Advertisment

ସ୍ୱିଜରଲ୍ୟାଣ୍ଡ ଯୁବତୀଙ୍କୁ କରୁଥିଲେ ପ୍ରେମ, ଦିଲ୍ଲୀ ଡାକି ମାରିଦେଲେ

ଲୀନା ଅନ୍ୟ ଜଣେ ଯୁବକଙ୍କୁ ପ୍ରେମ କରୁଥିବା ସନ୍ଦେହ କରିଥିଲେ ଗୁରପ୍ରୀତ।

author-image
Debibandita Barick
Representative Image

Representative Image

ପଶ୍ଚିମ ଦିଲ୍ଲୀ ତିଲକ ନଗର ନିକଟସ୍ଥ ଏକ ସ୍ଥାନରୁ ଜଣେ ସ୍ୱିଜରଲ୍ୟାଣ୍ଡ ମହିଳାଙ୍କ ମୃତଦେହ ଠାବ। କଳା ରଙ୍ଗର ଆବର୍ଜନା ନିଷ୍କାସନ ପ୍ଲାଷ୍ଟିକ ବ୍ୟାଗରେ ଆବୃତ ହୋଇଥିବା ମୃତଦେହକୁ ପୁଲିସ ଠାବ କରିଛି। ମାମଲାରେ ଗୁରପ୍ରୀତ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି ପୁଲିସ।

Advertisment

ପୁଲିସର କହିବା ଅନୁସାରେ, ଗୁରପ୍ରୀତ ସ୍ୱିଜରଲ୍ୟାଣ୍ଡର ଏହି ମହିଳାଙ୍କୁ ହତ୍ୟା କରିଛନ୍ତି। ପ୍ରେମ ବ୍ୟାପାରକୁ ନେଇ ମହିଳାଙ୍କୁ ଦିଲ୍ଲୀ ଡକାଇ ହତ୍ୟା କରିଛନ୍ତି ଗୁରପ୍ରୀତ।

ସ୍ୱିଜରଲ୍ୟାଣ୍ଡର ଲୀନା ବର୍ଗରଙ୍କ ବନ୍ଧୁ ହୋଇଥିଲେ ଗୁରପ୍ରୀତ। ସେ ଲୀନାଙ୍କୁ ଭେଟିବା ପାଇଁ ସ୍ୱିଜରଲ୍ୟାଣ୍ଡ ମଧ୍ୟ ଯାଆନ୍ତି। ଥରେ କି ଦୁଇ ଥର ନୁହେଁ ବାରମ୍ବାର ସ୍ୱିଜରଲ୍ୟାଣ୍ଡ ଯାଇଛନ୍ତି ଗୁରପ୍ରୀତି। ଏହି ସମୟ ମଧ୍ୟରେ ଲୀନା ଅନ୍ୟ ଜଣେ ଯୁବକଙ୍କୁ ପ୍ରେମ କରୁଥିବା ସନ୍ଦେହ କରିଥିଲେ ଗୁରପ୍ରୀତ। ଏହା ପରେ ହତ୍ୟା ଷଡଯନ୍ତ୍ର ରଚିଥିଲେ।

Advertisment

ସୁବିଧା ସୁଯୋଗ ଦେଖି ବର୍ଗରଙ୍କୁ ଭାରତ ଡକାଇଥିଲେ ଗୁରପ୍ରୀତ। ବର୍ଗର ମଧ୍ୟ ଭାରତ ଆସିଥିଲେ। ଗୁରୁପ୍ରୀତଙ୍କ ଅନୁରୋଧ କ୍ରମେ ବର୍ଗର ଅକ୍ଟୋବର 11ରେ ଭାରତ ଆସିଥିଲେ।

ସେ ଆସିବାର ପାଞ୍ଚ ଦିନ ପରେ ଗୁରୁପ୍ରୀତ, ବର୍ଗରଙ୍କୁ ଏକ ଘରକୁ ନେଇ ହାତ ଓ ଗୋଡ ବାନ୍ଧି ହତ୍ୟା କରିଥିଲେ। ପ୍ରଥମେ ମୃତଦେହକୁ ଏକ କାରରେ ରଖିଥିଲେ। ଦୁର୍ଗନ୍ଧ ହେବାରୁ ମୃତଦେହକୁ ରାସ୍ତାରେ ଫିଙ୍ଗି ଦେଇଥିଲେ। ବର୍ଗରଙ୍କ ମୃତଦେହ ଥିବା କାରକୁ ଜଣେ ମହିଳାଙ୍କ ପରିଚୟ ଦେଇ କିଣିଥିଲେ ଗୁରପ୍ରୀତ। ଫଳରେ ହତ୍ୟାକାରୀକୁ ଧରିବା ପୁଲିସ ପକ୍ଷେ କଷ୍ଟକର ହୋଇଥିଲା।

ସିସିଟିଭି ଫୁଟେଜ ମାଧ୍ୟମରେ ମୃତଦେହ ଫିଙ୍ଗା ଯାଇଥିବା କରର ରେଜିଷ୍ଟ୍ରସନ ନମ୍ବର ପାଇ ଗୁରପ୍ରୀତଙ୍କ ପତ୍ତା ଲଗାଇଥିଲା ପୁଲିସ। ଆଜି ତାଙ୍କୁ ଗିରଫ କରିବା ସହ ତାଙ୍କର ଅନ୍ୟ ଚାରି ଚକିଆ ଯାନକୁ ମଧ୍ୟ ଜବତ କରିଛି। ପୁଲିସ କହିଛି ଯେ, ତଦନ୍ତ ସମୟରେ ଗୁରପ୍ରୀତ ଘରୁ 2.25 କୋଟି ଟଙ୍କା ମିଳିଛି।

Murder Crime Delhi Murder Switzerland Woman Murdered