Advertisment

ଭିଜିଲାନ୍ସ ଜାଲରେ ମତ୍ସ୍ୟ ସମ୍ପଦ ବିଭାଗ ଡେପୁଟି ଡାଇରେକ୍ଟର

୨୦୨୪-୨୫ ଆର୍ଥିକ ବର୍ଷରେ ସରକାରୀ ଆକାଉଣ୍ଟରୁ ପୁରୀ ଷ୍ଟେଟ ବ୍ୟାଙ୍କ ଶାଖାରେ ଥିବା ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ସେ ୧ କୋଟି ୫ ଲକ୍ଷ ଟଙ୍କା ଟ୍ରାନ୍ସଫର କରି ଉଠାଣ କରିଥିବା ନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା।

author-image
Biswajit Samal
Basant Kumar Das

Basant Kumar Das

ସରକାରୀ ପାଣ୍ଠିରୁ ନିଜ ଖାତାକୁ ଟଙ୍କା ଟ୍ରାନ୍ସଫର କରି ଅଡ଼ୁଆରେ ସରକାରୀ ବାବୁ। ଭିଜିଲାନ୍ସ ଜାଲରେ ମତ୍ସ୍ୟ ସମ୍ପଦ ବିଭାଗ ଡେପୁଟି ଡାଇରେକ୍ଟର ବସନ୍ତ କୁମାର ଦାସ। କୋଟିଏରୁ ଅଧିକ ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି। ବସନ୍ତଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିବା ସୂଚନା ମିଳିଛି।

Advertisment

ବସନ୍ତଙ୍କ ପୁରୁଣା ଭୁବନେଶ୍ୱର ସ୍ଥିତ ଭଡ଼ାଘର, ପୁରୀ ତୋଟା ମହାବୀର ଲେନ ସ୍ଥିତ ଘର, ପୁରୀ ଜିଲ୍ଲା ଗୋରୁଳା ନିକଟ ଫାର୍ମହାଉସ, ଭଦ୍ରକ ଗୋବିନ୍ଦପୁର ସ୍ଥିତ ପୈତୃକ ଘର ଓ କଟକ ଅଫିସରେ ଚଢ଼ାଉ ହୋଇଥିଲା।

୨୦୨୪-୨୫ ଆର୍ଥିକ ବର୍ଷରେ ସରକାରୀ ଆକାଉଣ୍ଟରୁ ପୁରୀ ଷ୍ଟେଟ ବ୍ୟାଙ୍କ ଶାଖାରେ ଥିବା ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ସେ ୧ କୋଟି ୫ ଲକ୍ଷ ଟଙ୍କା ଟ୍ରାନ୍ସଫର କରି ଉଠାଣ କରିଥିବା ନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। ତେବେ ଏନେଇ ଅଧିକାରୀ କିମ୍ବା ବସନ୍ତ ଦାସଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
Vigilance Raid