Advertisment

ଝିମିଟି ଖେଳରୁ ମହାଭାରତ; ପାଣି ବ୍ୟବହାରକୁ ନେଇ ମହିଳାଙ୍କୁ ହତ୍ୟା କଲା ନାବାଳିକା

କମନ୍ ଟ୍ୟାପରୁ ପାଣି ବ୍ୟବହାରକୁ ନେଇ ୧୫ ବର୍ଷର ଜଣେ ନାବାଳିକା ଜଣେ ମହିଳାଙ୍କୁ ଛୁରୀ ଭୁଶି ହତ୍ୟା କରିଥିବା ଅଭିଯୋଗ ହୋଇଛି...

Representative Image

Representative Image

Advertisment

କମନ୍ ଟ୍ୟାପରୁ ପାଣି ବ୍ୟବହାରକୁ ନେଇ ବଚସା। 'ଝିମିଟି ଖେଳରୁ ମହାଭାରତ' ପରି ଏହି ବଚସା ଏପରି ରୂପ ନେଇଛି ଯେ, ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି। ୧୫ ବର୍ଷର ଜଣେ ନାବାଳିକା ଜଣେ ମହିଳାଙ୍କୁ ଛୁରୀ ଭୁଶି ହତ୍ୟା କରିଥିବା ଭଳି ସଙ୍ଗୀନ ମାମଲା ସାମ୍ନାକୁ ଆସିଛି।

Advertisment

ପୁଲିସ କହିବା ଅନୁସାରେ, ଦିଲ୍ଲୀର ଫାର୍ସ ବଜାରରେ ଘଟିଛି ଏହି ଘଟଣା। ଏଠାରେ ଏକ ବିଲ୍ଡିଂର ପ୍ରଥମ ମହଲାରେ ଚାରୋଟି ଗୃହ ମଧ୍ୟରୁ ଗୋଟିଏ ଘର ମାଲିକ ଏବଂ ଅନ୍ୟ ତିନୋଟିକୁ ତିନି ପରିବାର ବ୍ୟବହାର କରନ୍ତି। ଏହି ଚାରୋଟି ପରିବାରର ଅନ୍ତେବାସୀଙ୍କ ପାଇଁ ଗୋଟିଏ କମନ୍ ଟଏଲଟ୍(ସାଧାରଣ ଶୌଚାଳୟ) ଏବଂ ଗୋଟିଏ କମନ୍ ଟ୍ୟାପ୍ ରହିଛି। ଏହି କମନ୍ ଟ୍ୟାପରେ ପାଣି ବ୍ୟବହାରକୁ ନେଇ ଏପ୍ରିଲ ୧୨ରେ ଦୁଇ ପରିବାର ମଧ୍ୟରେ ଝଗଡ଼ା ଲାଗିଥିଲା।

ମୃତ ୩୪ ବର୍ଷୀୟ ସୋନି ଏବଂ ତାଙ୍କ ସ୍ୱାମୀ ସତବୀରଙ୍କ ସହ ଅଭିଯୁକ୍ତ ନାବାଳିକା ଏବଂ ତାଙ୍କ ମାଆଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସକାଳେ ବଚସା ମଧ୍ୟରେ ସୋନି ନାବାଳିକାଙ୍କ ହାତ ମୋଡ଼ି ଦେଇଥିଲେ। ଫଳରେ ତାଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଚିକିତ୍ସିତ ହୋଇ ଫେରିଥିଲେ ନାବାଳିକା।

Advertisment

ଡାକ୍ତରଖାନାରୁ ଫେରିବା ପରେ ନାବାଳିକା ଜଣକ ପୁନର୍ବାର ପାଣି ବ୍ୟବହାରକୁ ନେଇ ଝଗଡ଼ା ଲଗାଇଥିଲେ। ସୋନି ଏବଂ ତାଙ୍କ ସ୍ୱାମୀ ମଧ୍ୟ ସେମାନଙ୍କ ସହ ପୁନଃ ଯୁକ୍ତିତର୍କ କରିଥିଲେ। ଏହି ସମୟରେ ଅଭିଯୁକ୍ତ ନାବାଳିକା ଜଣକ ଏକ ଛୁରୀ ସାହାଯ୍ୟରେ ସୋନିଙ୍କୁ ଆକ୍ରମଣ କରିଥିଲେ। ଅତ୍ୟଧିକ ରକ୍ତସ୍ରାବ ହେବାରୁ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଖବର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ନାବାଳିକାଙ୍କୁ ଗିରଫ କରିଛି। ପୁଲିସ କହିଛି ଯେ, ସକାଳେ ବଚସା ସମୟରେ କୌଣସି ସୂଚନା ଦିଆଯାଇନଥିଲା। ବର୍ତ୍ତମାନ ମୃତଦେହ ପୋଷ୍ଟମୋର୍ଟମ ପାଇଁ ପଠାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି, ସେ ନାବାଳିକା ହୋଇଥିବାରୁ ତାଙ୍କୁ ବାଳ ସୁଧାର ବୋର୍ଡରେ ହାଜର କରାଯିବ। 

Crime Delhi Police Delhi Murder Murder Over Filling Water
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe