Advertisment

ସ୍କୁଲକୁ ଖାତା ନେବାକୁ ଭୁଲିଗଲେ ଛାତ୍ର; ତଣ୍ଟି ଚିପି ଦେଲେ ଶିକ୍ଷକ

ରାଗି ପାଚି ଲାଲ ହୋଇ ଯାଇଥିବା ଶିକ୍ଷକଜଣକ ପିଲାଟିକୁ ନିର୍ଧୂମ ପିଟିବା ସହ ତା’ର ତଣ୍ଟି ଚିପିବାକୁ ପଛାଇ ନାହାନ୍ତି।

undefined

Minor Boy

Advertisment

ହିନ୍ଦୀ ଖାତା ସ୍କୁଲ ନେବାକୁ ଭୁଲି ଯାଇଥିଲେ ଛାତ୍ର । ଏହି ସାମାନ୍ୟ ଭୁଲ୍‌ ପାଇଁ ତାଙ୍କୁ ମିଳିଲା ଭୟଙ୍କର ଶାସ୍ତି। ରାଗି ପାଚି ଲାଲ ହୋଇ ଯାଇଥିବା ଶିକ୍ଷକଜଣକ ପିଲାଟିକୁ ନିର୍ଧୂମ ପିଟିବା ସହ ତା’ର ତଣ୍ଟି ଚିପିବାକୁ ପଛାଇ ନାହାନ୍ତି। ପିଲାଟି ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ବେଡରେ ମୃତ୍ୟୁ ସହ ସଂଘର୍ଷ କରୁଛି। ଏପରି ଏକ ହୃଦୟ ବିଦାରକ ଘଟଣା ରାଜଧାନୀ ଦିଲ୍ଲୀର ଦୟାଲପୁର ପୁଲିସ୍‌ ଷ୍ଟେଶନ ଅଞ୍ଚଳରେ ଘଟିଛି।

Advertisment

ପୀଡ଼ିତ ୧୧ ବର୍ଷୀୟ ଷଷ୍ଟ ଶ୍ରେଣୀ ଛାତ୍ର ଅରବାଜଙ୍କ ପିତା ମହମ୍ମଦ ରାମଜାନୀଙ୍କ କହିବାନୁଯାୟୀ, ଘଟଣା ଦିନ ପୁଅ ହିନ୍ଦୀ ଖାତା ସ୍କୁଲ ନେବାକୁ ଭୁଲି ଯାଇଥିଲା। କ୍ଲାସ୍‌ରେ ଶିକ୍ଷକ ସାଦୁଲ ହସନ ସମସ୍ତଙ୍କ ଖାତା ଚେକ୍‌ କରୁଥିବା ବେଳେ ମୋ’ ପୁଅ ଖାତା ନେଇ ନ ଥିବାରୁ ତା’ ଉପରେ ଅକଥନୀୟ ନିର୍ଯାତନା ଆରମ୍ଭ କରି ଦେଲେ। ସେ ପିଲାଟିକୁ ନିର୍ଧୂମ ପିଟିବା ସହ ତା’ ଗାଲକୁ ଚାପୁଡ଼ା ମାରିଥିଲେ। ଏତିକିରେ ରାଗ ଶାନ୍ତ ନ ହେବାରୁ ସେ ତା’ ତଣ୍ଟି ଚିପିବାକୁ ପଛାଇଲେ ନାହିଁ।

ପୁଅ ଅବସ୍ଥା ଗୁରୁତର ଥିବା ଖବର ପାଇ ଆମେ ତାକୁ ସ୍କୁଲରୁ ଆଣି ସିଧାସଳଖ ମେଡିକାଲରେ ଭର୍ତ୍ତି କରୁଛି। ଏବେ ବି ପିଲାଟି ସ୍ୱାସ୍ଥ୍ୟରେ ଅବନତି ଘଟୁଥିବା ବେଳେ କଥା କହିବା ଅବସ୍ଥାରେ ନ ଥିବା ତା’ ବାପା କହିଛନ୍ତି।

Advertisment

ଏନେଇ ପୀଡ଼ିତ ଛାତ୍ରଙ୍କ ବାପା ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏ ନେଇ ସ୍କୁଲ ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରିନି।

Students Torture; Teachers
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe