Advertisment

ଦାନ୍ତ ଡାକ୍ତର କରୁଥିଲେ ବ୍ରାଉନସୁଗର ବେପାର, ଗିରଫ କଲା ପୁଲିସ

ଗତକାଲି ସନ୍ଧ୍ୟାରେ ଦୁଇ ଜଣ ଯୁବକ ବ୍ରାଉନସୁଗର ସହିତ ଧରାପଡ଼ିବା ପରେ ଦାନ୍ତ ଡାକ୍ତରଙ୍କ ନାଁ ସାମ୍ନାକୁ ଆସିଥିଲା।

ଅଦ୍ୟତନ ହୋଇଛି
Doctor

Doctor

Advertisment

ବ୍ରାଉନ୍‌ସୁଗର ବେପାର କରୁଥିବା ଅଭିଯୋଗରେ ଯାଜପୁର ଥାନା ପୁଲିସ୍ ଜଣେ ଦାନ୍ତ ଡାକ୍ତରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୧୫.୨ ଗ୍ରାମ ବ୍ରାଉନ୍‌ସୁଗର ଓ ୪ଟି ମୋବାଇଲ ଜବତ କରାଯାଇଛି।

Advertisment

ଗିରଫ ଡାକ୍ତରଙ୍କ ନାଁ ନିଗମା ନନ୍ଦ ଖଟୁଆ (୨୮)। ସେ ଯାଜପୁର ଥାନା ଅଞ୍ଚଳରେ ମହାବୀର ନଗରରେ ଏକ କ୍ଲିନିକ୍ କରିଛନ୍ତି। ଗିରଫ ହୋଇଥିବା ଅନ୍ୟ ଦୁଇ ଅଭିଯୁକ୍ତ ହେଉଛନ୍ତି ଯାଜପୁର ଥାନା ଅନ୍ତର୍ଗତ ସୁନ୍ଦେରେଇମୁହାଁର ସନ୍ଦୀପ ମଲ୍ଲିକ (୨୮) ଓ ସିଦ୍ଧେଶ୍ୱରର ରକ୍ଷାକର ଦୀକ୍ଷିତ (୨୭)।

ଯାଜପୁର ଏସ୍‌ଡିପିଓ ସତ୍ୟବ୍ରତ ଲେଙ୍କା କହିଛନ୍ତି ଯେ ଗତକାଲି ସନ୍ଧ୍ୟାରେ ଚଢ଼ାଉ ବେଳେ ସନ୍ଦୀପ ମଲ୍ଲିକ ଓ ରକ୍ଷାକର ଦୀକ୍ଷିତଙ୍କଠାରୁ ବ୍ରାଉନସୁଗର ଜବତ କରାଯାଇଥିଲା। ସନ୍ଦୀପଙ୍କ ଠାରୁ ୧୨.୪ ଗ୍ରାମ ଓ ରକ୍ଷାକରଙ୍କଠାରୁ ୧୨.୮ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଥିଲା।

Advertisment

ଏସ୍‌ଡିପିଓ କହିଛନ୍ତି, ଏହି ଦୁଇ ଜଣଙ୍କୁ ପଚରାଉଚରା ବେଳେ ଦାନ୍ତ ଡାକ୍ତର ନିଗମା ନନ୍ଦ ଖଟୁଆଙ୍କ ନାଁ ସାମ୍ନାକୁ ଆସିଥିଲେ। ସନ୍ଦୀପ ଓ ରକ୍ଷାକରଙ୍କ କହିବା ଅନୁଯାୟୀ, ଦାନ୍ତ ଡାକ୍ତର ବାହାରୁ ବ୍ରାଉନ୍‌ସୁଗର ଆଣୁଥିଲେ।  ସେ ବହୁ ପରିମାଣରେ ବ୍ରାଉନ୍‌ସୁଗାର ବାହାରୁ ଆଣି ସେମାନଙ୍କୁ ବିକ୍ରି କରିବା ପାଇଁ ଅଳ୍ପ ଅଳ୍ପ ଦେଉଥିଲେ। ସେ ଏଠାରେ ବ୍ରାଉନ୍‌ସୁଗରର ଏକ ରାକେଟ ଚଲାଇଥିଲେ।

ଦୀର୍ଘ ଦିନ ଧରି ଦାନ୍ତ ଡାକ୍ତର ନିଗମା ନନ୍ଦ ଖଟୁଆ ବ୍ରାଉନ୍‌ସୁଗର ବେପାର କରି ଆସିଥିବା ବେଳେ ଆଉ କେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି, ତାହା ଜାଣିବା ପାଇଁ ପୁଲିସର ତଦନ୍ତ ଜାରି ରହିଛି।

ଯାଜପୁରରୁ ସଞ୍ଜୀବ ନାୟକଙ୍କ ରିପୋର୍ଟ

Doctor Brown Sugar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe