Advertisment

ଦିଲ୍ଲୀ ରୋହିଣୀ ବିସ୍ଫୋରଣ ପଛରେ ପ୍ରୋ-ଖଲିସ୍ତାନୀ ହାତ! ଟେଲିଗ୍ରାମକୁ ତଥ୍ୟ ମାଗିଲା ପୁଲିସ

ଗତକାଲି ଦିଲ୍ଲୀ ରୋହିଣୀର ପ୍ରଶାନ୍ତ ବିହାରସ୍ଥିତ CRPF ସ୍କୁଲ୍ ନିକଟରେ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା।

author-image
Ordigital Desk
ଅଦ୍ୟତନ ହୋଇଛି
Security Agency in the spot

Security Agency in the spot

ଦିଲ୍ଲୀ ରୋହିଣୀର ପ୍ରଶାନ୍ତ ବିହାରସ୍ଥିତ CRPF ସ୍କୁଲ୍ ନିକଟରେ ଘଟିଥିବା ବିସ୍ଫୋରଣ ଘଟଣାରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ସୋଶାଲ ମିଡିଆ ପ୍ଲାଟଫର୍ମ ଟେଲିଗ୍ରାମର ଏକ ହ୍ୟାଣ୍ଡେଲ 'ଜଷ୍ଟିସ ଲିଗ୍ ଇଣ୍ଡିଆ' (Justice League India) ନିଜକୁ ଏଥିପାଇଁ ଦାୟୀ କରିଛି। ଏହି ହ୍ୟାଣ୍ଡେଲରେ ବିସ୍ଫୋରଣ ସମୟର ଏକ ଭିଡିଓ ମଧ୍ୟ ପୋଷ୍ଟ କରାଯାଇଛି। ଏହି ଦାବି ପରେ ଦିଲ୍ଲୀ ପୁଲିସ ସଂପୃକ୍ତ ଟେଲିଗ୍ରାମ ହ୍ୟାଣ୍ଡେଲ ବାବଦରେ ଟେଲିଗ୍ରାମ ଅଥରିଟିଙ୍କୁ ଅଧିକ ସୂଚନା ମାଗିଛି।

Advertisment

ପ୍ରକାଶ ଥାଉ, ଗତକାଲି ସକାଳ ପ୍ରାୟ 8ଟା ସମୟରେ ଦିଲ୍ଲୀର ରୋହିଣୀରେ ଥିବା ପ୍ରଶାନ୍ତ ବିହାର ନିକଟ CRPF ସ୍କୁଲ୍ ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ଯଦିଓ ଏଥିରେ ବିଶେଷ କିଛି କ୍ଷତି ହୋଇନାହିଁ, କିନ୍ତୁ ବିସ୍ଫୋରଣ ପ୍ରଭାବରେ ନିକଟରେ ଥିବା କାରଗୁଡ଼ିକର କାଚ ଓ ନିକଟରେ ରହିଥିବା ଦୋକାନଗୁଡ଼ିକର ହୋର୍ଡିଂ ଭାଙ୍ଗିଯାଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ CRPF ସ୍କୁଲର ପାଚେରୀ ମଧ୍ୟ ଭାଙ୍ଗିଯାଇଛି।

ଏହି ଭୟଙ୍କର ବିସ୍ଫୋରଣ ପରେ ଘଟଣାସ୍ଥଳରେ ତୁରନ୍ତ ପୁଲିସ ସମେତ ଏକାଧିକ ତଦନ୍ତକାରୀ ସଂସ୍ଥା ପହଞ୍ଚିଥିଲେ। ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ସମେତ ଏକାଧିକ ସୁରକ୍ଷା ଏଜେନ୍ସି ଏବଂ ପୁଲିସ ମିଳିତ ଭାବେ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। NIA ବ୍ୟତୀତ ଜାତୀୟ ସୁରକ୍ଷା ବାହିନୀ (NSG) କମାଣ୍ଡୋମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

Advertisment

ଫରେନ୍ସିକ ଟିମ୍ ଘଟଣାସ୍ଥଳରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି। ସ୍କୁଲ ପାଚେରୀ ପାଖରୁ ମିଳିଥିବା ଏକ ଧଳା ପାଉଡର ମଧ୍ୟ ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି।

ପ୍ରାଥମିକ ତଦନ୍ତରେ କୌଣସି ଆତଙ୍କୀ ସଂଗଠନର ହାତ ଥିବା ସୁରାଗ ମିଳିନଥିଲା। ତଥାପି ଏହା ପଛରେ ପ୍ରୋ-ଖଲିସ୍ତାନୀ ସଂଗଠନର ହାତ ଥିବା ପୁଲିସ ସନ୍ଦେହ କରୁ ଥିବାବେଳେ 'ଜଷ୍ଟିସ ଲିଗ୍ ଇଣ୍ଡିଆ' ଟେଲିଗ୍ରାମ ହ୍ୟାଣ୍ଡଲ ଏଥିପାଇଁ ନିଜକୁ ଦାୟୀ କରିଛି। ତେବେ ବାସ୍ତବରେ ଏହି ହ୍ୟାଣ୍ଡେଲ ପଛରେ କାହାର ହାତ ଅଛି ଏବଂ ଏହାକୁ କିଏ ପରିଚାଳିତ କରୁଛି, ସେ ଉପରେ ଖୋଳତାଡ଼ କରୁଛି ପୁଲିସ। 

Telegram Blast Near CRPF School CRPF Delhi Police