Advertisment

ବିଚ୍‌ ରାସ୍ତାରେ ବର୍ବର କାଣ୍ଡ; ସମସ୍ତେ ସାଜିଲେ ଦେଖଣାହାରୀ

ବିଚ୍‌ ରାସ୍ତାରେ ଥିଲା ଲୋକ ଗହଳି। କିନ୍ତୁ ଉକ୍ତ ଗହଳି ମଧ୍ୟରେ ୩ ଯୁବକ ଜଣେ ବ୍ୟକ୍ତିଙ୍କୁ ପଥର, ଟାଇଲରେ ଛେଚି ଚାଲିଥିବା ବେଳେ ଛୁରା ମାଡ଼ କରିବାକୁ ଉଦ୍ୟମ କରୁଥିଲେ।

Crime on Spot

Crime on Spot

Advertisment

ବିଚ୍‌ ରାସ୍ତାରେ ଥିଲା ଲୋକ ଗହଳି। କିନ୍ତୁ ଉକ୍ତ ଗହଳି ମଧ୍ୟରେ ୩ ଯୁବକ ଜଣେ ବ୍ୟକ୍ତିଙ୍କୁ ପଥର, ଟାଇଲରେ ଛେଚି ଚାଲିଥିବା ବେଳେ ଛୁରା ମାଡ଼ କରିବାକୁ ଉଦ୍ୟମ କରୁଥିଲେ। ଦୀର୍ଘ ସମୟ ଧରି ଏପରି ଅମାନବୀୟ କାଣ୍ଡ ଦିବାଲୋକରେ ଘଟି ଚାଲିଥିବା ବେଳେ କେହି ଅଟକାଇବାକୁ ସାହସ କରୁ ନ ଥିଲେ। ଶେଷରେ ଜଣେ ମହିଳାଙ୍କ ହସ୍ତକ୍ଷେପ ପରେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏପରି ବର୍ବର କାଣ୍ଡ ରାଜଧାନୀ ଦିଲ୍ଲୀର ଆଦର୍ଶ ନଗର ଅଞ୍ଚଳରେ ଘଟିଛି ।

Advertisment

ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି, ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ପ୍ରଥମେ ଜଣେ ଯୁବକ ଠେଲି ତଳେ ପକାଇଦେଲେ। ଏହାପରେ ଆଉ ଜଣେ ଯୁବକ ଆସି ତାଙ୍କୁ ମାରଧର କରିବା ସହ ଗୋଇଠା ମାରିବାକୁ ପଛାଇଲେ ନାହିଁ।

ଏହାପରେ ସେମାନେ ତାଙ୍କୁ ଟେକାପଥରରେ ଛେଚିବା ସହ ତାଙ୍କ ଉପରକୁ ଟାଇଲ ଖଣ୍ଡ ବି ପକାଇବାକୁ ପଛାଇଲେ ନାହିଁ। ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଏକ ଛୁରୀ ସାହାଯ୍ୟରେ ପୀଡ଼ିତଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟମାନେ ଅଟକାଇବାକୁ ଚେଷ୍ଟା କଲେ ନାହିଁ।

Advertisment

ଏହାଦେଖିବାକୁ ସେଠାରେ ସ୍କୁଲ ପିଲାଙ୍କ ସହ ବହୁ ଲୋକ ରୁଣ୍ଡ ହୋଇଥିବା ବେଳେ କେହି କିନ୍ତୁ ଆକ୍ରମଣକାରୀଙ୍କୁ ଅଟକାଇବାକୁ ଚେଷ୍ଟା କରୁ ନ ଥିଲେ। ମାତ୍ର ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଆକ୍ରମଣକାରୀଙ୍କୁ ଘଉଡ଼ାଇବାରୁ ସେ ସେଠାରୁ ଦୌଡ଼ି ପଳାଇଥିଲେ। ଏହାପରେ ତୁରନ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ଗୁରୁତର ବ୍ୟକ୍ତିଜଣକ ଜାହାଙ୍ଗିର ଅଞ୍ଚଳର ହୋଇଥିବା ବେଳେ ତାଙ୍କର ଆକ୍ରମଣକାରୀଙ୍କ ସହ ପୂର୍ବ ଶତ୍ରୁତା ଥିବା ଜଣାଯାଇଛି। ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ।

Delhi Attack;
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe