Stop Rape
ପୁଣେର କୋନ୍ଧୱାର ସ୍ଥିତ ଗୋଟିଏ ବିରାଟକାୟ ଆପାର୍ଟମେଣ୍ଟର ଫ୍ଲାଟରେ ଜଣେ ୨୨ ବର୍ଷୀୟ ଯୁବତୀ ବୁଧବାର ସନ୍ଧ୍ୟାରେ ଦୁଷ୍କର୍ମର ଶିକାର ହୋଇଛନ୍ତି। ଅଭିଯୁକ୍ତ ଜଣକ ଡେଲିଭରୀ ଏଜେଣ୍ଟର ପରିଚୟ ଦେଇ ପୀଡ଼ିତାଙ୍କ ଫ୍ଲାଟରେ ଏଣ୍ଟ୍ରୀ କରିଥିଲା। ପ୍ରାୟ ସନ୍ଧ୍ୟା ୭.୩୦ରେ ସେ ଏପରି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି।
ଘଟଣା ବେଳେ ପୀଡ଼ିତା ଜଣଙ୍କ ଏକାକୀ ଫ୍ଲାଟରେ ଥିବା ବେଳେ ତାଙ୍କ ଭାଇ କୌଣସି କାମରେ ବାହାରକୁ ଯାଇଥିଲେ। ଅଭିଯୁକ୍ତ ଜଣକ ନିଜକୁ ଗୋଟିଏ କୋରିୟର ସଂସ୍ଥାର ଡେଲିଭରୀ ବୟ ଭାବେ ପରିଚୟ ଦେଇଥିଲା। ପୀଡ଼ିତାଙ୍କ ବ୍ୟାଙ୍କରୁ ଗୋଟିଏ ଚିଠି ଆସିଛି ଓ ଏଥିରେ ତାଙ୍କର ଦସ୍ତଖତ ଆବଶ୍ୟକ ବୋଲି କହି ସେ ପୀଡ଼ିତାଙ୍କ ଫ୍ଲାଟକୁ ଯାଇଥିଲା।
ପୀଡ଼ିତା କବାଟ ପାଖରେ କଲମ ନଥିବା କହିବାରୁ ଅଭିଯୁକ୍ତ ମଧ୍ୟ କଲମ ଆଣି ନଥିବା କହିଥିଲା। ଏହା ଶୁଣି ପୀଡ଼ିତା ଜଣଙ୍କ ଭିତରକୁ କଲମ ଆଣିବାକୁ ଯାଇଥିଲେ। ଏତିକି ବେଳେ ଅଭିଯୁକ୍ତ ଜଣକ ଘରେ ଭିତରେ ପଶିବା ସହ ମୁଖ୍ୟ କବାଟକୁ ଭିତରୁ ବନ୍ଦ କରି ଦେଇଥିଲା। ଏହାପରେ ସେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଘରେ ଭିତରେ ପଶିବା ପରେ ଅଭିଯୁକ୍ତ ଜଣଙ୍କ କିଛି ସ୍ପ୍ରେ କରି ଦେଇଥିଲା। ଏଥିଯୋଗୁ ଯୁବତୀ ଜଣଙ୍କ ଅଚେତ ହୋଇ ଯାଇଥିଲେ। ଏହି ଅବସ୍ଥାରେ ସେ ତାଙ୍କୁ ଦୁଷ୍କର୍ମ କରିଥିଲା। ଯୁବତୀ ଜଣଙ୍କ ଚେତା ଫେରି ପାଇବା ପରେ ଗୋଟିଏ ଧମକପୂର୍ଣ୍ଣ ମେସେଜ ତାଙ୍କ ଫୋନରେ ଉଲ୍ଲେଖ ରହିଥିଲା। ମୁଁ ପୁଣି ଆସିବି ବୋଲି ଅଭିଯୁକ୍ତ ଜଣକ ଲେଖିବା ସହ ଯୁବତୀଙ୍କ ଫୋନରେ ଗୋଟିଏ ସେଲଫି ବି ଉଠାଇଥିଲା ବୋଲି ପୁଲିସ୍ କହିଛି।
ପୁଲିସ୍ ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଫରେନ୍ସିକ ଟିମ ସହ ମିଶି ଯାଞ୍ଚ ଆରମ୍ଭ କରିଛି। ଡିସିପି କହିଛନ୍ତି, ବର୍ତ୍ତମାନ ପୁଣେ ପୁଲିସ୍ର ୧୦ଟି ଟିମ ଅଭିଯୁକ୍ତକୁ ଧରିବାକୁ ଲାଗି ପଡ଼ିଛନ୍ତି। ଅତିରକ୍ତ ଭାବେ ଫରେନ୍ସିକ ଟିମ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଛି। ଏହାକୁ ଆଧାର କରି ଘଟଣାର ତଦନ୍ତ ଆଗକୁ ଚାଲିଥିବା ଡିସିପି ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Stop_Rape_1751536141.jpg)