Advertisment

ଜାଆଁଳା ଝିଅ ଜନ୍ମ ହେବାରୁ ମାରି ପୋତିଦେଲା ବାପା

ଦୁଇ ନବଜାତ ଶିଶୁକନ୍ୟାଙ୍କୁ ବାପା ମାରି ପୋତି ଦେଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
New Born Feet

New Born Feet

Advertisment

ଏବେ ବି ଅନେକ ଲୋକ ଝିଅ ପୁଅ ମଧ୍ୟରେ ତାରତମ୍ୟ ଦେଖୁଛନ୍ତି। ପରିବାରରେ ଝିଅ ଜନ୍ମ ହେଲେ ଅଭିଶାପ ବୋଲି ଭାବୁଛନ୍ତି। ଏପରିକି ନବଜାତଙ୍କୁ ମାରିଦେବାକୁ ମଧ୍ୟ ପଛାଉ ନାହାନ୍ତି। ଏପରି ଏକ ଜ୍ୱଳନ୍ତ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ।

Advertisment

ଦୁଇ ନବଜାତ ଶିଶୁକନ୍ୟାଙ୍କୁ ବାପା ମାରି ପୋତି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଖବର ପାଇ ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। 

ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ପ ହେବ ବୋଲି ପୁଲିସ କହିଛି। ଅନ୍ୟପଟେ ପୁଲିସ ଶିଶୁକନ୍ୟାଙ୍କ ଜେଜେବାପାକୁ ଗିରଫ କରିଥିବା ବେଳେ ବାପା ଫେରାର୍ ହୋଇଯାଇଛି। 

Advertisment

ଅଭିଯୋଗ ଅନୁଯାୟୀ, ପୂଜା ସୋଲାଙ୍କି ନାମକ ଜଣେ ମହିଳା ନିକଟରେ ଦୁଇ ଯାଆଁଳା ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ। ଜୁନ୍ ୧ରେ ସେ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ବାପଘରକୁ ଯିବାକୁ କହିଥିଲେ। ତାଙ୍କ ଭାଇ ମଧ୍ୟ ସେମାନଙ୍କୁ ନେବା ପାଇଁ ଆସିଥିଲେ। କିନ୍ତୁ ପୂଜାଙ୍କ ସ୍ୱାମୀ ନୀରଜ ଅନ୍ୟ ଏକ କାରକୁ ଦୁଇ ଝିଅକୁ ନେବା ସହ ତାଙ୍କୁ ପିଛା କରିବାକୁ କହିଥିଲେ।

କିଛି ବାଟ ଯିବା ପରେ ନୀରଜ ରାସ୍ତା ବଦଳାଇ ଅନ୍ୟତ୍ର ପଳାଇ ଯାଇଥିଲେ। ତାଙ୍କୁ ଯେତେ କଲ୍ କରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲେ। ଅନେକ ସମୟ ଖୋଜାଖୋଜି କରିବା ପରେ ଶିଶୁଙ୍କୁ ମାରି ଦେଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେମାନେ ପୁଲିସରେ ଅଭିଯୋଗ କରିଛନ୍ତି।

ପୂଜା ୨୦୨୨ରେ ନୀରଜଙ୍କୁ ବିବାହ କରିଥିଲେ। ଶାଶୁ ତାଙ୍କୁ ଯୌତୁକ ନିର୍ଯାତନା ଦେଉଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି। 

Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe