Advertisment

ଏକତରଫା ପ୍ରେମରୁ ସହକର୍ମୀଙ୍କୁ ହତ୍ୟା, 2 ବର୍ଷ ଧରି ବୁଲାଉଥିଲେ ଭୁଆଁ

ଦୁଇ ବର୍ଷ ହେବ ଝିଅର ମୃତ୍ୟୁ ହୋଇ ସାରିଥିଲେ ବି ଜାଣିପାରୁନଥିଲେ ବାପା-ମାଆ। ଅଭିଯୁକ୍ତ ସହ ନିୟମିତ କଥା ହେଉଥିଲେ, ଟେର୍ ପାଇପାରୁନଥିଲେ...

author-image
Debibandita Barick
ଅଦ୍ୟତନ ହୋଇଛି
 Surendra Rana & Mona

Surendra Rana & Mona

ସହକର୍ମୀଙ୍କୁ ଏକତରଫା ପ୍ରମେ ପରେ ହତ୍ୟା। ପ୍ରେମ ନିବେଦନ ଗ୍ରହଣ ନ କରିବାରୁ ସହକର୍ମୀଙ୍କୁ ହତ୍ୟା କରିଛନ୍ତି ଦିଲ୍ଲୀ ପୁଲିସର ଜଣେ କନଷ୍ଟେବଳ। ଆଉ ଦୀର୍ଘ 2 ବର୍ଷ ଧରି ପୂରା ଘଟଣାକୁ ଲୋକଲୋଚନଠୁ ଦୂରେଇ ରଖିବାରେ ସଫଳ ହୋଇଛନ୍ତି। କେବଳ ହତ୍ୟା ବାବଦରେ ନୁହେଁ, ପରିବାର ଲୋକଙ୍କୁ ମଲା ଝିଅ ସହ ମଧ୍ୟ କଥା କରାଉଥିଲେ। ପୂରା ଘଟଣା କଣ ଥିଲା, ଜାଣନ୍ତୁ...

Advertisment

ଦିଲ୍ଲୀ ପୁଲିସର ମୁଖ୍ୟ କନଷ୍ଟେବଳ ଥିଲେ ସୁରେନ୍ଦ୍ର ରାଣା(42)। ସେ କାର୍ଯ୍ୟରେ ଯୋଗଦେବାର ଦୁଇ ବର୍ଷ ପରେ ଅର୍ଥାତ୍ 2014ରେ ଦିଲ୍ଲୀ ପୁଲିସରେ ଯୋଗ ଦେଇଥିଲେ ମୋନା। ଉଭୟଙ୍କୁ କଣ୍ଟ୍ରୋଲ୍ ରୁମରେ ନିୟୋଜିତ କରାଯାଇଥିଲା। ଏଠାରେ ଦୁହେଁ ପରିଚିତ ହୋଇଥିଲେ। କିନ୍ତୁ ପରେ ପରେ ମୋନାଙ୍କର ଉତ୍ତରପ୍ରଦେଶ ପୁଲିସରେ ସବ୍-ଇନ୍ସପେକ୍ଟର ଭାବରେ ଚାକିରି ଆସିଥିଲା।

ଫଳରେ ସେ ଚାକିରି ଛାଡି ଦେଇଥିଲେ। ମୋନା କିନ୍ତୁ ଉତ୍ତରପ୍ରଦେଶ ପୁଲିସ ବିଭାଗରେ ବି ଯୋଗ ଦେଇନଥିଲେ। ସେ ସମ୍ପୂର୍ଣ୍ଣ ଚାକିରିରୁ ବିଦାୟ ନେଇ ସିଭିଲ୍ ସର୍ଭିସ୍ ପାଇଁ ପଢାପଢି ଆରମ୍ଭ କରିଥିଲେ। 

Advertisment

କିନ୍ତୁ, ଘରେ ସ୍ତ୍ରୀ, ଛୁଆପିଲା ଥିବା ସତ୍ତ୍ୱେ ସୁରେନ୍ଦ୍ର ନିୟମିତ ଭାବେ ମୋନା ଉପରେ ନଜର ରଖୁଥିଲେ। ସେ କୁଆଡେ ଯାଉଛନ୍ତି, କଣ କରୁଛନ୍ତି ଟିକନିଖ ଖବର ରଖୁଥିଲେ। ମୋନା ଏହା ଜାଣିବା ପରେ ବିରୋଧ କରିଥିଲ। ସେପ୍ଟେମ୍ବର 8, 2021 ରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା, ଏହା ପରେ ସୁରେନ୍ଦ୍ର ମୋନାଙ୍କୁ ଏକ ନିଚ୍ଛାଟିଆ ସ୍ଥାନକୁ ନେଇ ଗଳା କାଟି ହତ୍ୟା କରି ମୃତଦେହକୁ ଡ୍ରେନକୁ ଫିଙ୍ଗି ଦେଇଥିଲେ।

ଏହାପରେ ଆରମ୍ଭ ହୋଇଥିଲା ସୁରେନ୍ଦ୍ରଙ୍କ ସୈତାନୀ ଚାଲ୍। ମୋନା, ଅରବିନ୍ଦ ନାମକ ଜଣେ ପୁଅ ସହ ଫେରାର୍ ହୋଇଯାଇଥିବା ପରିବାର ଲୋକଙ୍କୁ ଜଣାଇଥିଲେ। ଏପରି କି ଝିଅକୁ ଖୋଜିବାରେ ମଧ୍ୟ ସାହାଯ୍ୟ କରୁଥିଲେ। ସେମାନଙ୍କ ସହ ପୁଲିସ ଷ୍ଟେସନ୍ ଯାଉଥିଲେ। ମୋନା ଫେରାର୍ ହୋଇଥିବା ପୁଅ ସହ ବୁଲାବୁଲି କରୁଥିବାର ପ୍ରମାଣ ଦେଉଥିଲେ।

ଅନ୍ୟମାନଙ୍କୁ ମୋନା ଜୀବିତ ଥିବା ଜଣାଇବା ପାଇଁ, ସୁରେନ୍ଦ୍ର ପ୍ଲାନ୍ କରି ତାଙ୍କ ସିମ୍ କାର୍ଡ ବ୍ୟବହାର କରିବା ସହ ବ୍ୟାଙ୍କ ଆକାଉଣ୍ଟରେ ଟ୍ରାଜାକ୍ସନ୍ କରୁଥିଲେ। ଏପରିକି ମୋନାଙ୍କ ନାମରେ କୋରୋନା ଟୀକାକରଣ ସାର୍ଟିଫିକେଟ ମଧ୍ୟ ବାହାର କରିଥିଲେ। ମୋନା ଫେରାର୍ ଷ୍ଟୋରୀରେ ସୁରେନ୍ଦ୍ରଙ୍କୁ ସାହାଯ୍ୟ କରୁଥିଲେ ତାଙ୍କ ଶଳା ରବିନ୍ (26) ଏବଂ ରାଜପାଲ (33)।

ରବିନ, ଅରବିନ୍ଦ ହୋଇ ମୋନାଙ୍କ ଘର ଲୋକଙ୍କ ସହ କଥା ହେଉଥିଲେ। ସେମାନେ ମୋନାଙ୍କ କିଛି ଅଡିଓକୁ ମଧ୍ୟ ଏଡିଟ୍ କରି ପରିବାର ଲୋକଙ୍କୁ ଶୁଣାଉଥିଲେ। ସେ ନିଜ ଇଚ୍ଛାରେ ଅରବିନ୍ଦଙ୍କୁ ବିବାହ କରିଛନ୍ତି, ତାଙ୍କ ମାଆ ତାଙ୍କ ଉପରେ ରାଗୁଥିବାରୁ ସେ ପରିବାର ଲୋକଙ୍କ ସହ କଥା ହେବାକୁ ଚାହୁଁନଥିବା ଅଡିଓ କଲ୍ ମାଧ୍ୟମରେ ଶୁଣାଉଥିଲେ।

ଏପରିକି ଦୁହେଁ ବିଭିନ୍ନ ସହରକୁ ଯାଇ ହୋଟେଲରେ ରହୁଥିବା ମଧ୍ୟ ପରିବାର ଲୋକଙ୍କୁ କହୁଥିଲେ। ଏହି ଆଳରେ ରବିନ ବିଭିନ୍ନ ଦେହଜୀବୀଙ୍କୁ ହୋଟେଲ ନେଇ ମୋନାଙ୍କ ସାର୍ଟିଫିକେଟରେ ରଖୁଥିଲେ। ପରିବାର ଲୋକ ଯେତେବେଳେ ପୁଲିସର ସହାୟତାରେ ହୋଟେଲରେ ପହଞ୍ଚୁଥିଲେ, ସେତେବେଳେ ମୋନା ଏଠାରୁ ଚାଲି ଯାଇଥିବା କହୁଥିଲେ ହୋଟେଲ କର୍ମଚାରୀ। ସାର୍ଟିଫିକେଟରେ ମୋନାଙ୍କ ଫଟୋ ଓ ନାମ ଉଲ୍ଲେଖ ରହୁଥିବାରୁ ପୁଲିସ ବି ଟେର୍ ପାଉନଥିଲା। 

ମୋନା ଜୀବିତ ଥିବାର ପ୍ରମାଣ କରାଇବା ପାଇଁ ଏସବୁ ଚାଲ୍ କରୁଥିଲେ ସୁରେନ୍ଦ୍ର ଏବଂ ତାଙ୍କ ଶଳା। କିନ୍ତୁ ପୁଲିସ ସୁରେନ୍ଦ୍ର ପରିଚୟ ଦେଇଥିବା ରବିନର ଫୋନ୍କୁ ନିୟମିତ ଟ୍ରାକରେ ରଖୁଥିଲା। ସେ କାହା ସହ କଥା ହେଉଛି, କଣ କଥା ହେଉଛି ଆଦି କାର୍ଯ୍ୟକଳାପ ଉପରେ ପୁଲିସ ନଜର ରଖିଥିଲେ। ଶେଷରେ ରବିନର ଫୋନ୍ କଲ୍ ମାଧ୍ୟମରେ ପୂରା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଏଥିସହ 3 ଅଭିଯୁକ୍ତଙ୍କୁ ଗିରଫ କରିଛି।

ଉତ୍ତରପ୍ରଦେଶର ବୁନ୍ଦେଲସହରରେ ମୋନାଙ୍କ ଘର। ସେ ଜଣେ ମେଧାବୀ ଛାତ୍ରୀ ଥିଲେ।  B.Ed. କରିବା ସହ ଦିଲ୍ଲୀ ପୁଲିସରେ ନିଯୁକ୍ତ ହୋଇଥିଲେ। କିନ୍ତୁ ପ୍ରଶାସନିକ ବିଭାଗରେ ଯୋଗଦେବାକୁ ତାଙ୍କର ଲକ୍ଷ୍ୟ ଥିଲା। 

Delhi Murder Case Crime News Delhi Police Delhi Crime Murder Secret Delhi Constable