Advertisment

ଏକ୍ସଟ୍ରା ଚଟଣି ମାଗିଲେ ଯୁବକ, ଛୁରା ମାଡ଼ କଲା ଦୋକାନୀ

ମୋମୋ ଖାଉଥିବା ବେଳେ ଲାଲ ଚଟଣିକୁ ନେଇ ପ୍ରଥମେ ଝଗଡା ଆଉ ପରେ ଛୁରା ମାଡ଼ ହୋଇଛି।

chicken steam momo

chicken steam momo

Advertisment

ମୋମୋ ଆଉ ଲାଲ ଚଟଣିର ସମ୍ପର୍କ ବେଶ ନିବିଡ। ଚଟଣି ନଥିଲେ ମୋମୋ ଖାଇବାକୁ ମଜା ଆସେନି। ଏହି ଚଟଣି ହିଁ ବଢ଼ାଥାଏ ମୋମୋର ସ୍ୱାଦ। ତେବେ ଏହି ଚଟଣି ପାଇଁ ହୋଇଛି ମରଣାନ୍ତକ ଆକ୍ରମଣ। ଏହି ଲାଲ ଚଟଣିକୁ ନେଇ ପ୍ରଥମେ ଝଗଡା ଆଉ ପରେ ଛୁରା ମାଡ଼ ହୋଇଛି। ଏକ୍ସଟ୍ରା ଚଟଣି ମାଗିବାରୁ ଯୁବକଙ୍କୁ ଛୁରୀରେ ଆକ୍ରମଣ କରିଛି ଦୋକାନୀ। ଏଭଳି କିଛି ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ।

Advertisment

ବୁଧବାର ରାତି ୮ଟା, ଦିଲ୍ଲୀର ଶାହଦରା ଅଞ୍ଚଳ। ଏଠାରେ ଜଣେ ସନ୍ଦୀପ ନାମକ ଯୁବକ ମୋମୋ ଖାଉଥିଲେ। ତେବେ ଖାଇବା ବେଳେ ଲାଲ ଚଟଣି ସରିଯିବାରୁ ସେ ଦୋକାନୀଙ୍କୁ ଏକ୍ସଟ୍ରା ଚଟଣି ମାଗିଥିଲେ। ଏହାକୁ ନେଇ ଦୋକାନୀ ଓ ସନ୍ଦୀପଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ଏହା ବଢ଼ି ଯାଇଥିଲା। ଏଥିରେ ରାଗି ଯାଇ ଦୋକାନୀ ଜଣକ ସନ୍ଦୀପଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଦୋକାନୀଙ୍କ ଛୁରା ମାଡ଼ରେ ସନ୍ଦୀପ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକ ତାଙ୍କୁ ଉଦ୍ଧାର କରି ନିକଟ ହସ୍ପିଟାଲରେ ଭର୍ତ୍ତି କରି ପୁଲିସକୁ ଖବର ଦେଇଥିଲେ। ତାଙ୍କ ମୁହଁ ଉପରକୁ ଛୁରା ମାଡ଼ ହୋଇଛି। ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି।

Advertisment

ସେପଟେ ଏହି ମାମଲାରେ ପୁଲିସ ହତ୍ୟା ଉଦ୍ୟମ ଅଭିଯୋଗରେ ଏକ ଏଫଆଇଆର ରୁଜୁ କରିଛି। ଅଭିଯୁକ୍ତ ଦୋକାନୀକୁ ପୁଲିସ ଖୋଜୁଛି। ଦୋକାନୀଙ୍କ ସହ ଅନ୍ୟ କିଛି ଲୋକେ ମଧ୍ୟ ଏହି ଘଟଣାରେ ସାମିଲ ଥିବା କୁହାଯାଉଛି। ସେମାନଙ୍କୁ ପୁଲିସ ଚିହ୍ନଟ କରିବାକୁ ଚେଷ୍ଟା ଚଳାଇଛି। ମାମଲାର ତଦନ୍ତ ଜାରି ରଖିଛି ପୁଲିସ।

Delhi Police Momo Stabbed Red Chutney
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe