Advertisment

୮ ମୋବାଇଲ, ୨୦ ସିମ କାର୍ଡ ଓ ୬ ନକଲି ନାଁ: ଡାକ୍ତରଙ୍କ ହତ୍ୟା ଅଭିଯୁକ୍ତର ସବୁ ଯୋଜନା ପଣ୍ଡ

ବିଷ୍ଣୁ ସ୍ୱରୂପ ଫେରାର ଥିବା ବେଳେ ୬ ଥର ନିଜର ନାଁ ବଦଳାଇ ଥିଲା। ସେ ଯେଉଁଠିକୁ ଯାଉଥିଲା ସେଠାରେ ନକଲି କାଗଜପତ୍ର ଜରିଆରେ ନିଜ ପରିଚୟ ବଦଳାଇ ରହୁଥିଲା।

Delhi

Delhi

Advertisment

ଦେଶର ରାଜଧାନୀ ଦିଲ୍ଲୀର ଜଙ୍ଗପୁରାରେ ଜଣେ ବରିଷ୍ଠ ଡାକ୍ତରଙ୍କୁ ଘରେ ପଶି ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ଶେଷରେ ଗିରଫ ହୋଇଛି। ମେ’ ମାସରେ ହତ୍ୟାକାଣ୍ଡ ଘଟିଥିବା ବେଳେ ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ ଅଭିଯୁକ୍ତକୁ ଏବେ ଧରି ପାରିଛି।

Advertisment

ପୁଲିସ୍‌କୁ ଚକମା ଦେବା ପାଇଁ ଅଭିଯୁକ୍ତ ଜଣଙ୍କ ୮ଟି ମୋବାଇଲ ଓ ୨୦ଟି ସିମ କାର୍ଡ ବ୍ୟବହାର କରିଥିଲା। ତେବେ ପୁଲିସ୍‌ ତା’କୁ ଦୀର୍ଘ ୧୬୦୦ କିମି ବାଟ ପିଛା କରି ଭାରତ-ନେପାଳ ବର୍ଡରରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ବିଷ୍ଣୁ ସ୍ୱରୂପ ଶାହି।

ବିଷ୍ଣୁ ସ୍ୱରୂପ ଫେରାର ଥିବା ବେଳେ ୬ ଥର ନିଜର ନାଁ ବଦଳାଇ ଥିଲା। ସେ ଯେଉଁଠିକୁ ଯାଉଥିଲା ସେଠାରେ ନକଲି କାଗଜପତ୍ର ଜରିଆରେ ନିଜ ପରିଚୟ ବଦଳାଇ ରହୁଥିଲା। ସେ କେତେବେଳେ ନିଜ ବିଷ୍ଣୁ ସ୍ୱରୂପ ଶାହି କହୁଥିଲା ତ ଆଉ କେତେବେଳେ ଶକ୍ତି ସାଇ, ସତ୍ୟ ସାଇ, ସୂର୍ଯ୍ୟ ପ୍ରକାଶ ଶାହି, ଗଗନ ଓଲି ଓ କ୍ରିଷ୍ଣା ଶାହି ଭାବେ ପରିଚୟ ଦେଉଥିଲା। ଗିରଫ ବେଳେ ସେ ଗଗନ ଓଲି ନାଁରେ ପରିଚୟ ଦେଇ ଖସି ଯିବାକୁ ଚାହୁଁଥିଲା ବୋଲି ପୁଲିସ୍‌ କହିଛି।

Advertisment

ଜଙ୍ଗପୁରା ଅଞ୍ଚଳରେ ନିଜ ପତ୍ନୀଙ୍କ ସହ ରହୁଥିବା ୬୩ ବର୍ଷୀୟ ଡାକ୍ତର ଯୋଗେଶ ଚନ୍ଦ୍ର ପଲଙ୍କ ମୃତଦେହ ତାଙ୍କ ଘର ଭିତରୁ ଉଦ୍ଧାର କରାଯାଇଥିଲା। ମୃତଦେହ ରୋଷେଇ ଘରୁ ଠାବ ହୋଇଥିବା ବେଳେ ଘର ଭିତରେ ଲୁଟପାଟ କରାଯାଇଥିଲା।

କ୍ରାଇମବ୍ରାଞ୍ଚ ଡେପୁଟି କମିଶନର ସଞ୍ଜୟ ସେନ କହିଛନ୍ତି, ଡାକ୍ତରଙ୍କୁ ହତ୍ୟା କରିବା ପୂର୍ବରୁ ଅଭିଯୁକ୍ତ ଲୁଟପାଟ କରିଥିଲା। ପୁଲିସ୍‌ ସିସିଟିଭିକୁ ଯାଞ୍ଚ କରିବା ପରେ ଘଟଣାରେ ଏକାଧିକ ଲୋକ ସାମିଲ ଥିବା ଜାଣିବାକୁ ପାଇଥିଲେ। ଘରେ ସହାୟକ ଭାବେ କାମ କରୁଥିବା ବାସନ୍ତୀ ଓ ଆଉ ଦୁଇ ଜଣ ଆକାଶ ଏବଂ ହିମାଂଶୁ ଯୋଶୀଙ୍କୁ ପୂର୍ବରୁ ପୁଲିସ୍‌ ଗିରଫ କରିସାରିଛି। ତେବେ ମୁଖ୍ୟ ଅଭିଯୁକ୍ତ ବିଷ୍ଣୁ ସ୍ୱରୂପ ଓ ତା’ର ୪ ସହଯୋଗୀ ଫେରାର ରହିଥିଲେ।

କ୍ରାଇମବ୍ରାଞ୍ଚ ତଦନ୍ତ ଭାର ହାତକୁ ନେବା ପରେ ବିଷ୍ଣୁ ସ୍ୱରୂପର କିଛି ପୁରୁଣା ନମ୍ବର ମିଳିଥିଲା। ୧୫ ଦିନ ଧରି ସିଡିଆର ଯାଞ୍ଚ କରାଯାଇଥିଲା। ଏହି ସମୟରେ ଅଭିଯୁକ୍ତ ନୂଆ ନମ୍ବର ବ୍ୟବହାର କରୁଥିବା ଜଣାପଡ଼ିଥିଲା। ପୁଲିସ୍‌କୁ ଚକମା ଦେବା ପାଇଁ ବିଷ୍ଣୁ ସ୍ୱରୂପ ୮ଟି ମୋବାଇଲ ଓ ୨୦ଟି ସିମ କାର୍ଡ ବଦଳ କରିଥିବା ଶ୍ରୀ ସେନ ସୂଚନା ଦେଇଛନ୍ତି।

ପ୍ରଥମେ ବିଷ୍ଣୁ ସ୍ୱରୂପ ହିମାଚଳ ପ୍ରଦେଶର ସୁକେତ ଭ୍ୟାଲିରେ ରହିଥିବା ଗୁଇନ୍ଦା ସୂଚନା ମିଳିଥିଲା। ସେଠାରୁ ସେ ନେପାଳ ଖସି ଯିବାକୁ ଯୋଜନା କରିଥିଲା। ସୁକେତ ଭ୍ୟାଲିରେ ପୁଲିସ୍‌ ପହଞ୍ଚିଲା ବେଳକୁ ବିଷ୍ଣୁ ସ୍ୱରୂପ ଡେରାଡୁନ ଚାଲି ଯାଇଥିଲା।

ଡେରାଡୁନରୁ ବସ୍‌ ଯୋଗେ ସେ ଭାରତ-ନେପାଳ ବର୍ଡର ଅଭିମୁଖେ ଯାତ୍ରା କରିଥିଲା। କିନ୍ତୁ ପୁଲିସ ୨୪ ଘଣ୍ଟାରେ ୧୬୦୦ କିମି ବାଟ ତା’ ପିଛା କରି ଶେଷରେ ବିଷ୍ଣୁ ସ୍ୱରୂପକୁ ଗିରଫ କରିଥିଲା। ଡାକ୍ତରଙ୍କ ଘରେ ପ୍ରବଳ ଟଙ୍କା ଓ ସୁନା ଗହଣା ଥିବା ବାସନ୍ତୀ ହିଁ ବିଷ୍ଣୁ ସ୍ୱରୂପକୁ ସୂଚନା ଦେଇଥିଲା।

ଏହି ଖବର ପାଇବା ପରେ ବିଷ୍ଣୁ ସ୍ୱରୂପ ଡାକ୍ତର ଯୋଗେଶଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। ତା’ର ସହଯୋଗୀ ଭୀମ ଜୋରା ଓ ଅନ୍ୟମାନେ ଏହି କାଣ୍ଡରେ ସାମିଲ ହୋଇଥିଲେ। ଭୀମ ଜୋରାର ପତ୍ନୀଙ୍କୁ ମଧ୍ୟ ବିଷ୍ଣୁ ସ୍ୱରୂପ ହତ୍ୟାକାଣ୍ଡ ଯୋଜନାରେ ସାମିଲ କରିଥିଲା।

ବିଷ୍ଣୁ ସ୍ୱରୂପର ପତ୍ନୀ ଓ ଝିଅ ଏବେ ହିମାଚଳ ପ୍ରଦେଶର ସୋଲାନରେ ରହୁଛନ୍ତି। ତା’ ନାଁରେ ପୂର୍ବରୁ ମଧ୍ୟ ଅନେକ ମାମଲା ରହିଛି। ୨୦୧୮ ଓ ୨୦୨୦ରେ ସେ ଗିରଫ ମଧ୍ୟ ହୋଇଥିଲା ବୋଲି ପୁଲିସ୍‌ କହିଛି।

Delhi Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe