲ୍ଲୀର ନାଙ୍ଗଲୋଇର ରାନୀ ଖେରା ଅଞ୍ଚଳର ଶିବ ଚାନ୍ଦ ରାୟଙ୍କ ପୁଅ। ବିଜ୍ଞାନରେ ଆସନ ନ ମିଳିଲେ ମଧ୍ୟ ଆର୍ଟ୍ସ ଷ୍ଟ୍ରିମରେ ପଢିବାକୁ କୁହା ଯାଇଥିଲା, ତଥାପି ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା କୁନାଲଙ୍କ ବାପା କହିଛନ୍ତି। 

Suicide Student Suicide