Advertisment

୮ କୋଟି ପାଇଁ ଫିକା ପଡ଼ିଲା ସିନ୍ଦୂର, ସ୍ୱାମୀକୁ ମାରି ୮୦୦ କିମି ଦୂରରେ ଜାଳିଦେଲା

ଏହି ମାମଲାରେ ପୁଲିସ ଅଭିଯୁକ୍ତ ସ୍ତ୍ରୀ ଓ ତା'ର ଦୁଇ ଜଣ ସାଥୀକୁ ଗିରଫ କରିଛି। ଗିରଫ ପରେ ପୁଲିସ ଆଗରେ ସବୁ ସତ ଉଗାରିଛି ହତ୍ୟାକାରୀ ସ୍ତ୍ରୀ।

ଅଦ୍ୟତନ ହୋଇଛି
Wife Killed Husbend

Wife Killed Husbend

Advertisment

ନିଜ ହାତରେ ସ୍ତ୍ରୀ ପୋଛି ଦେଲା ନିଜ ସିନ୍ଦୂର। ୮ କୋଟି ପାଇଁ ଫିକା ପଡ଼ିଗଲା ସିନ୍ଦୂରର ରଙ୍ଗ। ସ୍ୱାମୀଙ୍କୁ ଛାଡ଼ିଲାନି। ହତ୍ୟା କରି ୮୦୦ କିଲୋମିଟର ଦୂରରେ ନେଇ ଜାଳିଦେଲା। ଏଭଳି କିଛି ଭୟଙ୍କର ହତ୍ୟାକାଣ୍ଡ ଘଟିଛି ତେଲଙ୍ଗାନାରେ। ଏହି ମାମଲାରେ ପୁଲିସ ଅଭିଯୁକ୍ତ ସ୍ତ୍ରୀ ଓ ତା'ର ଦୁଇ ଜଣ ସାଥୀକୁ ଗିରଫ କରିଛି। ଗିରଫ ପରେ ପୁଲିସ ଆଗରେ ସବୁ ସତ ଉଗାରିଛି ହତ୍ୟାକାରୀ ସ୍ତ୍ରୀ।

Advertisment

ସୂଚନା ମୁତାବକ ଅକ୍ଟୋବର ୮ ତାରିଖରେ କର୍ଣ୍ଣାଟକର କୋଡାଗୁ ଜିଲ୍ଲରେ ଥିବା ଏକ କଫି ବଗିଚାରୁ ଏକ ଅଧା ଜଳା ଅଜ୍ଞାତ ଶବ ମିଳିଥିଲା। ତଦନ୍ତ ପରେ ଉକ୍ତ ମୃତଦେହଟି ତେଲଙ୍ଗାନାର ବ୍ୟବସାୟୀ ରମେଶଙ୍କର ବୋଲି ଜଣାପଡିଛି। ଏହି ମାମଲାରେ ପୁଲିସ ତାଙ୍କ ସ୍ତ୍ରୀ ତଥା ୨୯ ବର୍ଷୀୟ ନିହାରିକାଙ୍କୁ ଗିରଫ କରିଛି। ତାଙ୍କ ସହ ପୁଲିସ ପଶୁ ଚିକିତ୍ସକ ନିଖିଲ ଓ ଅଙ୍କୁର ରାଣାଙ୍କୁ ମଧ୍ୟ ଗିରଫ କରିଛି।

Murderମୃତଦେହ ମିଳିଥିବା ସ୍ଥାନ ଓ ବ୍ୟବସାୟୀ ରମେଶ

ପୁଲିସ କହିବା ମୁତାବକ, ନିହାରିକା ହେଉଛନ୍ତି ବ୍ୟବସାୟୀ ରମେଶଙ୍କର ଦ୍ୱିତୀୟ ପତ୍ନୀ। ରମେଶ ତାଙ୍କୁ ଖୁବ ଭଲ ପାଉଥିଲେ। ଏପରିକି ତାଙ୍କୁ ପୁରା ୟସ ଆରାମରେ ରଖୁଥିଲେ। ତେବେ ଦିନକୁ ଦିନ ତାଙ୍କର ଡିମାଣ୍ଡ ବଢ଼ି ଚାଲିଛି। ଶେଷରେ ନିହାରିକା ରମେଶଙ୍କଠାରୁ ୮ କୋଟି ଟଙ୍କା ମାଗିଥିଲେ। କିନ୍ତୁ ସେ ଦେବାକୁ ମନା କରିଦେଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

Advertisment

ରାଗିଯାଇ ଅକ୍ଟୋବର ୧ ତାରିଖରେ ନିହାରିକା ନିଜ ପ୍ରେମୀ ତଥା ପଶୁ ଡାକ୍ତର ନିଖିଲ ଓ ତାଙ୍କ ସାଥୀ ଅଙ୍କୁର ରାଣାଙ୍କ ସହ ମିଶି ସ୍ୱାମୀ ରମେଶଙ୍କୁ ହତ୍ୟା କରିଥିଲେ। ଏହା ପରେ ତିନିଜଣ ମୃତଦେହକୁ କର୍ଣ୍ଣାଟକର କୋଡାଗୁ ଜିଲ୍ଲାର ଏକ କଫି ବଗିଚାକୁ ନେଇଥିଲେ। ସେଠାରେ ଶବକୁ ପ୍ରଥମେ ଏକ କମ୍ବଳରେ ଘୋଡାଇ ଦେଇଥିଲେ। ପ୍ରମାଣ ନଷ୍ଟ କରିବାକୁ ଯାଇ ମୃତଦେହରେ ନିଆଁ ଲଗାଇ ଦେଇଥିଲେ।

ଏହାପରେ ଅକ୍ଟୋବର ୮ ତାରିଖରେ କଫି ବଗିଚାର କର୍ମଚାରୀମାନେ ଦରପୋଡା ଶବକୁ ଦେଖି ପୁଲିସକୁ ଖବର ଦେଇଥିଲେ। କର୍ଣ୍ଣାଟକ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୂରା ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା। ୪ଟି ସ୍ୱତନ୍ତ୍ର ଟିମ୍‌ର ୧୬ ଜଣ ପୁଲିସ ଅଧିକାରୀ ଏହି ଘଟଣାର ଅନୁସନ୍ଧାନ କରିଥିଲେ। ପରେ ସିସିଟିଭି ଫୁଟେଜରୁ ନିହାରିକା ଏବଂ ତାଙ୍କ ସାଥୀମାନେ ରମେଶଙ୍କ ନାମରେ ପଞ୍ଜୀକୃତ କାରରେ ଉକ୍ତ ସ୍ଥାନକୁ ଯାଇଥିବା ନେଇ ଜଣାପଡିଥିଲା।

କର୍ଣ୍ଣାଟକ ପୁଲିସ ତେଲେଙ୍ଗାନା ପୁଲିସ ସହ ଯୋଗାଯୋଗ କରିଥିଲା। ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ପରେ କର୍ଣ୍ଣାଟକ ପୁଲିସ ନିହାରିକାଙ୍କୁ ଗିରଫ କରିଥିଲା। ପଚରାଉଚରା ବେଳେ ସେ ଏହି ହତ୍ୟାକାଣ୍ଡ ଘଟାଇଥିବା ନେଇ ସ୍ୱୀକାର କରିଛନ୍ତି। ପୁଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି।

Karnataka Police Wife Killed Husband Crime News Telangana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe