Advertisment

ସାଙ୍ଗର ଝିଅକୁ ମାସ ମାସ ଧରି ଦୁଷ୍କର୍ମ କରିଥିବା ସରକାରୀ ଅଧିକାରୀ ଗିରଫ, ତାଙ୍କ ପତ୍ନୀଙ୍କୁ ବି ବାନ୍ଧିଲା ପୁଲିସ

ପରମୋଦୟ ଖାକା ଦିଲ୍ଲୀର ମହିଳା ଓ ଶିଶୁ ବିକାଶ ବିଭାଗର ଉପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ସେ ପୀଡ଼ିତାଙ୍କ ଲୋକାଲ ଗାର୍ଡିଆନ ଥିଲେ। ପୀଡ଼ିତା ତାଙ୍କୁ ମାମୁ ଡାକୁଥିଲେ।

ଅଦ୍ୟତନ ହୋଇଛି
Premoday Khakha and his wife

Premoday Khakha and his wife

Advertisment

ସାଙ୍ଗର ନାବାଳିକା ଝିଅକୁ ମାସ ମାସ ଧରି ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଦିଲ୍ଲୀର ମହିଳା ଓ ଶିଶୁ ବିକାଶ ବିଭାଗର ବରିଷ୍ଠ ଅଧିକାରୀ ପରମୋଦୟ ଖାକା। ତାଙ୍କ ପତ୍ନୀଙ୍କୁ ମଧ୍ୟ ଗିରଫ କରାଯାଇଛି। କାରଣ ସେ ଦୁର୍ଷ୍କମର ଶିକାର ନାବାଳିକାଙ୍କୁ ଔଷଧ ଦେଇ ଗର୍ଭପାତ କରାଇଥିଲେ। ପରମୋଦୟ ଖାକାଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ଦ୍ଦେଶ କ୍ରମେ ନିଲମ୍ବିତ ମଧ୍ୟ କରାଯାଇଛି।

Advertisment

ପରମୋଦୟ ଖାକା ଦିଲ୍ଲୀର ମହିଳା ଓ ଶିଶୁ ବିକାଶ ବିଭାଗର ଉପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ସେ ପୀଡ଼ିତାଙ୍କ ଲୋକାଲ ଗାର୍ଡିଆନ ଥିଲେ। ପୀଡ଼ିତା ତାଙ୍କୁ ମାମୁ ଡାକୁଥିଲେ।

ପୀଡ଼ିତାଙ୍କୁ ଏବେ ୧୭ ବର୍ଷ ହୋଇଛି। ସେ ଯୁକ୍ତ ଦୁଇରେ ପଢୁଛନ୍ତି। ୨୦୨୦ ଅକ୍ଟୋବର ୧ ତାରିଖରେ ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ପରମୋଦୟ ଖାକାଙ୍କ ଘରେ ରହୁଥିଲେ। ୨୦୨୦ ନଭେମ୍ବରରୁ ୨୦୨୧ ଜାନୁଆରୀ ମାସ ମଧ୍ୟରେ ପରମୋଦୟ ଖାକା ତାଙ୍କୁ ଅନେକ ଥର ଦୁଷ୍କର୍ମ କରିଥିଲେ। ସେ ଥରେ ଗର୍ଭବତୀ ମଧ୍ୟ ହୋଇଥିଲେ। ଏହା ଜଣାପଡ଼ିବା ପରେ ପରମୋଦୟଙ୍କ ପତ୍ନୀ ତାଙ୍କୁ ଔଷଧ ଦେଇ ଗର୍ଭପାତ କରାଇଥିଲେ। ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତା ପରମୋଦୟ ଖାକାଙ୍କ ଘରେ ୨୦୨୦ ନଭେମ୍ବରରୁ ୨୦୨୧ ଫେବ୍ରୁଆରୀ ପର୍ଯ୍ୟନ୍ତ ରହିଥିଲେ। 

Advertisment

ଏହି ଘଟଣା ପୀଡ଼ିତାଙ୍କ ଉପରେ ଖରାପ ପ୍ରଭାବ ପକାଇଛି। ସେ ସେହି କଥା ଗୁଡ଼ିକୁ ମନେ ପକାଇ ଡରି ଯାଉଛନ୍ତି ଓ ଅସ୍ୱାଭାବିକ ଆଚରଣ କରୁଛନ୍ତି।ସେଥିପାଇଁ ସପ୍ତାହେ ତଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ବାରମ୍ବାର କାଉନସେଲିଂ କରିବା ପରେ ନାବାଳିକା ଜଣଙ୍କ ତାଙ୍କ ସହିତ ଘଟିଥିବା ଘଟଣା ସଂପର୍କରେ କହିଥିଲେ। 

Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe