Advertisment

ଅସହ୍ୟ ହେଲା ନିର୍ଯାତନା; ୩ ବର୍ଷ ଧରି ଦୁଷ୍କର୍ମର ଶିକାର ହେବା ପରେ ପାଟି ଫିଟାଇଲେ ନାବାଳିକା

ପ୍ରେମ କରି ପ୍ରତାରିତା ହେଲେ ନାବାଳିକା। ସୋଶାଲ ମିଡିଆରେ ଅଶ୍ଳିଳ ଭିଡିଓ ଭାଇରାଲ କରି ଦେବାର ଧମକ ଦେଇ ୩ ବର୍ଷ ଧରି ଦୁଷ୍କର୍ମ କରି ଚାଲିଲା ପ୍ରେମିକ।

Victim

Victim

Advertisment

ପ୍ରେମ କରି ପ୍ରତାରିତା ହେଲେ ନାବାଳିକା। ନିଜ ପ୍ରେମିକ ହିଁ ବିଶ୍ୱାସ ଜନ୍ମାଇ ଶାରୀରିକ ସମ୍ପର୍କ ରଖିଲା। ଆଉ ତାହାର ଭିଡିଓ କରି ସୋଶାଲ ମିଡିଆରେ ଭାଇରାଲ କରି ଦେବାର ଧମକ ଦେଇ ୩ ବର୍ଷ ଧରି ଦୁଷ୍କର୍ମ କରି ଚାଲିଲା। ଏଥିରେ ଅତିଷ୍ଠ ନାବାଳିକା ଶେଷରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ। ଏହାପରେ ପୁଲିସ୍‌ ଅଭିଯୁକ୍ତ ଯୁବକ ୧୯ ବର୍ଷୀୟ ମୋହମ୍ମଦ ଅମନଙ୍କୁ ଗିରଫ କରି ଜେଲ୍‌ ହାଜତକୁ ପଠାଇ ଦେଇଛି। ଏପରି ଏକ ସ୍ପର୍ଶକାତର ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି।

Advertisment

ଉଭୟ ଯୁବକ ଓ ନାବାଳିକା ଭିନ୍ନ ସମ୍ପ୍ରଦାୟର ହୋଇଥିବା ବେଳେ ପ୍ରାୟ ୩ ବର୍ଷ ହେବ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଗତବର୍ଷ ଜୁନ୍‌ ୨୨ ତାରିଖରେ ପ୍ରେମିକଙ୍କ ଜନ୍ମ ଦିନ ଥିବା ବେଳେ ସେ ନିଜ ଘରକୁ ଡାକିଥିଲେ। ସେଠାରେ ସେ ଜୋରଜବରଦସ୍ତି ଶାରୀରିକ ସମ୍ପର୍କ ରଖିବା ସହ ତାହାର ଭିଡିଓ କରି ନେଇଥିଲେ। ଏହାପରେ ଉକ୍ତ ଭିଡିଓ ଭାଇରାଲ କରି ଦେବାର ଧମକ ଦେଇ ପ୍ରାୟ ୩ ବର୍ଷ ଧରି ଦୁଷ୍କର୍ମ କରି ଚାଲିଲେ।

ଏଥିରେ ଅତିଷ୍ଠ ହୋଇ ୧୭ ବର୍ଷୀୟା ନାବାଳିକା ନିହାଲ ବିହାର ଥାନାରେ ଅଭିଯୋଗ କଲେ। ପୁଲିସ୍‌ ମାମଲା ରୁଜୁ କରି ପୀଡ଼ିତାଙ୍କ ଡାକ୍ତରୀ ମାଇନା କଲା। ଏହାପରେ ଅଭିଯୁକ୍ତଙ୍କୁ ପୁଲିସ୍‌ ଉଠାଇ ଆଣିଥିବା ଜଣାଯାଇଛି।

Advertisment
Delhi Rape Minor Raped
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe