Advertisment

ଛୁଟି ନ ମିଳିବାରୁ କାହିଁକି ୪ ସହକର୍ମୀଙ୍କୁ ଛୁରୀ ଭୁଷି ଦେଲେ ସରକାରୀ କର୍ମଚାରୀ?

ରକ୍ତ ଭିଜା ଛୁରୀ ଧରି ରାସ୍ତାରେ ବୁଲୁଥିବା ସରକାରୀ କର୍ମଚାରୀ ଜଣଙ୍କ ହେଲେ ଅମିତ କୁମାର ସରକାର। ସେ କାନ୍ଧରେ ଗୋଟିଏ ବ୍ୟାଗ ପକାଇଥିବା ବେଳେ ବାମ ହାତରେ ଆଉ ଗୋଟିଏ ବ୍ୟାଗ ଧରିଥିଲେ। ତାଙ୍କ ଡାହାଣ ହାତରେ ରକ୍ତ ଲଗା ଛୁରୀ ରହିଥିଲା।

WB

WB

Advertisment

ସରକାରୀ ଅଫିସରେ କାମ କରୁଥିଲେ। ବେଶ କିଛି ଦିନ ତଳୁ ଛୁଟି ପାଇଁ ଆବେଦନ ବି କରିଥିଲେ। ହେଲେ ହଠାତ୍‌ ଛୁଟି ଆବେଦନ ଅଗ୍ରାହ୍ୟ ହୋଇଗଲା। ବାସ ଏଥିରେ ରାଗି ଯାଇ ସରକାରୀ ବାବୁ ଜଣଙ୍କ ଘଟାଇଛନ୍ତି ଜଘନ୍ୟକାଣ୍ଡ। ସେ ଛୁଟି ଆବେଦନ ଖାରଜ ହେବାରୁ ନିଜର ୪ ଜଣ ସହକର୍ମୀଙ୍କୁ ଛୁରୀ ଭୁଷି ଦେଇଛନ୍ତି। ଏହାପରେ ରକ୍ତ ଲଗା ଛୁରୀ ଧରି ବେଧଡ଼କ ଅନ୍ଦାଜରେ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳର ଭିଡିଓ ସାମ୍ନାକୁ ଆସିଛି। କୋଲକାତାର ନ୍ୟୁଟନ ଅଞ୍ଚଳରେ ଏପରି ଘଟଣା ଘଟିଛି। ପୁଲିସ୍‌ ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି।

Advertisment

ରକ୍ତ ଭିଜା ଛୁରୀ ଧରି ରାସ୍ତାରେ ବୁଲୁଥିବା ସରକାରୀ କର୍ମଚାରୀ ଜଣଙ୍କ ହେଲେ ଅମିତ କୁମାର ସରକାର। ସେ କାନ୍ଧରେ ଗୋଟିଏ ବ୍ୟାଗ ପକାଇଥିବା ବେଳେ ବାମ ହାତରେ ଆଉ ଗୋଟିଏ ବ୍ୟାଗ ଧରିଥିଲେ। ତାଙ୍କ ଡାହାଣ ହାତରେ ରକ୍ତ ଲଗା ଛୁରୀ ରହିଥିଲା। ସେ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଲୋକମାନେ ତାଙ୍କୁ ଅଟକିବାକୁ କହିଥିଲେ। ହେଲେ ସେ ଲୋକମାନଙ୍କୁ ଧମକ ଦେଇ ଆଗକୁ ମାଡ଼ି ଚାଲିଥିଲେ। ଶେଷରେ ଜଣେ ଟ୍ରାଫିକ ପୁଲିସ୍‌ ତାଙ୍କୁ ଛୁରୀ ଫୋପାଡ଼ି ଆତ୍ମସମର୍ପଣ କରିବାକୁ କହିବାରୁ ସେ ଅଟକିଥିଲେ। ଏହାପରେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା।

କ’ଣ ପାଇଁ ସହକର୍ମୀଙ୍କୁ ଛୁରୀ ଭୁଷିଲେ?

ଅମିତ କୁମାର ସରକାର କାରିଗର ଭବନରେ ଥିବା ବୈଷୟିକ ଶିକ୍ଷା ବିଭାଗରେ କାମ କରନ୍ତି। ସେ ଛୁଟି ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କ ଆବେଦନ ଖାରଜ ହୋଇଯାଇଥିଲା। ଏହାକୁ ନେଇ ସହକର୍ମୀଙ୍କ ସହ ତାଙ୍କର ଯୁକ୍ତି ହୋଇଥିଲା। ଏଥିରେ ଅମିତ କୁମାର ପୂରା ରାଗି ଯାଇଥିଲେ। ସେ ନିଜ ପାଖରେ ରଖିଥିବା ଛୁରୀ ବାହାର କରି ଅଫିସ ଭିତରେ ହିଁ ୪ ଜଣ ସହକର୍ମୀଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଜଣେ ସିକ୍ୟୁରିଟି ଗାର୍ଡ ମଧ୍ୟ ଆହତ ହୋଇଛନ୍ତି। ‌ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।

Advertisment

କ’ଣ କହିଲେ ଅଭିଯୁକ୍ତ?

ଅମିତ କୁମାରଙ୍କୁ ଗିରଫ କରିବା ପରେ ପୁଲିସ୍‌ ତାଙ୍କୁ ଜେରା କରିଛି। ଏହି ସମୟରେ ପୁଲିସ୍‌କୁ ସେ କହିଛନ୍ତି ଯେ ଯୁକ୍ତିତର୍କ ବେଳେ ସହକର୍ମୀମାନେ ତାଙ୍କ ବାପାଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏଥିରେ ରାଗି ଯାଇ ସେ ଛୁରୀ ଦ୍ୱାରା ଆକ୍ରମଣ କରିଥିଲେ। ତେବେ ତାଙ୍କ ଅଭିଯୋଗରେ କେତେ ସତ୍ୟତା ଅଛି, ସେକଥା ଜଣାପଡ଼ିନି। ସେହିପରି ଅମିତ କୁମାର ଛୁରୀ କେଉଁଠୁ ପାଇଲେ, ତା’ର ମଧ୍ୟ ତଦନ୍ତ ଚାଲିଛି।

ପୁଲିସ କ’ଣ କହିଲା?

ଭାଇରାଲ ଭିଡିଓକୁ ଆଧାରରେ ପୁଲିସ୍‌ ଅମିତଙ୍କ ବିରୋଧରେ ଗୋଟିଏ ମାମଲା କରିଛି। ଏଥିସହ ଘଟଣାର ଅଧିକ ତଦନ୍ତ କରୁଛି। ସେହିପରି ଅମିତ କୁମାର କୌଣସି ମାନସିକ ରୋଗରେ ପୀଡ଼ିତ କି ନାହିଁ, ତା’ର ମଧ୍ୟ ଯାଞ୍ଚ କରାଯାଉଛି। ପୁଲିସ୍‌ କହିଛି ଯେ ଅମିତ ବେଶ କିଛି ଦିନ ହେଲା ଛୁଟି ନେଇ ନଥିଲେ। ତାଙ୍କ ମା’ ଅସୁସ୍ଥ ଥିବା ବେଳେ ସେ ଛୁଟି ପାଇଁ ଆବେଦନ କରି ନିରାଶ ହୋଇଥିଲେ।

ଏବେ ସେ ପୁଣି ଛୁଟି ପାଇଁ ଆବେଦନ କରିବାରୁ ତାଙ୍କୁ ଏହା ମିଳି ନଥିଲା। ଛୁଟି ନ ମିଳିବାରୁ ରାଗରେ ଥିବା ଅମିତ କୁମାରଙ୍କୁ ତାଙ୍କର କିଛି ସହଯୋଗୀ କଟାକ୍ଷ କରିଥିଲେ। ତାଙ୍କ ବାପାଙ୍କୁ ନେଇ ପରିହାସ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ତେଣୁ ସେ ସମସ୍ତଙ୍କୁ ଛୁରୀରେ ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତକରୁ ଜଣାପଡ଼ିଛି। ତଥାପି ଘଟଣାକୁ ସବୁ ଦିଗରୁ ତଦନ୍ତ କରାଯାଉଥିବା ପୁଲିସ୍‌ କହିଛି।

West Bengal Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe