Advertisment

ଅଭିଯୁକ୍ତଙ୍କୁ ଖସାଇବାକୁ ୫ କୋଟିରେ ହୋଇଥିଲା ଡିଲ୍‌; ଇଡି ଅଧିକାରୀଙ୍କ ସମେତ ୬ ଗିରଫ

ମାତ୍ର ୫ କୋଟି ଦେବା ସତ୍ତ୍ୱେ ଅଭିଯୁକ୍ତଙ୍କୁ ଇଡି ବାନ୍ଧିବା ପରେ ସବୁ ଗୁମର ଏବେ ପଦାରେ ପଡ଼ିଛି।

Arrest

Arrest

Advertisment

ଜଣେ ଅଭିଯୁକ୍ତଙ୍କୁ ଖସାଇ ଦେବା ପାଇଁ ମାସକ ମଧ୍ୟରେ ୫ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିଲା। ଏଥିରେ ଜଣେ ଉଚ୍ଚପଦସ୍ଥ ଇଡି ଅଧିକାରୀ ବି ସାମିଲ ଥିଲେ। । ମାତ୍ର ୫ କୋଟି ଦେବା ସତ୍ତ୍ୱେ ଅଭିଯୁକ୍ତଙ୍କୁ ଇଡି ବାନ୍ଧିବା ପରେ ସବୁ ଗୁମର ଏବେ ପଦାରେ ପଡ଼ିଛି। ସିବିଆଇ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଏଥିରେ ସମ୍ପୃକ୍ତି ଅଭିଯୋଗରେ ଇଡିର ୨ ଅଧିକାରୀଙ୍କ ସହ ଆଉ ୪ ଜଣଙ୍କୁ ବି ବାନ୍ଧିଥିବା ଜଣାଯାଇଛି।

Advertisment

ଜଣେ ବ୍ୟବସାୟୀଙ୍କଠାରୁ ମାସଙ୍କ ମଧ୍ୟରେ ଲକ୍ଷେ ନୁହେଁ କି ୨ ଲକ୍ଷ ନୁହେଁ ୫ କୋଟି ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଏହି ସମସ୍ତ ଅଭିଯୁକ୍ତଙ୍କୁ ବାନ୍ଧିଛି ସିବିଆଇ । ସିବିଆଇ ଦ୍ୱାରା ବନ୍ଧା ହୋଇଥିବା କରିତକର୍ମା ଇଡି ଅଧିକାରୀଜଣକ ହେଲେ ପବନ ଖତ୍ରୀ। ଏହି ଲାଞ୍ଚ କାରବାରରେ ନୀତେଶ କୋହର ନାମକ କିରାଣୀ ବି ପବନ ଖତ୍ରୀଙ୍କୁ ସହଯୋଗ କରିଥିବା ତଦନ୍ତରୁ ଜଣା ପଡ଼ିଛି।

ଏହି ମାମଲାରେ ଜଡ଼ିତ ଅନ୍ୟ ଅଭିଯୁକ୍ତମାନେ ହେଲେ ଏୟାର ଇଣ୍ଡିଆ କର୍ମଚାରୀ ଦୀପକ ସାଙ୍ଗୱାନ, ବ୍ୟବସାୟୀ ଅମନଦୀପ ସିଂ ଧଲ୍‌, ଗୁରଗ୍ରାମ ବାସିନ୍ଦା ବୀରେନ୍ଦ୍ର ପଲ୍‌ ସିଂ, ଚାଟାର୍ଡ ଆକାଉଣ୍ଟାଣ୍ଟ ପ୍ରବୀଣ କୁମାର ଭାଟ୍ସ ।

Advertisment

ଦିଲ୍ଲୀ ଅବକାରୀ ବିଭାଗର ମାମଲାରେ ଛନ୍ଦି ହୋଇଥିବା ଅମନଦୀପ ସିଂ ଧଲ୍‌ ନାମକ ଅଭିଯୁକ୍ତଙ୍କୁ ଖସାଇଦେବା ଅଭିଯୋଗରେ ପବନ ଖତ୍ରୀ ଏହି ଟଙ୍କା ଆଦାୟ କରିଥିବା ଜଣାଯାଇଛି। ପବନ ଖତ୍ରୀ ଇଡିର ଆସିଷ୍ଟାଣ୍ଟ ଡାଇରେକ୍ଟର ପଦବୀରେ ରହିଛନ୍ତି। ଏନେଇ ଇଡିର ସନ୍ଦେହ ହେବାରୁ ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇ ହାତକୁ ଯାଇଥିଲା।

ସିବିଆଇ ନିକଟରେ ଇଡି କରିଥିବା ଅଭିଯୋଗ ଅନୁଯାୟୀ, ଅମନଦୀପ ସିଂ ଧଲ୍‌ ଓ ବୀରେନ୍ଦ୍ର ପଲ୍‌ ସିଂ ଛନ୍ଦି ହୋଇଥିବା ଅବକାରୀ ମାମଲାରୁ ମୁକୁଳିବାକୁ ଚାଟାର୍ଡ ଆକାଉଣ୍ଟାଣ୍ଟ ପ୍ରବୀଣ କୁମାର ଭାଟ୍ସଙ୍କୁ ଗତ ବର୍ଷ ଡିସେମ୍ବରରୁ ଜାନୁଆରୀ ମାସ ମଧ୍ୟରେ ୫ କୋଟି ଟଙ୍କା ଦେଇଥିଲେ ।

ପ୍ରବୀଣ କୁମାର ଭାଟ୍ସ ଏନେଇ ଦୀପକ ସାଙ୍ଗୱାନଙ୍କୁ ଯୋଗାଯୋଗ କରି ଅମନଦୀପ ସିଂ ଧଲ୍‌ଙ୍କ ଗିରଫଦାରୀ ଏଡ଼ାଇବା ପାଇଁ କହିଥିଲେ। ଏହାପରେ ସାଙ୍ଗୱାନ ଇଡି ଅଧିକାରୀ ପବନ ଖତ୍ରୀଙ୍କ ସହ ଭାଟ୍ସଙ୍କ ଯୋଗାଯୋଗ କରାଇ ଦେଇଥିଲେ।

ପ୍ରବୀଣ ଭାଟ୍ସ ୬ଟି କିସ୍ତିରେ ଅମନଦୀପ ଧଲ୍‌ଙ୍କଠାରୁ ୫୦ ଲକ୍ଷ ଲେଖାଏଁ ସମୁଦାୟ ୩ କୋଟି ଆଦାୟ କରିଥିଲେ। ଏହାପରେ ଜାରି ହୋଇଥିବା ଅଭିଯୁକ୍ତଙ୍କ ତାଲିକାରୁ ଅମନଦୀପ ସିଂଙ୍କ ନାଁ କାଟି ଦେବାକୁ ଧମକ ଦେଇ ତାଙ୍କଠୁ ଆଉ ୨ କୋଟି ଆଦାୟ କରାଯାଇଥିଲା।

ଇଡିକୁ ପ୍ରବୀନ ଭାଟ୍ସ ଦେଇଥିବା ସୂଚନା ଅନୁଯାୟୀ, ଆଦାୟ ହୋଇଥିବା ୫ କୋଟି ମଧ୍ୟରୁ ସେ ଦୀପକ ସାଙ୍ଗୱାନ ଓ ପବନ ଖତ୍ରୀଙ୍କୁ ୫୦ ଲକ୍ଷ ଲେଖାଏ ଦେଇଥିଲେ। ଏହି ସମସ୍ତ ଟଙ୍କା ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ ପରିସରରେ କ୍ୟାସ୍‌ ଆକାରରେ ଦିଆଯାଇଥିବା ଜଣାଯାଇଛି।

ମାତ୍ର ୫ କୋଟି ଦେବା ସତ୍ତ୍ୱେ ଗତ ମାର୍ଚ୍ଚ ୧ ତାରିଖରେ ଅମନଦୀପ ଧଲ୍‌ଙ୍କୁ ବାନ୍ଧିଥିବା ଇଡି। ଏହାପରେ ଗୁଡ଼ାଇତୁଡ଼ାଇ ପଚରାଉଚରା ପରେ ଅମନଦୀପ ଧଲ୍‌ ଇଡି ସମ୍ମୁଖରେ ସବୁ ସତ ବଖାଣିଥିଲେ।

Arrest CBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe