Advertisment

ଦେବଗଡ଼: ବ୍ୟବସାୟୀଙ୍କଠାରୁ କପଡ଼ା ଲୁଟ୍ ଘଟଣାରେ ୩ ଗିରଫ

ଦେବଗଡ଼: ଚଳିତ ମାସ ୧୪ ତାରିଖରେ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଚଟିବରଘାଟ ଛକ ନିକଟରେ ଜଣେ କପଡ଼ା ବ୍ୟବସାୟୀଙ୍କଠାରୁ ଲୁଟ୍ ହୋଇଥିବା ବସ୍ତ୍ରଗୁଡ଼ିକୁ ଜବତ କରିଛି ପୋଲିସ୍ । ଏହା ସହିତ ୩ ଜଣ ଲୁଟେରାକୁ ଗିରଫ କରାଯାଇଛି। ଲୁଟରେ ବ୍ୟବହୃତ ଏକ ବୋଲେରୋକୁ ମଧ୍ୟ ପୋଲିସ୍ ଜବତ କରିଛି। ୧୪ ତାରିଖ ରାତିରେ ଦେବଗଡ଼ ସହରର ଜଣେ ବ୍ୟବସାୟୀ ନିଜ ସାଣ୍ଟ୍ରୋ କାରରେ କପଡ଼ା ନେଇ ଆସୁଥିବା ବେଳେ ୪୯ ନମ୍ବର ଜାତୀୟ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଦେବଗଡ଼: ବ୍ୟବସାୟୀଙ୍କଠାରୁ କପଡ଼ା ଲୁଟ୍ ଘଟଣାରେ ୩ ଗିରଫ

deogarh

deogarhଦେବଗଡ଼: ଚଳିତ ମାସ ୧୪ ତାରିଖରେ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଚଟିବରଘାଟ ଛକ ନିକଟରେ ଜଣେ କପଡ଼ା ବ୍ୟବସାୟୀଙ୍କଠାରୁ ଲୁଟ୍ ହୋଇଥିବା ବସ୍ତ୍ରଗୁଡ଼ିକୁ ଜବତ କରିଛି ପୋଲିସ୍ । ଏହା ସହିତ ୩ ଜଣ ଲୁଟେରାକୁ ଗିରଫ କରାଯାଇଛି। ଲୁଟରେ ବ୍ୟବହୃତ ଏକ ବୋଲେରୋକୁ ମଧ୍ୟ ପୋଲିସ୍ ଜବତ କରିଛି।

Advertisment

୧୪ ତାରିଖ ରାତିରେ ଦେବଗଡ଼ ସହରର ଜଣେ ବ୍ୟବସାୟୀ ନିଜ ସାଣ୍ଟ୍ରୋ କାରରେ କପଡ଼ା ନେଇ ଆସୁଥିବା ବେଳେ ୪୯ ନମ୍ବର ଜାତୀୟ ରାଜପଥର ଚଟିବରଘାଟ ଛକ ନିକଟରେ ଗାଡ଼ି ଖରାପ ହୋଇଯାଇଥିଲା। ରାତି ପ୍ରାୟ ୩ଟା ବେଳେ କିଛି ଦୁର୍ବୃତ୍ତ ଏକ ବୋଲେରରୋ ଆସି ତାଙ୍କଠାରୁ ସମସ୍ତ କପଡ଼ା ଲୁଟି ନେଇଥିଲେ। ଏନେଇ ବ୍ୟବସାୟୀ ଜଣଙ୍କ ରିଆମାଳ ଥାନାରେ ଏକ ଏଫଆଇଆର୍ ଦେଇଥିଲେ। ପୋଲିସ୍ ଆଜି ୩ ଜଣଙ୍କୁ ଗିରଫ କରିଥିବା ବେଳେ ଏଥିରେ ଆହୁରି ୩ ଜଣଙ୍କ ସଂପୃକ୍ତି ଥିବା ପୋଲିସ୍ ତଦନ୍ତ ବେଳେ ଜାଣିବାକୁ ପାଇଛି।