Advertisment

ସ୍ୱାମୀଙ୍କ କାନ କାମୁଡ଼ି ଛିଣ୍ଡାଇଲେ ସ୍ତ୍ରୀ, ଥାନାକୁ ଗଲା ମାମଲା

ପୀଡିତ ସ୍ୱାମୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ ଉକ୍ତ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଅଦ୍ୟତନ ହୋଇଛି
Women bites his husband ear

Women bites his husband ear

Advertisment

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରରେ ଝଗଡ଼ା ହେବା ସ୍ୱାଭାବିକ। କିନ୍ତୁ ବେଳେ ବେଳେ ଏହି ଝଗଡ଼ା ଉଗ୍ର ରୂପ ନେଇଥାଏ। ଏପରିକି ଉଭୟ ପରସ୍ପର ଉପରେ କରିଥାନ୍ତି ମରଣାନ୍ତକ ଆକ୍ରମଣ। ନିକଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ଉତ୍‌କ୍ଷିପ୍ତ ହୋଇ ସ୍ୱାମୀଙ୍କ କାନ କାମୁଡି ଛିଡାଇ ଦେଇଛନ୍ତି ସ୍ତ୍ରୀ।

Advertisment

ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳରେ ଘଟିଛି ଏଭଳି କିଛି ଅଭାବନୀୟ ଘଟଣା। ଏଠାରେ ଜଣେ ମହିଳା ରାଗରେ ନିଜ ସ୍ୱାମୀଙ୍କ କାନ କାମୁଡି ଛିଡାଇ ଦେଇଛନ୍ତି। ଏହାପରେ ପୀଡିତ ସ୍ୱାମୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ ଉକ୍ତ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଅଭିଯୋଗ ମୁତାବକ, ନଭେମ୍ବର ୨୦ ତାରିଖ ରାତି ୯ଟା ୨୦ ମିନିଟ୍‌। ଏହି ସମୟରେ ୪୫ ବର୍ଷୀୟ ସ୍ୱାମୀ ଆବର୍ଜନା ଫିଙ୍ଗିବା ପାଇଁ ଘର ବାହାରକୁ ଯାଇଥିଲେ। ସ୍ତ୍ରୀଙ୍କୁ ଘରର ସଫାସୁତୁରା କରିବା ପାଇଁ କହିଥିଲେ। ତେବେ ସ୍ୱାମୀ ଘରକୁ ଫେରିବା ପରେ ଅଯଥା କଥାରେ ଝଗଡ଼ା ଆରମ୍ଭ କରି ଦେଇଥିଲେ ସ୍ତ୍ରୀ।

Advertisment

କେବଳ ସେତିକି ନୁହେଁ ଘର ବିକ୍ରି କରି ଭାଗ ଟଙ୍କା ଦିଅ। ମୁଁ ପିଲା ଛୁଆଙ୍କୁ ନେଇ ଅଲଗା ରହିବି ବୋଲି ମଧ୍ୟ କହିଥିଲେ ସ୍ତ୍ରୀ। ଏହାଶୁଣି ସ୍ୱାମୀ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ କିଛି ବୁଝି ନଥିଲେ। ବଚସା ଜୋରଦାର ହୋଇଥିଲା। ଏହାପରେ ସ୍ୱାମୀଙ୍କ ଉପରକୁ ଆକ୍ରମଣ କରିଥିଲେ। ସ୍ତ୍ରୀ। ଘରୁ ବାହାରକୁ ଚାଲିଯାଉଥିବା ବେଳେ ପଛପଟୁ ଆସି ଡାହାଣ କାନକୁ କାମୁଡି ପକାଇ ଛିଣ୍ଡାଇ ଦେଇଥିବା ପୁଲିସ ଆଗରେ ପୀଡିତ ସ୍ୱାମୀ ଅଭିଯୋଗ କରିଛନ୍ତି। ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ତାଙ୍କ ପୁଅ ମଙ୍ଗୋଲପୁରୀସ୍ଥିତ ସଞ୍ଜୟ ଗାନ୍ଧୀ ହସ୍ପିଟାଲ୍‌କୁ ନେଇଥିଲେ। ସେଠାରେ ତାଙ୍କର କାନର ଅସ୍ତ୍ରୋପଚାର କରାଯାଇଥିବା ସେ କହିଛନ୍ତି।

୨୦ ନେଭମ୍ବର ଦିନ ଏହି ସୂଚନା ମିଳିବା ପରେ ପୁଲିସର ଏକ ଟିମ୍‌ ହସ୍ପିଟାଲ ଯାଇ ଯାଞ୍ଚ କରିଥିଲା। ଅଭିଯୋଗକୁ ଆଧାର କରି ପୁଲିସ ଆଇପିସି ଧାରା ୩୨୪ ଅନୁଯାୟୀ ଉକ୍ତ ମହିଳାଙ୍କ ନାଁରେ ଏଫ୍‌ଆଇଆର ରୁଜି କରିଛି। ଘଟଣାର ତଦନ୍ତ ଜାରି ରହିଛି।

Delhi Delhi Police Crime Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe