Advertisment

ରାଜଧାନୀରେ ହାଇଡ୍ରାମା, ରାତି ଅଧରେ ଯୁବକଙ୍କୁ ଉଠାଇ ନେଲା ଦିଲ୍ଲୀ ପୁଲିସ୍‌

ମୋଟା ଅଙ୍କର ଅର୍ଥ ନ ଦେଲେ ଭିଡିଓ ଭାଇରାଲ କରି ଦେବାର ଧମକ ବି ଦେଉଥିଲେ। ଏପରି କରି ସେ ପ୍ରାୟ ୫ କୋଟି ଟଙ୍କା ଲୁଟି ମାଲେମାଲ ହୋଇ ସାରିଥିଲେ।

Police

Police

Advertisment

ରାଜ୍ୟ ବାହାରର ଯୁବତୀଙ୍କୁ ଟାର୍ଗେଟ କରୁଥିଲେ । ସୁବିଧା ସୁଯୋଗ ଦେଖି ସେମାନଙ୍କୁ ନିଜ ପ୍ରେମ ଜାଲରେ ଫସାଉଥିଲେ। ଏହାପରେ ମିଠା ମିଠା କଥା କହି ତଥା ବିଭିନ୍ନ ପ୍ରତିଶ୍ରୁତି ଦେଇ ସେମାନଙ୍କ ମନ ଜିଣୁଥିଲେ। ଏପରିକି ବିଭିନ୍ନ ପ୍ରଲୋଭନ ଦେଖାଇ ସେମାନଙ୍କ ଅଶ୍ଳୀଳ ଭିଡିଓ କରୁଥିଲେ। ଏହାପରେ ନିଜ ଅସଲ ରୂପ ଦେଖାଉଥିଲେ ଯୁବକ । ମୋଟା ଅଙ୍କର ଅର୍ଥ ନ ଦେଲେ ଭିଡିଓ ଭାଇରାଲ କରି ଦେବାର ଧମକ ବି ଦେଉଥିଲେ। ଏପରି କରି ସେ ପ୍ରାୟ ୫ କୋଟି ଟଙ୍କା ଲୁଟି ମାଲେମାଲ ହୋଇ ସାରିଥିଲେ।

Advertisment

ମାତ୍ର ଚୋର ଘର ବେଶି ଦିନ ଅନ୍ଧାର ରୁହେନି। ଏପରି ଜଣେ ଧୂରନ୍ଧର ସାଇବର ଲୁଟେରାକୁ ଧରିବାକୁ ଭୁବନେଶ୍ୱରରେ ପହଞ୍ଚିଥିଲା ଦିଲ୍ଲୀ ପୁଲିସ୍‌। ଆଉ ରାତାରାତି ଲକ୍ଷ୍ମୀ ସାଗର ପୁଲିସ୍‌ ସହାୟତାରେ ତାଙ୍କୁ ଉଠାଇ ନେଇଛି। ଏପରି ଏକ ହାଇଡ୍ରାମା ସିନ୍ ଗତ ରାତିରେ ରାଜଧାନୀ ଭୁବନେଶ୍ୱରର ଲକ୍ଷ୍ମୀ ସାଗର ଥାନା ଅଞ୍ଚଳରେ ଘଟିଥିଲା। କେହି କିଛି ବୁଝିବା ଆଗରୁ ପୁଲିସ୍‌ ଅଭିଯୁକ୍ତକୁ ଧରି ଚାଲିଗଲା।

ଅଭିଯୁକ୍ତ ଯୁବକଜଣକ ହେଉଛନ୍ତି ସୌରଭ ଦେହୁରୀ । ସୌରଭ ଜଣେ ଆଇଟି ପ୍ରଫେସନାଲ ହୋଇଥିବା ବେଳେ ଭୁବନେଶ୍ୱରରେ ଏକ ଆଇଟି ଅଫିସ ଚଳାଉଥିଲେ। ଲକ୍ଷ୍ମୀସାଗରର ଏକ ଆପାର୍ଟମେଣ୍ଟରେ ସେ ନିଜର କିଛି ସାଙ୍ଗଙ୍କ ସହ ରହୁଥିଲେ।

Advertisment

ସୌରଭ ନିଜ ପ୍ରେମ ଜାଲରେ ରାଜ୍ୟ ବାହାରର ବହୁ ଯୁବତୀଙ୍କୁ ଫସାଉଥିଲେ। ଏହାପରେ ଅଶ୍ଳୀଳ ଭିଡିଓ କରି ପରେ ସେମାନଙ୍କୁ ବ୍ଲାକମେଲିଂ କରୁଥିଲେ। ମୋଟା ଅଙ୍କର ଅର୍ଥ ନ ଦେଲେ ଭିଡିଓ ଭାଇରାଲ କରି ଦେବାର ଧମକ ବି ଦେଉଥିଲେ।

ଦିଲ୍ଲୀ ପୁଲିସ୍‌ ଏହି ମାମଲାର ତଦନ୍ତ କରି ଓଡ଼ିଶାରେ ଏହାର ଲିଙ୍କ ଥିବା ଜାଣିବାକୁ ପାଇଥିଲା। ଏହାପରେ ସୌରଭଙ୍କ IP Address ଟ୍ରାକ୍‌ କରି ଦିଲ୍ଲୀ ପୁଲିସ୍‌ ଭୁବନେଶ୍ୱରରେ ପହଞ୍ଚିଥିଲା। ଏହାପରେ ଗତ ରାତିରେ ଲକ୍ଷ୍ମୀ ସାଗର ଥାନା ପୁଲିସ୍ ସହାୟତାରେ ସୌରଭ ରହୁଥିବା ଆପାର୍ଟମେଣ୍ଟରେ ଚଢ଼ାଉ କରି ତାଙ୍କୁ ଉଠାଇ ନେଇଛି ଦିଲ୍ଲୀ ପୁଲିସ୍‌।

ସୌରଭଙ୍କ ନିକଟରୁ ବହୁ ଲାପଟପ, ମୋବାଇଲ, ସିମକାର୍ଡ , ବ୍ୟାଙ୍କ ଡକ୍ୟୁମେଣ୍ଟ ଜବତ ହୋଇଛି । ଯୁବତୀମାନଙ୍କୁ ଫସାଇ ସେ ପ୍ରାୟ ୫ କୋଟି ଟଙ୍କା ଲୁଟି ନେଇଥିବା ଜଣାଯାଇଛି।

ତାଙ୍କୁ ଆଜି କୋର୍ଟରେ ହାଜର କରାଯିବା ପରେ ଦିଲ୍ଲୀ ନିଆଯିବ ବୋଲି ଜଣାଯାଇଛି।

Arrest Bhubaneswar Delhi Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe